/odishatv-khabar/media/post_attachments/uploadimage/library/16_9/16_9_0/SRC_1660665588.jpg)
SRC
ରାଜ୍ୟର ଏଯାବତ କେବଳ ୪ଟି ସ୍ଥାନରେ ପ୍ରମୁଖ ନଦୀରେ ଘାଇ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଖୋଦ୍ SRC ପ୍ରଦୀପ ଜେନା । ବନ୍ୟା ସ୍ଥିତି ନେଇ ସେ ରାଜ୍ୟବାସୀଙ୍କୁ ଅବଗତ କରାଇଛନ୍ତି । ସେ କହିଛନ୍ତି ଏଯାବତ୍ ମୋଟ ୪ଟି ଘାଇ ହୋଇଛି । ଗତକାଲି ଦୁଇଟି ସ୍ଥାନରେ ଘାଇ ହୋଇଥିବା ବେଳେ ଆଜି ଆଉ ୨ଟି ସ୍ଥାନରେ ଘାଇ ହୋଇଛି କହିଲେ SRC ।
ଆଜି କୁଶଭଦ୍ରା ନଦୀର ତେଣ୍ଡିଆକୁଦରେ ଗୋଟିଏ ଘାଇ ହୋଇଛି । ମହାନଦୀର ତେରମାଣପୁର ଠାରେ ଆଉ ଏକ ଘାଇ ହୋଇଛି । ଅନ୍ୟ ଯେଉଁ ଘାଇ କଥା କୁହାଯାଉଛି, ତାହା ଘାଇ ନୁହେଁ, ବ୍ୟାକ୍ ୱାଟର ବୋଲି କହିଛନ୍ତି SRC । ୨୦୧୧ ପରେ ପ୍ରଥମ କରି ମୁଣ୍ଡଳିରେ ଏତେ ପାଣି ପାସ୍ କରୁଛି । ଆଗାମୀ ୨୪ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଜି ସକାଳୁ ମୁଣ୍ଡଳିରେ ଜଳ ପ୍ରବାହ କମିବା ଆରମ୍ଭ କରିଛି । ଖଇରମାଳରେ ମଧ୍ୟ ଜଳ ପ୍ରବାହର ପିକ୍ ଶେଷ ହୋଇ ସାରିଛି କହିଲେ SRC ।
ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା ପୂର୍ବରୁ କହିଥିଲେ ଯେ, ମୁଣ୍ଡଳିରେ ବନ୍ୟାଜଳ ଏହାର ପିକ୍ ଦେଇ ଅତିକ୍ରମ କରିଛି । ସମୁଦ୍ରକୁ ଯିବାକୁ ୨୪ ଘଣ୍ଟା ଲାଗିବ । ମୁଣ୍ଡଳିରେ ଆଜି ସକାଳ ୬ଟା ଯାଏ ଜଳ ପ୍ରବାହ ପିକ୍ ରହିଥିଲା । ୧୨ ଘଣ୍ଟା ପିକ୍ ରହିବା ପରେ ସକାଳ ୬ଟାରୁ କମି ଚାଲିଥିଲା । ଏବେ ମୁଣ୍ଡଳିରେ ଘଣ୍ଟା ପିଛା ୧୭ ହଜାର କ୍ୟୁସେକ୍ ଜଳ କମୁଛି । ଆଉ କିଛି ଘଣ୍ଟା ମଧ୍ୟରେ ତାହା ୨୫ ହଜାର କ୍ୟୁସେକ୍ ହେବ ବୋଲି ଆଶା । ସେପଟେ ହୀରାକୁଦରୁ ଆସୁଥିବା ପାଣି ଖଇରମାଳରେ ପହଞ୍ଚିଛି । ଖଇରମାଳରେ ସକାଳେ ୯.୮୪ ଲକ୍ଷ କ୍ୟୁସେକ୍ ପିକ୍ ରହିଥିଲା ।
ଅନ୍ୟପଟେ ବନ୍ୟା ସ୍ଥିତି ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ମଧ୍ୟମ ଧରଣର ବନ୍ୟା ହୋଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ବିଶେଷ ପ୍ରଭାବିତ ହୋଇଛି । ପରିସ୍ଥିତି ଦେଖି ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)