Advertisment

ଆଜି ବି ରାଜ୍ୟରେ ଜାରି ରହିବ ସ୍ୱଳ୍ପରୁ ମଧ୍ୟମ ବର୍ଷା

ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷୟକ୍ଷତି...ଧାନ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ, ଚିନ୍ତାରେ ଚାଷୀ...ମିଗଜୋମ’ କ୍ଷୟକ୍ଷତିର ଆକଳନ ପାଇଁ SRCଙ୍କ ନିର୍ଦ୍ଦେଶ..

author-image
Prangyan Parimita
rain

rain

ଆଜି ମଧ୍ୟ ରାଜ୍ୟରେ ଜାରି ରହିବ ବର୍ଷା । ସକ୍ରିୟ ସୁଦୃଶଃ ଲଘୁଚାପର ପ୍ରଭାବରେ ରାଜ୍ୟରେ କୋହଲା ପାଗ ସହ କିଛି ଜିଲ୍ଲାରେ ବର୍ଷା ଜାରି ରହିଛି । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ସକାଳ ସାଢ଼େ ୮ଟା ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାପରେ ମଧ୍ୟ ଆସନ୍ତାକାଲି ସକାଳ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Advertisment

ତେବେ ଏଥିପାଇଁ କୌଣସି ୱାର୍ଣ୍ଣିଂ ଜାରି କରାଯାଇନାହିଁ। ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ, ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । କୋରାପୁଟ ସମେତ ବିଭିନ୍ନ ଜିଲ୍ଲାରେ ଜମିରେ ପାଣି ଜମିଥିବାରୁ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। କୋଟିଆ ଠାରେ ଏକ ଘର ଭାଙ୍ଗିଥିବା ମଧ୍ୟ ସୂଚନା ମିଳିଛି।

Advertisment

ସେପଟେ ବାତ୍ୟା ‘ମିଗଜୋମ’ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି SRC। ସବୁ ଜିଲ୍ଲାପାଳଙ୍କୁ ଅନୁଧ୍ୟାନ ପାଇଁ ଚିଠି ଲେଖିବା ସହ ରାଜସ୍ୱ ଓ ବିପର୍ଯ୍ୟୟ ମୁକାବିଲା, କୃଷି ବିଭାଗକୁ ମିଳିତ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୨ ତାରିଖ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଛନ୍ତି SRC। ତେବେ ପୂର୍ବରୁ ବନ୍ୟାଜନିତ ଫସଲ କ୍ଷତି ଅଞ୍ଚଳକୁ ସର୍ଭେରୁ ବାଦ୍ ଦେବାକୁ ପରାମର୍ଶ ଦେଇଛନ୍ତି।...

Rain Warning
Advertisment
Advertisment