• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆକାଶରୁ ହଟିଲା ବାଦଲ, ରାଜ୍ୟରେ ବଢିଲା ଶୀତ । ତଳକୁ ଖସିଛି ରାତି ବେଳର ତାପମାତ୍ରା । ଦିନେ ୨ ଦିନ ଭିତରେ ୩ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଖସିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏପଟେ ସୁନ୍ଦରଗଡ଼ କୋଇଡ଼ାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଲାଣି ଘନ କୁହୁଡ଼ି । ପ୍ରବଳ କୁହୁଡି ଯୋଗୁଁ ୨୦ ମିଟର ଆଗକୁ ଦୃଶ୍ୟମାନ ହେଉନି ରାସ୍ତା । ଦୁଇଦିନ ଧରି ଅଞ୍ଚଳରେ ବର୍ଷା ପରେ ଶୀତ ସାଙ୍ଗକୁ ଘନ କୁହୁଡି ଜନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ କରୁଛି ।

ରାସ୍ତା ଦେଖାଯାଉନଥିବାରୁ ଗାଡି ଚଳାଚଳରେ ସମ୍ପୂର୍ଣ୍ଣ ବାଧା ଉପୁଜିଥିବା ଦେଖିବାକୁ ମିଳିଛି । କୋଇଡାରୁ ଟେନସା ଓ କୋଇଡାରୁ କାଲଟା ରାସ୍ତାରେ ପ୍ରବଳ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବାଧା ଦେଖା ଦେଇଛି ।

ଏପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ମଧ୍ୟ ଘନ କୁହୁଡି ଦେଖିବାକୁ ମିଳିଛି । କୁହୁଡି ଆସ୍ତରଣରେ ଢାଙ୍କି ହୋଇଛି ସମଗ୍ର ଅଞ୍ଚଳ । ବାତ୍ୟା ମିଗଜୋମ ପ୍ରଭାବରେ ହୋଇଥିବା ବର୍ଷା ଛାଡିବା ପରେ ଏବେ ଶୀତ ବଢିଯାଇଛି । ଲୋକେ ନିଆଁ ଜାଳି ତା ଚାରିପଟେ ବସୁଥିବା ଦେଖିବାକୁ ମିଳିଛି ।