• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଚେନ୍ନାଇରେ ଜାରି ରହିଛି ବନ୍ୟା ଦୁର୍ଦ୍ଦଶା । ରାସ୍ତାରେ ଲହଡ଼ି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ପାଣି ।  ଏବେବି ସହରର ତଳିଆ ଅଞ୍ଚଳରେ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଘରେ ପାଣି ପଶିଥିବାରୁ, ବର୍ଷା ଓ ପବନ କମିବା ପରେ ଲୋକେ ସପରିବାର ସୁରକ୍ଷିତ ସ୍ଥାନକୁ ପଳାଉଥିବା ଦେଖିବାକୁ ମିଳିଛି ।

କିଏ ଛୋଟଛୋଟ ପିଲାଙ୍କୁ ଧରି ଡଙ୍ଗାରେ ପାଣି ପାର୍‌ ହେଉଛନ୍ତି ତ ଆଉ କିଏ ଜୀବଜନ୍ତୁଙ୍କୁ ସାଥିରେ ନେଇ ଯାଉଛନ୍ତି । ତେବେ ଚିନ୍ତାଜନକ କଥା ହେଉଛି, ବର୍ଷା ଓ ପବନ କମିବା ପରେ ବି ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଚେନ୍ନାଇରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି ।

ବାତ୍ୟା ମିଗଜୋମ୍ ଯୋଗୁ ଚେନ୍ନାଇ ସମେତ ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଏହାପରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଥିଲା ।