Advertisment

ପୁରୀରେ ବନ୍ୟା ପ୍ରକୋପ: ବିଭିନ୍ନ ସ୍ଥାନରେ ସୃଷ୍ଟି ହେଲା ଘାଇ

ଜୁଆ ନଦୀରେ ଗଡ଼ସାନପୁଟର ଲୋକାପାଳ ଓ ହଳଦୀଆପଡ଼ାରେ ଯେଉଁ ଘାଇ ହୋଇଥିଲା, ତାହା ୧୦୦ ମିଟର ଚଉଡା ହେଲାଣି। ଅନେକ ଲୋକ ଗାଁ ଛାଡି ନିରାପଦ ସ୍ଥାନରେ ଆଶ୍ରୟ ନେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Floods wreak havoc in puri

Floods wreak havoc in puri

ପୁରୀ ଜିଲ୍ଲାରେ ବନ୍ୟା ପ୍ରକୋପ। ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି। କଣାସର ମକରା ଓ ରାଜୁଆ ନଦୀର ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।ରାଜୁଆ ନଦୀରେ ଗଡ଼ସାନପୁଟର ଲୋକାପାଳ ଓ ହଳଦୀଆପଡ଼ାରେ ଯେଉଁ ଘାଇ ହୋଇଥିଲା, ତାହା ୧୦୦ ମିଟର ଚଉଡା ହେଲାଣି।  ମନ୍ଦାରବସ୍, ଢୋଲ ପାଟଣା, କଣ୍ଟାବଣିଆ, ବାହାବଜା, ଝାରକଟା, ଢିଅପୁର ଓ ଶରଧାପୁର ଗାଁରେ ବନ୍ୟା ପାଣି ମାଡ଼ି ଯାଇଛି। ଅନେକ ଲୋକ ଗାଁ ଛାଡି ନିରାପଦ ସ୍ଥାନରେ ଆଶ୍ରୟ ନେଇଛନ୍ତି। ଭାରତୀପୁର ଜମ୍ବିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।

Advertisment

କୋଣାର୍କ, ନିମାପଡ଼ା, ଗୋପ ବ୍ଲକରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି। ଗୋପ ଗଣେଶ୍ୱର ପଞ୍ଚାୟତ ଖଣ୍ଡିଆକୁଦରେ କୁଶଭଦ୍ରା ନଦୀରେ ୨୫ ଫୁଟ୍ ଲମ୍ବର ଘାଇ ହୋଇଛି। ଫଳରେ ଗଣେଶ୍ୱରପୁର, ନାଗପୁର, ବେଦପୁର, ଅଣ୍ଢରା, ରାହାଁଗୋରଡ଼ା, ଡଭାର ପଞ୍ଚାୟତର ଶତାଧିକ ଗାଁ ଜଳମଗ୍ନ ହୋଇଛି। ନିମାପଡ଼ାରେ ଧନୁଆ ନଦୀର ବନ୍ୟା ଜଳ ପ୍ରକୋପ ବଢୁଛି।

ବଢ଼ି ପାଣି ଯୋଗୁ ୧୨ଟି ଗାଁ ଜଳବନ୍ଦୀ ହୋଇଛି। ନିିମାପଡା ଓ ଗୋପ ବ୍ଲକର ୧୮ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ତେବେ ବନ୍ୟାଞ୍ଚଳ ବୁଲିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସ୍ଥିତି ସମୀକ୍ଷା କରିଛନ୍ତି। ଭାର୍ଗବୀ ନଦୀର ବନ୍ୟା ଆସିବା ଫଳରେ ନିମାପଡା ବ୍ଲକ ବଡ଼ମାଛପୁର ପଞ୍ଚାୟତର ଦକ୍ଷିଣ ମହଲା ସମେତ ୭ଟି ବସ୍ତି ଜଳମଗ୍ନ ହୋଇଛି। ସେହିପରି ହଜାର ହଜାର ହେର ଚାଷଜମି ପାଣିରେ ବୁଡି ରହିଛି।  

Advertisment

ଅନ୍ୟପକ୍ଷେ, ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶି ଯାଇଛି। ରାସ୍ତାରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଏଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ପାଣିରେ ପଶି ଲୋକମାନେ ଆତଯାତ ହେଉଛନ୍ତି। ଫସି ରହିଥିବା ଲୋକମାନଙ୍କୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି। 

Odisha Flood Fury Weather In Odisha Rain In Odisha Odisha Flood Flood In Odisha
Advertisment
Advertisment