• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବନ୍ୟା ସ୍ଥିତିକୁ ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସ୍‌ମିଟ୍ । କଟକର ମୁଣ୍ଡଳିରେ ଜଳସ୍ତର କମୁଛି କହିଲେ SRC । ୪ଟି ଜିଲ୍ଲାରେ ପିକ୍ ଫ୍ଲଡ୍ କମିବା ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁରରେ ବି ପିକ୍ ଫ୍ଳଡ କମୁଛି । କଟକ ଓ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ବି ପିକ୍ ଫ୍ଲଡ୍ କମୁଛି । ଏଯାଏଁ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା କହିଲଷ SRC ।

ସେପଟେ ଘଳିଆ ପଡ଼ିଥିବା ସ୍ଥାନକୁ ମରାମତି କରାଯାଉଛି । ଗୁରୁବାର ସକାଳ ବେଳକୁ ଜଳସ୍ତର କମିବ । ଚଳିତ ବନ୍ୟାରେ ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ପ୍ରଭାବିତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି SRC ଆଶଙ୍କା କରିଛନ୍ତି ।

ବନ୍ୟାରେ ୧୭୫୭ଟି ଗାଁ ପ୍ରଭାବିତ, ସେଥିରୁ ୪୨୫ ଗାଁ ଜଳଘେରରେ । ପ୍ରାୟ ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦର ୪୦ ଗେଟ୍ ଖୋଲାରହିବ । ବର୍ଷା ସ୍ଥିତିକୁ ନେଇ ହୀରାକୁଦ ଗେଟ୍ ବନ୍ଦ ନେଇ ବିଚାର କରାଯିବ କହିଲେ SRC ।

ପୂର୍ବରୁ SRC କହିଥିଲେ, ଆଜି କୁଶଭଦ୍ରା ନଦୀର ତେଣ୍ଡିଆକୁଦରେ ଗୋଟିଏ ଘାଇ ହୋଇଛି । ମହାନଦୀର ତେରମାଣପୁର ଠାରେ ଆଉ ଏକ ଘାଇ ହୋଇଛି । ୨୦୧୧ ପରେ ପ୍ରଥମ କରି ମୁଣ୍ଡଳିରେ ଏତେ ପାଣି ପାସ୍ କରୁଛି । ଆଗାମୀ ୨୪ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଜି ସକାଳୁ ମୁଣ୍ଡଳିରେ ଜଳ ପ୍ରବାହ କମିବା ଆରମ୍ଭ କରିଥିଲା । ଖଇରମାଳରେ ମଧ୍ୟ ଜଳ ପ୍ରବାହର ପିକ୍ ଶେଷ ହୋଇ ସାରିଛି କହିଥିଲେ SRC ।

ମୁଣ୍ଡଳିରେ ବନ୍ୟାଜଳ ଏହାର ପିକ୍‌ ଦେଇ ଅତିକ୍ରମ କରିଛି । ସମୁଦ୍ରକୁ ଯିବାକୁ ୨୪ ଘଣ୍ଟା ଲାଗିବ । ମୁଣ୍ଡଳିରେ ଆଜି ସକାଳ ୬ଟା ଯାଏ ଜଳ ପ୍ରବାହ ପିକ୍ ରହିଥିଲା । ୧୨ ଘଣ୍ଟା ପିକ୍ ରହିବା ପରେ ସକାଳ ୬ଟାରୁ କମି ଚାଲିଥିଲା । ଏବେ ମୁଣ୍ଡଳିରେ ଘଣ୍ଟା ପିଛା ୧୭ ହଜାର କ୍ୟୁସେକ୍ ଜଳ କମୁଛି । ଆଉ କିଛି ଘଣ୍ଟା ମଧ୍ୟରେ ତାହା ୨୫ ହଜାର କ୍ୟୁସେକ୍ ହେବ ବୋଲି ଆଶା । ସେପଟେ ହୀରାକୁଦରୁ ଆସୁଥିବା ପାଣି ଖଇରମାଳରେ ପହଞ୍ଚିଛି । ଖଇରମାଳରେ ସକାଳେ ୯.୮୪ ଲକ୍ଷ କ୍ୟୁସେକ୍ ପିକ୍ ରହିଥିଲା ।