Advertisment

ମହାନଦୀରୁ ବାପ, ପୁଅ ଉଦ୍ଧାର; ୩ ଦିନ ହେଲା ଫସିଥିଲେ...

୩ ଦିନ ପୂର୍ବେ ବାପ, ପୁଅ ଛେଳି ଚରାଇବାକୁ ଯାଇଥିଲେ। ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ ଫସି ଯାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Father And Son Rescued Who Trapped In Mahanadi

Father And Son Rescued Who Trapped In Mahanadi

ରାଜ୍ୟରେ ବନ୍ୟା ପରିସ୍ଥିତି ଏବେ ଗମ୍ଭୀର। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ଅଞ୍ଚଳ ବନ୍ୟା ପାଣି ଘେରରେ ରହିଛି। ଏପରିକି କିଛି ଅଞ୍ଚଳକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। । କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପାସ୍ କରୁଥିବାରୁ ଆଗାମୀ ୨-୩ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ଏଭଳି ସ୍ଥିତିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ୩ ଦିନ ହେଲା ମହାନଦୀରେ ବାପ, ପୁଅ ଫସିଥିବା ବେଳେ ସେମାନଙ୍କୁ ଆଜି ଉଦ୍ଧାର କରାଯାଇଛି।

Advertisment

ସୂଚନା ଅନୁସାରେ, କଟକ ଜିଲ୍ଲା ଆଠଗଡ଼  କନ୍ଦରପୁରର ଅମଙ୍ଗେଇ କୁଦରେ ବାପ, ପୁଅ ଫସି ଥିଲେ। ୩ ଦିନ ପୂର୍ବେ ଉଭୟ ଛେଳି ଚରାଇବାକୁ ଯାଇଥିଲେ। ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ ଫସି ଯାଇଥିଲେ। ସେମାନଙ୍କ ପାଖରେ ଖାଦ୍ୟ ସରି ଯାଇଥିବାରୁ ପରିବାର ଲୋକ ଆଶଙ୍କାରେ ଥିଲେ। ଓଡ୍ରାଫ୍ ଟିମ୍ ଜରିଆରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଭୟ ବାପ-ପୁଅଙ୍କୁ ଉଦ୍ଧାର କରାଯାଇଛି।

ସେପଟେ ବନ୍ୟା ପାଇଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି। ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୁହାଯାଇଛି। ପ୍ରଭାବିତ  ଜିଲ୍ଲାରେ ୯ଟି NDRF, ୯ଟି  ଓଡ୍ରାଫ୍ ଓ ୪୪ଟି ଅଗ୍ନଶମ ଟିମ୍ ମୁତୟନ କରାଯାଇଛି।

Advertisment

ମହାନଦୀ ମୁଣ୍ଡଳୀ ବ୍ୟାରେଜର ପଛୁଆ ପାଣି ଯୋଗୁ ଆଠଗଡ଼ ଅଞ୍ଚଳର କିଛି ଗାଁ ଜଳାର୍ଣ୍ଣବ ହୋଇଛି। ଲୋକଙ୍କ ଘର ଭିତରେ ପାଣି ପଶି ଯିବାରୁ ଆସବାବପତ୍ର ନେଇ ଛାତ ଉପରେ ରହିଛନ୍ତି। ନିଧିପୁରଗଡ଼ାରେ ବନ୍ୟା ସ୍ରୋତରେ ଗୋଟିଏ କାର୍ ଭାସି ଯାଇଛି। ସେହିପରି ପୁରୁଣା କଟକ-ସମ୍ବଲପୁର ରାସ୍ତାର ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଛି। ନିଧିପୁରଗଡ଼ା, ମାଧପୁର ଗଡ଼ା, ଧବଳେଶ୍ୱର-ପାଇକେରାପୁର ରାସ୍ତା, ଆଠଗଡ ପଟୁ ଓସ୍ତିଆ-ସୁବଣ୍ଣପୁର ରାସ୍ତା ଉପରେ ପାଣି ଚାଲିଛି।

ହୁଳୁହୁଳା ପୋଲ ଉପରେ ୮ ଫୁଟ ଉଚ୍ଚର ପାଣି ଚାଲିଥିବା ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇଛି। ତିଗିରିଆ ନଦୀକୁଳରେ ଥିବା ଚଷାଆଁରା ରାସ୍ତା, ବଡବନ୍ଧିଆଣି ରାସ୍ତା, କଳିବିରି ରାସ୍ତା ଆଦି ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠର କଳା ବଳଦ ଓ ଧଳା ବଳଦକୁ ଲାଗିଛି ବନ୍ୟା ପାଣି। ଆଠଗଡ଼ ବ୍ଲକର ବନ୍ଧହଟା , ବାଲିସାହି ଗାଁ ଭିତରେ ପାଣି ପଶିଛି। ଉତ୍ତରବାଙ୍କୀର କିଛି ଅଞ୍ଚଳରେ ଘର ଭିତରେ ମଧ୍ୟ ବନ୍ୟା ଜଳ ପଶିଛି। ଜରୁରୀକାଳୀନ ସେବା ପାଇଁ ପ୍ରଶାସନ ବୋଟ୍‌ ଯୋଗାଇଛି।

Rain In Odisha Flood In Odisha Odisha Flood Weather In Odisha Odisha Flood Fury
Advertisment
Advertisment