• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି । ବନ୍ୟା ସ୍ଥିତି ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ଏପରି ସୂଚନା ଦେଇଛନ୍ତି । ବନ୍ୟା ହେବା ଫଳରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ପ୍ରଭାବିତ ହୋଇଛି । ପରିସ୍ଥିତି ଦେଖି ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି । ବନ୍ୟା ପାଣି ଘେରରେ ଫସିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ପ୍ରଚେଷ୍ଠା ଜାରି ରହିଛି ।  ସ୍କୁଲ, କଲେଜ ତଥା କଲ୍ୟାଣ ମଣ୍ଡପରେ ସେମାନଙ୍କ ରହିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ସହ ମେଡିସିନ, ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ସେପଟେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟାର ସ୍ଥିତି ଏପରି ରହିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ବର୍ତ୍ତମାନ ହୀରାକୁଦ ଗେଟ୍ ଆଉ ଖୋଲିବା କି ବନ୍ଦ ନିଷ୍ପତ୍ତି ହୋଇନି । ସ୍ଥିତି ଦେଖିଲା ପରେ ଗେଟ୍ ବନ୍ଦ କି ଖୋଲାହେବ । ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ହୀରାକୁଦ ନଦୀବନ୍ଧକୁ ଜଳସ୍ତର କମିବାରେ ଲାଗିଛି ।

ଦିନ ୯ଟା ସୁଦ୍ଧା ମୁଣ୍ଡଳିରେ ୧୧.୭୭ ଲକ୍ଷ କ୍ୟୁସେକ୍ ପ୍ରବାହିତ ହେଉଥିବା ବେଳେ ଖଇରମାଳରେ ୯.୮୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । କାଲି ସକାଳ ସୁଦ୍ଧା ମୁଣ୍ଡଳିରେ୧୦ ଲକ୍ଷ କ୍ୟୁସେକ ଅତିକ୍ରମ କରିବ । ପ୍ରାୟ ୫୦ଟି ନଦୀ ବନ୍ଧ ଘଳିଆ ବନ୍ଦ କରାଯାଇଛି । ଏପର୍ଯ୍ୟନ୍ତ ୫ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।

ସେପଟେ ବନ୍ୟାରେ ରାଜ୍ୟର ୧୦ ଜିଲ୍ଲା ପ୍ରଭାବିତ ହୋଇଛି । ଏହି ୧୦ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ପୁରୀ ଜିଲ୍ଲାର କଣାସ, ଗୋପ, ନିମାପଡ଼ା, ଅସ୍ତରଙ୍ଗ, ପିପିଲି ଓ ଡେଲାଙ୍ଗ ବ୍ଲକ, କଟକ ଜିଲ୍ଲାର ବାଙ୍କୀ, ଆଠଗଡ଼, ତିଗିରିଆ, ବଡ଼ମ୍ବା ଓ ନରସିଂହପୁର ବ୍ଲକ ପ୍ରଭାବିତ ହୋଇଛି । ସେହପରି ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା, ବାଲିଅନ୍ତା, ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆ ବ୍ଲକ ଓନୟାଗଡ଼ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ହେଉଛି ଖଣ୍ଡପଡ଼ା, ଭାପୁର ଓ ଗଣିଆ ବ୍ଲକ ପ୍ରଭାବିତ ହୋଇଛି ।