Advertisment

ଚାଷ ଜମିକୁ ଧୋଇ ଦେଲାଣି ବନ୍ୟାପାଣି

ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇବ ବୋଲି ଆଶା ରଖିଥିଲା। ହେଲେ ଏବେ ପରିବା କିଆରୀ କହିଲେ ପାଣି ଉପରକୁ ମୁଣ୍ଡ ଟେକିଥିବା ଗଣ୍ଡାଗଣ୍ଡା ବାଉଁଶ ଖୁଣ୍ଟ, ଆଉ ଧାନବିଲ। ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।

author-image
Pramod Behera
undefined

Floodwaters have washed away farmland

ପାଞ୍ଚଟା ଦିନ ଆଗରୁ ଏଠି ସୁନ୍ଦର ପରିବା କିଆରୀ ଥିଲା ବାଇଗଣ, ଝୁଡ଼ଙ୍ଗ, ଜହ୍ନି, ଭେଣ୍ଡି, କେତେ କ’ଣ ଫଳୁଥିଲା। ଚାଷୀ ପାଳଭୂତ ପୋତି ଅମଳ ବେଳକୁ ଚାହିଁ ବସୁଥିଲା। ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇବ ବୋଲି ଆଶା ରଖିଥିଲା। ହେଲେ ଏବେ ପରିବା କିଆରୀ କହିଲେ ପାଣି ଉପରକୁ ମୁଣ୍ଡ ଟେକିଥିବା ଗଣ୍ଡାଗଣ୍ଡା ବାଉଁଶ ଖୁଣ୍ଟ, ଆଉ ଧାନବିଲ। ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।

Advertisment

କଟକ ବାଙ୍କୀ ଅଞ୍ଚଳରେ ଥିବା ଧାନଜମି ଏବେ ଦେଖାଯାଉଛି ଦଳ ଭର୍ତ୍ତି ଗାଡିଆ କି ପୋଖରୀ। ମହାନଦୀର ବନ୍ୟାପାଣି ଅଂଶୁପା ହ୍ରଦରୁ ନାଗାଦଳକୁ ଭସାଇ ଆଣି ଏଇ ଚାଷଜମି ଉପରେ ଲଦିଦେଇଛି। ଚାଷୀମାନେ ଏସବୁକୁ ସଫାକରି କରି ନୟାନ୍ତ। ସାପ, ପୋକର ବି ଭୟ ରହୁଛି।

ଉତ୍ତରବାଙ୍କୀ ବ୍ଲକ୍‌ର କଦଳୀ ବାଡ଼ି, ମାଳବିହାରପୁର, ରାମଚନ୍ଦ୍ରପୁର ଓ ପୋଡ଼ପଡ଼ା ଆଦି ଗାଁ ପନିପରିବା ଚାଷ ପାଇଁ ବେଶ୍ ଜଣାଶୁଣା। ହେଲେ ମହାନଦୀ ବଢ଼ି ସବୁ ଉଜାଡ଼ି ଦେଇଛି। ଜଳମଗ୍ନ ହୋଇଯାଇଛି ହଜାର ହଜାର ହେକ୍ଟର ଜମି। ଗଛରେ ଫଳ ଧରିଥିବ, ହେଲେ ତୋଳା ହୋଇ ନପାରି ଆଖି ଆଗରେ ସଢ଼ି ଯାଉଥିବ, ଚାଷୀ ପାଇଁ ୟାଠୁ ବଳି ଦୁଃଖର କଥା ଆଉ ବା କ’ଣ ଥାଇପାରେ। ତେଣୁ କିଛି ଚାଷୀ ଯାହା କିଲେ ଅଧେ ପାରିଲେ, ପାଣି ଭିତରୁ ସେତକ ପରିବା ତୋଳି କିଆରୀ କଡ଼ରେ ବିକି ଦେଉଥିବା ଦେଖିବାକୁ ମିଳୁଛି।

Advertisment

ବନ୍ୟାଜଳ ଚାଷ ବୁଡ଼ାଇଦେଇଥିବା ବେଳେ ପରିବାହାଟରେ ଳାଗିଛି ନିଆଁ। ସ୍ଥାନୀୟ ଅଞ୍ଚଳରୁ ପନିପରିବା ଆଉ ହାଟକୁ ଆଗଭଳି ଆସୁ ନଥିବାରୁ, କେବଳ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରୁ ଆସୁଥିବା ମାଲ୍ ଉପରେ ନିର୍ଭର କରି ବଜାର ଚାଲିଛି। ଫଳରେ ୩ ଦିନ ହେଲାଣି ପରିବା ଦର ବଢ଼ି ଚାଲିଛି। ନଜର ପକାନ୍ତୁ କଟକ ଛତ୍ରବଜାର ଓ ଭୁବନେଶ୍ୱର ୟୁନିଟ୍-୧ ହାଟରୁ ସଂଗୃହିତ ଆଜିର ପରିବା ଦର ଉପରେ-

କଞ୍ଚାଲଙ୍କା- ୧୫୦ ଟଙ୍କା, ଝୁଡ଼ଙ୍ଗ- ୯୦ରୁ ୧୦୦ ଟଙ୍କା, ଭେଣ୍ଡି- ୮୦ ଟଙ୍କା, ଜହ୍ନି- ୬୦ ଟଙ୍କା, ବାଇଗଣ- ୬୦ରୁ ୭୦ ଟଙ୍କା, ପୋଟଳ- ୫୦ରୁ ୭୦ ଟଙ୍କା, କାଙ୍କଡ଼- ୫୦ ଟଙ୍କା, ଟମାଟୋ- ୪୦ ଟଙ୍କା। ସେହିପରି ଆଳୁ ଓ ପିଆଜ କିଲୋ ୨୫-୩୦ ଟଙ୍କା ଥିବା ବେଳେ, ଆଗକୁ ଏହା ମଧ୍ୟ ବଢ଼ିବାର ଆଶଙ୍କା ରହିଛି।

Vegetable Price Hike Flood Water
Advertisment
Advertisment