Advertisment

୪୮ ଘଣ୍ଟାରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ରେକର୍ଡ, ଘରେ ବାହାରେ ସବୁଠି ପାଣି

ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ବି ଉବୁଟୁବୁ । ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ। ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Cyclone Michuang

Cyclone Michuang

ଭୀଷଣ ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା । ୪୮ ଘଣ୍ଟାରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରାସ୍ତାଘାଟ, ବିମାନ ବନ୍ଦର ଓ ବସ୍‌ ଟର୍ମିନାଲ ଜଳାର୍ଣ୍ଣବ ହୋଇଥିବା ବେଳେ ୩୦ଟି ବିମାନ ଓ ଶହେରୁ ଅଧିକ ଟ୍ରେନ୍ ବାତିଲ୍‌ କରାଯାଇଛି ।

Advertisment

ଅନ୍ୟପଟେ ସବୁଠାରୁ ବଡ଼ କଥା ହେଲା, ଏହି ବର୍ଷା ଫଳରେ ଚେନ୍ନାଇରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ର ପ୍ରଦେଶର କିଛି ଜିଲ୍ଲାରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ପବନରେ ବିଦ୍ୟୁତ ଖୁଣ୍ଟ ଉପଡ଼ି ପଡ଼ିଥିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ।

ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ବି ଉବୁଟୁବୁ । ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ। ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ। ସବୁଠି ଉବୁଟୁବୁ ସ୍ଥିତି। ଗାଡ଼ି ଗମନାଗମନ ସହିତ ଟ୍ରେନ୍ ଓ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି। ସେପଟେ ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ ରାଜରାସ୍ତାରେ ବୁଲୁଛି କୁମ୍ଭୀର। ଅନ୍ଧାର ରାତିରେ ରାସ୍ତା ଉପରକୁ ଆସିଯାଇଥିଲା ବିରାଟକାୟ କୁମ୍ଭୀର। ଯାହାକୁ ଦେଖି ଭୟଭୀତ ହୋଇପଡିଥିଲେ ଲୋକେ।

Advertisment

ସେପଟେ ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ଆରମ୍ଭ ହୋଇଯାଇଛି ବର୍ଷା। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି ଏସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁରୀ, କଳାହାଣ୍ଡି, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ ପଟେ ଅମଳ ସମୟରେ ଏଭଳି ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି। ସମୟ ପୂର୍ବରୁ ଧାନ କାଟି ନେବାକୁ ତର ତର ହେଉଛି ଚାଷୀ। କିଏ ଟ୍ରାକ୍ଟର ଲଗାଇ କଟା ଧାନକୁ ବୋହିନେଉଛି ତ କିଏ କଟା ଧାନକୁ ବିଲରେ ଜରି ଗୁଡାଇ ସାଇତି ରଖୁଛି। ବର୍ଷକର ପରିଶ୍ରମକୁ ବର୍ଷା ଦାଉରୁ ସାଇତି ରଖିବାକୁ ଚେଷ୍ଟା କରୁଛି ଚାଷୀ।

Weather Update Weather News
Advertisment
Advertisment