୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ବ୍ୟାକ୍ ୱାଟର ଯୋଗୁଁ କଛି ଜାଗାରେ ପାଣି ପଶିଛି
୧୦ଟି ଜିଲ୍ଲା ପ୍ରଭାବିତ ହେବ, ଜିଲ୍ଲାପାଳମାନେ ପଦକ୍ଷେପ ନିଅନ୍ତୁ, ବିପଦସଂକୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ
ସମସ୍ତ ସ୍କୁଲ ବନ୍ଦ କରିବାକୁ ବିଇଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ହୋଇଛି ।
ହୀରାକୁଦ ଡ୍ୟାମ୍ରେ ଜଳସ୍ତର ୬୨୫ ଫୁଟ୍ ଟପିଛି। ଡ୍ୟାମ୍କୁ ବନ୍ୟାଜଳ ପ୍ରବେଶ ବଢ଼ୁଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି।
ଆସନ୍ତା ୩ ଘଣ୍ଟା ମଧ୍ୟରେ ପିକ୍ ଛୁଇଁବ ବନ୍ୟା। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଏହା ଜାଣି ନପାରି ଗାଡ଼ି ଚାଳକ ଗାଡ଼ି ଆଗକୁ ଚଲାଇଥିଲେ। ଫଳରେ ଗାଡ଼ିଟି ପାଣିରେ ଭାସି ଯାଇଥିଲା।
କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି। ମହାନଦୀରେ ବନ୍ୟା ପାଣି ଯୋଗୁ ଅଂଶୁପା ହ୍ରଦ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।
ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ।
ହୀରାକୁଦ ପାଣି ସହ ତେଲ ନଦୀର ପାଣି ମହାନଦୀରେ ମିଶିବା ପରେ ସୋନପୁର, ବୌଦ୍ଧ ଜିଲ୍ଲାର ବହୁ ଗାଁ ବନ୍ୟା ଘେରକୁ ଚାଲିଯାଇଛି। ବନ୍ୟା ପାଣି ମାଡ଼ି ଯିବାରୁ ବୌଦ୍ଧର ଅନେକ ଅଞ୍ଚଳ ଦୁଃସ୍ଥିତିରେ ରହିଛି।
ଗାଁ ରାସ୍ତାରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତିଗିରିଆ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।
ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ କେମିତି ଦୁଃସ୍ଥିତି ହୋଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ତାହା କହିବାକୁ ଶବ୍ଦ ନାହିଁ ।
ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ୍ ଏସ୍ଆର୍ସି ।
ମୁଣ୍ଡଳିରେ ଚାଲୁଛି ୧୦ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀକୁ ସତର୍କତା ।
ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ଆଠଗଡ଼, ବଡ଼ମ୍ବା ଓ ବାଙ୍କୀ ବ୍ଲକ୍ର ବହୁ ଗାଁ ବିଛିନ୍ନ । ମୁଣ୍ଡଳୀରେ ୧୦ଲକ୍ଷ କ୍ୟୁସେକ୍ରୁ ଅଧିକ ପାଣି ପ୍ରବାହିତ ।
ବର୍ଷା କମିଛି ସତ ହେଲେ ବନ୍ୟା ପରିସ୍ଥିତି ଟଳିନି । ଆଗକୁ ୨ ଦିନ ଯାଏଁ ପାଗ ଶୁଖିଲା ରହିବ ।
ଦଶରଥପୁର ବ୍ଲକ ବ୍ରହ୍ମଚାରୀପାଟଣା ନିକଟ ନଦୀବନ୍ଧରେ ଘାଇ
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଗତ ମେ’ ମାସରେ ଯେତେବେଳେ ମହାନଦୀ ଶୁଖିଲା ପଡ଼ିଥିଲା, ସେତେବେଳେ ଛତିଶଗଡ଼କୁ ଅନୁରୋଧ ସତ୍ତ୍ୱେ ପାଣି ଛାଡ଼ିଲେ ନାହିଁ। ଏବେ ପାଣି ଅଧିକ ହେବାରୁ ଗେଟ୍ ଖୋଲି ଦିଆଯାଉଛି।
ବଡ଼ ବନ୍ୟାକୁ ଟାଳିବା ପାଇଁ ହୀରାକୁଦର ୮ଟି ଗେଟ୍କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ ୯ଟା ଯାଏ ବନ୍ଦ କରାଯିବ। ଏହାଦ୍ୱାରା ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ୍ ପାଣି କମିଯିବ।
ଉପକୂଳ ଓଡ଼ିଶାରେ ୧୭ ଓ ୧୮ରେ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ହୀରାକୁଦ ଉପର ମୁଣ୍ଡରୁ ଆସୁଥିବା ପାଣି ଉପରେ ରହିଛି ନଜର
ଲଗାଣ ବର୍ଷାରେ ଉବୁଟୁବୁ ଗାଁ ଗଣ୍ଡା। ସହରର ତଳିଆ ଅଞ୍ଚଳ ବି ବୁଡି ରହିଛି ପାଣିରେ। ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ଘରଦ୍ୱାର, ରାସ୍ତାଘାଟ ସବୁଠି ଖାଲି ପାଣି ଆଉ ପାଣି। ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ବଂଶଧାରା ଓ ଜଳକା ଫୁଲିବାରେ ଲାଗିଛି। ସେପଟେ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ଅଘଟଣ ଘଟିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତାହେଲେ ଅଗଷ୍ଟ ୧୫ ବେଳକୁ ମଧ୍ୟମ ଧରଣର ବନ୍ୟା ଆସିପାରେ
କେନ୍ଦୁଝର ଟାଉନ ଥାନା ହଳଦିଆ ଟାଙ୍ଗିର ଠାରେ ଏହି ଅଘଟଣ ଘଟିଛି ।
ହୀରାକୁଦରୁ ଅଧିକ ଗେଟ୍ ଖୋଲିଲେ ତଳିଆ ଅଞ୍ଚଳ ପାଇଁ ବିପଦ