Advertisment

ଆସନ୍ତା ୨-୩ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ, ୧୦ ଜିଲ୍ଲାକୁ ଆଲର୍ଟ

ଆଗାମୀ ୨-୩ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୁହାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Flood Situation In odisha

Flood Situation In odisha

ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପାସ୍ କରୁଥିବାରୁ ଆଗାମୀ ୨-୩ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ଏହାରି ଭିତରେ ତେଲ୍ ନଦୀରେ ପାଣି କମିବା ଓ ବର୍ଷା ପରିମାଣ କମିଥିବାରୁ ହୀରାକୁଦ ଡ୍ୟାମ୍‌ର ମୋଟ୍ ୪୦ଟି ଗେଟ୍ ଖୋଲା ଯାଇଛି।

Advertisment

ସେପଟେ ବନ୍ୟା ପାଇଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି। ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ବନ୍ୟାରେ ଯେପରି ଗୋଟିଏ ବି ଜୀବନହାନି ନହୁଏ ଓ ଯୋଗଯୋଗରେ ବିଭ୍ରାଟ ନହୁଏ ତାକୁ ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୁହାଯାଇଛି। ପ୍ରଭାବିତ  ଜିଲ୍ଲାରେ ୯ଟି NDRF, ୯ଟି  ଓଡ୍ରାଫ୍ ଓ ୪୪ଟି ଅଗ୍ନଶମ ଟିମ୍ ମୁତୟନ କରାଯାଇଛି। ଜଗତସିଂହପୁର ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକ୍‌ର ୩୨ଟି ସ୍କୁଲ୍ ୨ ଦିନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ଆବଶ୍ୟକ ହେଲେ ଅନ୍ୟ ସ୍ଥାନରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସେହିପରି ଆସନ୍ତା ୭ ଦିନ ଯାଏ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ୨ ଦିନ ଲାଗି ଛୁଟି ଘୋଷଣା କରାଯାଇଛି। 

ଅନ୍ୟପକ୍ଷେ, ଲଘୁଚାପ ଯୋଗୁ ଲଗାଣ ବର୍ଷା ଓ ବନ୍ୟାରେ ଅଧା ଓଡ଼ିଶା ବୁଡ଼ିଥିବା ବେଳେ ଆସନ୍ତା ୧୯ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୧୮ ତାରିଖରୁ ପୁଣି ବର୍ଷା ଆରମ୍ଭ ହେବ। ୧୮ରେ ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। 

Rain In Odisha Flood In Odisha Odisha Flood Weather In Odisha Odisha Flood Fury
Advertisment
Advertisment