• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟର ବନ୍ୟା ସ୍ଥିତି ନେଇ SRCଙ୍କ ବଡ଼ ସୂଚନା । ବର୍ତ୍ତମାନ ବନ୍ୟାର ପିକ୍ ଫ୍ଲୋ ଚାଲିଛି, ରାତି ପ୍ରାୟ ୩ଟା ଯାଏଁ ଚାଲିବ ଏହି ପିକ୍ ଫ୍ଲୋ । କଟକ ମୁଣ୍ଡଳିରେ ୮ରୁ ୯ ଘଣ୍ଟା ରହିବ ବନ୍ୟା ଜଳର ଏହି ପିକ୍ ଫ୍ଲୋ । କାଲି ସନ୍ଧ୍ୟା ୬ଟାରୁ ୯ଟା ଭିତରେ ପିକ୍ ଫ୍ଲୋ ସମୁଦ୍ରକୁ ଚାଲିଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା ।

SRC ଆହୁରି କହିଛନ୍ତି ଏହି ବନ୍ୟାରେ ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୪୯ଟି ବ୍ଲକର ୨୩୭ଟି ଗାଁ ଜଳଘେରରେ ରହିଛିି । ବିଭିନ୍ନ ସ୍ଥାନରେ ୯୦ଟି ଫ୍ରି କିଚେନ୍ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି । ଆବଶ୍ୟକତାକୁ ଦେଖି ଜିଲ୍ଲାପାଳମାନେ ପଦକ୍ଷେପ ନେବେ । ମହାନଦୀର ୨ଟି ସ୍ଥାନରେ ଘାଇ ହୋଇଛି । କିନ୍ତୁ ବ୍ରାହ୍ମଣୀ ନଦୀରେ ବନ୍ୟାର ଆଶଙ୍କା ନାହିଁ ବୋଲି କହିଛନ୍ତି SRC । ସେ ଆହୁରି କହିଛନ୍ତି ଯେ, ଏବେ ସବୁସ୍ଥାନରୁ ସମ୍ପୂର୍ଣ୍ଣ ତଥ୍ୟ ଆସିନାହିଁ । ଖୁବ୍‌ଶୀଘ୍ର ତଥ୍ୟ ଆସିବ ।

ସେପଟେ ଖୋର୍ଦ୍ଧା ଜଟଣୀ ତିରିମଲ ନିକଟରେ ଥିବା ରାଜୁଆ ନଦୀରେ ଘାଇ ହୋଇଛି । ରାଜୁଆ ନଦୀରେ ପ୍ରାୟ ୧୦୦ ଫୁଟର ଘାଇ ହୋଇଥିବା ଦେଖାଯାଇଛି । ଏହି ଘାଇ ଫଳରେ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।

ଅନ୍ୟପଟେ ବନ୍ୟା ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାରୀ ନକରିବାକୁ ନିର୍ଦ୍ଦେଶ । ଅସାଧୁ ଉପାୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗଚ୍ଛିତ ରଖିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ସ୍କ୍ୱାର୍ଡ ଗଠନ କରିବାକୁ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।