Advertisment

ପାଣି ପାଣି ଚେନ୍ନାଇ, ବର୍ଷା ବିତ୍ପାତରେ ତାମିଲନାଡ଼ୁରେ ୨ ଜଣଙ୍କ ମୃତ୍ୟୁ

ଚେନ୍ନାଇ ଏୟାରପୋର୍ଟରେ ପଶିଲା ପାଣି...ଘର ଭିତରେ ଆଣ୍ଠୁଏ ପାଣି ...ଜଳସ୍ରୋତରେ ଭାସିଲା କାର..

author-image
Prangyan Parimita
ଅଦ୍ୟତନ ହୋଇଛି
Cyclone alert

Cyclone alert

ରାସ୍ତା ଘାଟ, ଦୋକାନ ବଜାର ସବୁ କିଛି ପାଣିରେ ବୁଡ଼ିଛି। ଏୟାରପୋର୍ଟରେ ପାଣି, ରାସ୍ତାରେ ପାଣି, ଆପାର୍ଟମେଣ୍ଟ ଭିତରେ ପଶିଲା ପାଣି । ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ହେଉଛି। ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି। ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି। ପରିସ୍ଥିତି ଏମିତି ହେଲାଣି କି ଅଣ୍ଟାଏ ଉଚ୍ଚର ପାଣି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି।

Advertisment

କିଛି ସ୍ଥାନରେ ତ ଘର ଭିତରେ ବି ପାଣି ପଶିଲାଣି। ଧିରେ ଧିରେ ପବନ ବଢ଼ୁଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଲାଣି । ସମୟ ଯେତେ ବଢ଼ୁଛି ଲୋକଙ୍କ ମନରେ ଛନକା ସେତିକି ପଶିଛି। ବର୍ଷା ବିତ୍ପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେପଟେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା ମିଗଜୋମ୍। ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି। ଚେନ୍ନାଇଠାରୁ ଏହା ୯୦ କିଲୋମିଟର ଦୂରରେ ଅଛି। ଏହା ଧୀରେ ଧୀରେ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ର ଉପକୂଳରେ ଲାଣ୍ଡଫଲ୍ କରିବ।

Advertisment
Chennai Cyclone Heavy Rains Flights
Advertisment
Advertisment