/odishatv-khabar/media/post_attachments/uploadimage/library/16_9/16_9_0/s_1702008316.jpg)
cold wave alert for odisha
ଆଗକୁ ବଢ଼ିପାରେ ଶୀତ । ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କୋହଲା ପାଗ, ମେଘୁଆ ଆକାଶ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୩ ଡିଗ୍ରୀ ଅଧିକ ରହୁଛି ।
Advertisment
କୋହଲା ପାଗ ପ୍ରଭାବ କମିବା ପରେ ବାଦଲ ହଟିବା ସହ ରାତି ତାପମାତ୍ରା ଆଗାମୀ ଦିନେ ଦୁଇ ଦିନ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଅର୍ଥାତ୍ ରାତି ତାପମାତ୍ରା ସ୍ୱାଭାବିକ ସ୍ଥିତିକୁ ଫେରିବାର ସମ୍ଭାବନା ରହିଛି ।
ପାରଦ ଖସିବା ପରେ ରାତି ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Advertisment
୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା pic.twitter.com/Wzuud8lu36
— Meteorological Centre, Bhubaneswar (@mcbbsr) December 7, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)