• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

School Problem
ବାଃ ବାଃରେ ପ୍ରଶାସନ: ୨୩ ପିଲାଙ୍କ ଲାଗି ୧୩ ଶୌଚାଳୟ

ଏଇଟା ସ୍କୁଲ ନାଁ ଆଉ କଣ ? ମାତ୍ର ୨୩ ପିଲାଙ୍କ ଲାଗି ତିଆରି ହୋଇଛି ୧୩ ଶୌଚାଳୟ । ହେଲେ ବି ସ୍କୁଲକୁ ଆସୁନାହାନ୍ତି ପିଲା । ପାଚେରୀ ନଥିବାରୁ ପାଦେ ପାଦେ ରହିଛି ବିପଦ

College principle
କଲେଜରେ ପାଠ ପଢ଼ାଉଛନ୍ତି, ସମାଜସେବା ପାଇଁ ବାର୍ତ୍ତା ଦେଉଛନ୍ତି

କଲେଜରେ ସେ ପ୍ରିନ୍ସିପାଲ । ଇତିହାସ ବିଭାଗରେ ପିଲାଙ୍କୁ ପଢାଉଛନ୍ତି ପାଠ... ପଢା ସାରିବା କ୍ଷଣି ସମାଜସେବା ସହ ପରିବେଶକୁ ସୁସ୍ଥ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ତାଲିମ୍‌ । ଭୂରି ଭୂରି ପ୍ରଶଂସା କଲେ ଜିଲ୍ଲାପାଳ ।

neem tree
ନିମ ଗଛରେ ଅଛି ଦୈବ ଶକ୍ତି: ଯିଏ ଗଛ ଦେଖୁଛି, ମନସ୍କାମନା ପୂରଣ ହେଉଛି !

ଇଏ ସାଧାରଣ ନିମ ଗଛ ନୁହେଁ । ଦୈବଶକ୍ତି ଅଛି ଏହି ଗଛରେ । ପତ୍ର ସବୁ ମିଠା ଲାଗୁଛି...ପାଖଆଖ ଗାଁରୁ ଲୋକଙ୍କ ସୁଅ ଛୁଟିଛି । ଗଛକୁ ଦେଖି ଯିଏ ଯୁଆଡେ ଗଲା, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ।

Migrant Death
ମାଆ ମୁହଁରେ ଆହାର ଦେବାକୁ ଦାଦନ ଯାଇଥିଲା ପୁଅ... ଘରକୁ ଫେରିଲା ଶବ

ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ଗାଁକୁ ଆମ୍ବୁଲାନ୍ସ ପଶିଲା, କାନ୍ଦବୋବାଳିରେ ପରିବେଶ କମ୍ପିଲା । କିଏ ଧନ ଲୋ...କିଏ ବାପାଲୋ କହି ରାହା ଛାଡି କାନ୍ଦୁଥିଲେ । ଯବାନ ପୁଅର ମୃତ୍ୟୁକୁ ଦେଖି କେଉଁ ମାଆ ବା ସମ୍ଭାଳିବ?

Divyang seeks for government support
ଗୁରୁଣ୍ଡି ଗୁରୁଣ୍ଡି ଟ୍ୟୁସନ୍‌ କଲେ ପରିବାରର ଭୋକ ମେଣ୍ଟିବ

ବଡ଼ ଅସହାୟ ରଞ୍ଜନ । ଦୁଇଟି ଗୋଡ ସଂପୂର୍ଣ୍ଣ ଅଚଳ ହେଲେ ବି ମିଳୁନି ସରକାରୀ ସହାୟତା । ପରିବାର ମୁହଁରେ ଦାନା ଦେବା ପାଇଁ ଏମିତି ଗୁରୁଣ୍ଡି ଗୁରୁଣ୍ଡି ପିଲାଙ୍କୁ ପଢାଉଛନ୍ତି କିଛି ରୋଜଗାର କରୁଛନ୍ତି । ଏତିକିରେ ଯାହା ଯେତିକି ହେଉଛି

Road Problem
ରାସ୍ତା ନୁହେଁ ବିଲ ! କେବଳ ଦରକାର ବଳଦ...ଲଙ୍ଗଳ

ଗାଁକୁ ଯିବ ତ କଚଡେ ଖାଇବ...ଆଣ୍ଠୁଏ କାଦୁଅରେ ଘାଂଟି ହେବ । ସାଇକେଲ୍‌ରେ ବସି ନୁହେଁ ବରଂ କାନ୍ଧରେ ବୋହି ଘରକୁ ଯାଉଛନ୍ତି ଲୋକେ । ଜାଣିଛନ୍ତି କି ଏ ବିଶ୍ୱସ୍ତରୀୟ ରାସ୍ତା କୁଆଡୁ କୁଆଡୁକୁ ଯାଇଛି ?

councillor 
ଯିଏ ସରକାରୀ ଭତ୍ତା ପାଉନି...ନିଜସ୍ୱ ଟଙ୍କାରୁ ତାଙ୍କୁ ଭତ୍ତା ଦେଉଛନ୍ତି କାଉନସିଲର

ନେତା ହେବ ତ ଏମିତି । କାଗଜପତ୍ର ଅସୁବିଧା କାରଣରୁ ଗାଁର ଅନେକ ଲୋକ ପାଉନାହାନ୍ତି ଭତ୍ତା । ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁର କିଛି ଲୋକଙ୍କୁ ଭତ୍ତା ଦେଉଛନ୍ତି କାଉନସିଲର

House Problem
ଘର ମିଳିଲାନି...ମୁଣ୍ଡ ଗୁଞ୍ଜିବାକୁ ବର୍ଜ୍ୟବସ୍ତୁ ଘରେ ରହୁଛି ପରିବାର

କାନ୍ଥରେ ଲେଖା ହୋଇଛି ଏଠାରେ ଅପରିଷ୍କାର ସାମଗ୍ରୀ ଆଣି ଫୋପାଡନ୍ତୁ । ହେଲେ ଏହି ଘରେ ରହୁଛି ପୂରା ପରିବାର । ଢୁ ଢୁ ବର୍ଷାରେ ଘର ଭାସିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ପାଇଲେନି ଆଶ୍ରା । ପଂଚାୟତ ଅଫିସ୍‌ ବର୍ଜ୍ୟବସ୍ତୁ ଘରେ ଏବେ ବିତୁଛି ଜୀବନ

School Problem
ଆଶ୍ଚର୍ଯ୍ୟ ! କ୍ଲାସ୍‌ ରୁମ୍‌ ହେଲା ଚାକୁଣ୍ଡା ଗଛ ମୂଳ

ଚାକୁଣ୍ଡା ଗଛ ସାଜିଛି ସାହାଭରସା । ଏହାରି ତଳେ ଆଦର୍ଶ ବିଦ୍ୟାଳୟର ୮୦ ପିଲା ବସି ପଢୁଛନ୍ତି ପାଠ । ୨ ବର୍ଷ ହେଲାଣି ନୂଆ ଘର କାମ ହେଉଛି ଯେ ସରିବାର ନା ଧରୁନି । ପୁଣି ଯେଉଁ ସ୍କୁଲରେ ପାଠ ପଢା ହେଉଛି ବସିବାର ସୁବିଧା ନଥିବାରୁ ଚେତା ହରାଉଛନ୍ତି ପିଲା

Female SI
ପ୍ରେମ ସମ୍ପର୍କ ପାଇଁ ବିଷ ପିଇଥିଲେ କି ଲେଡି ଏସ୍‌.ଆଇ? ଅଧା ଚିକିତ୍ସାରୁ ଗାଏବ ହେଲେ କାହିଁକି?

ମଶା ତେଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ...କିନ୍ତୁ ଅଧା ଚିକିତ୍ସାରୁ ଗାଏବ ହୋଇଗଲେ । ପୁଣି ନିଖୋଜ ହେବା ପଛରେ ଯୁବ ସବ୍‌-ଇନ୍ସପେକ୍ଟରଙ୍କ ସଂପୃକ୍ତି ଥିବା ନେଇ ବଢୁଛି ଚର୍ଚ୍ଚା । ମେଡିକାଲ କର୍ତ୍ତୃପକ୍ଷଙ୍କର ଗୋଟିଏ କଥା ପୋଲିସ ବାବୁଙ୍କର ଆଉ ଗୋଟିଏ କଥା...

Divyang girl
ୟୁଟ୍ୟୁବ୍‌ରୁ ପଢି ୪୨୦ ରଖିଲେ ଦିବ୍ୟାଙ୍ଗ ଯୁବତୀ...ସ୍ୱପ୍ନ ଅଛି ଶିକ୍ଷୟିତ୍ରୀ ହେବେ

ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ସଙ୍ଗୀତା । ଜନ୍ମରୁ ଦୃଷ୍ଟିବାଧିତ ଥିବା ପରେ ବି ହାର୍‌ ମାନିନାହାନ୍ତି ବରଂ ୟୁଟ୍ୟୁବରୁ ପାଠ ପଢି ଯୁକ୍ତ-୨ରେ ରଖିଛନ୍ତି ୪୨୦ ନମ୍ବର । ଏବେ ପାଠ ପଢାରେ ପ୍ରତିବନ୍ଧକ ସାଜିଛି ଆର୍ଥିକ ସଂକଟ । ସରକାର ଯଦି ସାହାଯ୍ୟ କରନ୍ତେ...

septuagenarian woman
ଥକିନାହାନ୍ତି ଜେଜେ ମାଆ : ପିଲାଙ୍କୁ ନାଚ ଶିଖାଇବା ସହିତ ନାଟକ ପାଇଁ ବହି ଲେଖୁଛନ୍ତି

ବୟସ ୭୦ ପାର୍‌ ହେଲାଣି କିନ୍ତୁ ଥକିନାହାନ୍ତି ଜେଜେ ମାଆ । ସ୍କୁଲ ପିଲାଙ୍କୁ ଡ୍ୟାନ୍ସ ସହିତ ଶିଖାଉଛନ୍ତି ନାଟକ । ପ୍ରତିଦିନ ଅଭ୍ୟାସ କରୁଛନ୍ତି ପିଲା । ପୁରସ୍କାର ଆଣିଲେ ଖୁସି ହେଉଛନ୍ତି ଜେଜେ ମାଆ

Auto-rickshaws
କାନ୍ଦୁଛି ରିକ୍ସାବାଲା : ଅଟୋ ପାଇଁ ବେପାର ହେଉନି...ଭୋକରେ ପରିବାର

ରାସ୍ତା ଉପରେ କାନ୍ଦୁଛି ରିକ୍ସାବାଲା । ଅଟୋ ଆସିବା ପରେ ବେପାର ପୂରା ମାନ୍ଦା...ପୂର୍ବରୁ ଦିନକୁ ୮ ଶହ ରୋଜଗାର ହେଉଥିଲା । ଏବେ ୫୦ ଟଙ୍କା ହେବା କଷ୍ଟ । ଏମିତି ପରିସ୍ଥିତିରେ ରିକ୍ସାବାଲାର ପରିବାର ଚଳିବ କେମିତି?

Elderly man seeks financial assistance
ଜରି ତଳେ ଜୀବନ : ନବୀନଙ୍କ ଦୁଃଖ ଶୁଣୁନାହାନ୍ତି ନବୀନ

ପୁଅ ସାପ କାମୁଡାରେ ମଲା । ବର୍ଷାରେ ଘର ଭାଙ୍ଗିଗଲା...ବୁଢା ବୟସରେ ପାଖରେ କିଛି ସମ୍ବଳ ନାହିଁ । ନାତି ମୁହଁରେ ଆହାର ଦେବା ପାଇଁ ମୂଲ ଲାଗୁଛନ୍ତି ଜେଜେ ବାପା । ପ୍ରଶାସନ ପାଖକୁ ଦୌଡି ଦୌଡି ଥକି ପଡିଲେଣି ସତ ହେଲେ ଘର ଖଣ୍ଡେ ମିଳିଲା ନାହିଁ

Physically Handicaped Child
‘ହାତ ଗୋଡ଼ କିଛି ନାହିଁ, ହେଲେ ବି ମୁଁ ହାର୍‌ ମାନିନି’

ହାତ ନଥାଉ ପଛେ, ଉଡ଼ିବାର ସ୍ୱପ୍ନ ଦେଖିଛନ୍ତି । ଗୋଡ଼ ନଥାଉ ପଛେ ଦୌଡ଼ିବାର ଦମ୍ଭ ରଖିଛନ୍ତି । ଦିନେ IAS ଅଫିସର୍‌ ହେବେ ଆଉ ବାପାମାଆଙ୍କ ସ୍ୱପ୍ନ ସାକାର କରିବେ । ସମାଜ ପାଇଁ ପ୍ରେରଣା ସାଜିବେ ।

Koraput girl’s Independence Day speech
ଦୋହଲାଇ ଦେଲା କୁନିଝିଅର ଦୁଇ ପଦ କଥା; ପଙ୍କ କାଦୁଅରେ ଘାଣ୍ଟି ହେଲେ ସରକାରୀ ବାବୁ

କେବେ ବାବୁ ଭାୟାଙ୍କ ନଜର ପଡ଼ିନଥିବା ପଦୁଗୁଡ଼ାରେ ଗାଁରେ ଆଜି ପାଦ ପଡ଼ିଛି କୋରାପୁଟ ଜିଲ୍ଲା ପ୍ରଶାସନର । ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତର ପାହାଡି ଗାଁକୁ ଯାଇଛନ୍ତି ଏଭଳି ପାହାଡ଼ ଚଢ଼ି । କାଦୁଅ ଭିତରେ ପଶିବାକୁ ବାଧ୍ୟ ହୋଇଛନ୍ତି ବିଡିଓ ଏବଂ କର୍ମଚାରୀ ।

Sarapancha
ଇଏ ବି ଜଣେ ସରପଂଚ ! ନିଜସ୍ୱ ଖର୍ଚ୍ଚରୁ ଲୋକଙ୍କୁ ଦେଉଛନ୍ତି ଘର

ଲୋକଙ୍କ ଅସୁବିଧାର ସାଥୀ । ସରପଂଚ ହେବା ପରେ ସାହାଯ୍ୟ କରିବାକୁ କରିଛନ୍ତି ଶପଥ...ଗାଁ ଗାଁ ବୁଲୁଛନ୍ତି ଲୋକଙ୍କୁ ଦେଉଛନ୍ତି ନୂଆ ନୂଆ ଘର

Sarpanch’s husband
ଦାଦାଗିରି ଦେଖାଉଛନ୍ତି ସରପଂଚଙ୍କ ସ୍ୱାମୀ : ୧୫ ହଜାର ଦେଲେ ମିଳିବ ଘର

ସରପଂଚଙ୍କ ସ୍ୱାମୀଙ୍କ ଗୁଣ୍ଡାରାଜ୍‌ । ହିତାଧିକାରୀ ତାଲିକାରେ ନା ଥିବା ପରେ ବି ରାଗ ରଖି କାଟି ଦେଉଛନ୍ତି ନା । ପଚାରିବାରୁ କହୁଛନ୍ତି, ତୁମେ ମତେ ଭୋଟ୍‌ ଦେଇନ, ଘର ମିଳିବନି । କ୍ୟାମେରା ଦେଖି ଧାଉଁଛନ୍ତି ବିଡିଓ

Crocodile
ପୁଣି ନଈରେ କୁମ୍ଭୀର ଆତଙ୍କ...ଲୋକ ଦେଖି ଲୁଚୁଛି, ଶିକାର କରିବା ପୂର୍ବରୁ...

ନଈରେ କୁମ୍ଭୀର ଆତଙ୍କ । ଲୋକ ଦେଖିବା ମାତ୍ରେ ଲୁଚିଯାଉଛି...ଛପି ଛପି ଶିକାର କରୁଛି । ଜାଲୁଆ ମାଛ ଧରିବା ବେଳେ କୁମ୍ଭୀର ଦେଖିବା ପରେ ଏବେ ଭୟରେ ଲୋକେ

Elderly woman
ଏ କେମିତିକା ବ୍ୟବସ୍ଥା? ୫୦୦ ଟଙ୍କା ଭତ୍ତା ଲାଗି ଟ୍ରଲିରେ ବୁହା ହେଲେ ବୃଦ୍ଧା

ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ । ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବୟସ ୯୫ ହେଲାଣି । ସରକାରୀ ନିୟମ ଅନୁସାରେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳିବାର କଥା । ହେଲେ ୭ ଶହ ତ ଦୂରର କଥା ୫୦୦ ଟଙ୍କା ଭତ୍ତା ବି ତାଙ୍କ ଲାଗି ସ୍ୱପ୍ନ ହୋଇଛି । ପ୍ରଥମତଃ ଘର ପାଖରେ ଭତ୍ତା ଟଙ୍କା ମିଳୁଥିଲା । ହେଲେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟଙ୍କୁ ଯାଇଥିଲା ଭତ୍ତା ଟଙ୍କା

Surgery
ଜୋର୍‌ରେ ପେଟ କାଟିଲା, ରକ୍ତ ବାନ୍ତି ହେଲା; ପେଟରୁ ବାହାରିଲା ବ୍ଲେଡ୍‌, ସେଫ୍ଟି ପିନ୍‌ ଓ କ୍ଲିପ୍‌

୨୦ ବର୍ଷର ଯୁବକଙ୍କ ପେଟରେ ରହିଥିଲା ବ୍ଲେଡ୍‌, ସେଫ୍ଟି ପିନ୍‌ ଓ କ୍ଲିପ୍‌ । ପେଟରେ ଭିଷଣ ଯନ୍ତ୍ରଣା ହେବାରୁ ଡାକ୍ତର କହିଲେ ତୁରନ୍ତ ଅପରେସନ୍‌ ଦରକାର । ତା’ପରେ..

Ancient Indian philosophy and the teachings of humanity
World Humanitarian Day 2023: ମାନବିକତାର କଥା କହେ ପ୍ରାଚୀନ ଭାରତୀୟ ଦର୍ଶନ

ସାରା ଦୁନିଆରେ ମାନବୀୟ ଚେଷ୍ଟାକୁ ସମ୍ମାନିତ କରିବା ଏବଂ ମାନବ କଲ୍ୟାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ମାନବତାବାଦୀ ଦିବସ’ ପାଳନ କରାଯାଏ।

daughter of ice-cream seller cracked IIT-JEE
Success Story: ସଫଳତା: ଆଇସ୍‌କ୍ରିମ୍‌ ବିକାଳିଙ୍କ ଝିଅ ହେବେ ‍ଇଂଜିନିୟର୍

ଆହ୍ୱାନକୁ ଦୂର କରି କୋଥାଗୁଡେମ ଜିଲ୍ଲାର ଏକ ସୁଦୂର ଗାଁର ଜଣେ ଆଦିବାସୀ ଛାତ୍ରୀ ଉଲ୍ଲେଖନୀୟ ଏକାଡେମିକ୍ ଦକ୍ଷତା ପ୍ରଦର୍ଶନ କରିଛନ୍ତି ଏବଂ ବିହାରର ଆଇଆଇଟି ପାଟନାରେ ଆଡମିଶନ ପାଇଛନ୍ତି।

Elderly man
କେହି ପଚାରୁନାହାନ୍ତି...ଠାକୁରଙ୍କ ଭରସାରେ ଡ଼ାଙ୍ଗଧର

କାଦୁଅରେ ଶୋଉଛନ୍ତି ଡାଙ୍ଗଧର । ଖାଇବାକୁ ନାହିଁ କି ଘର ନାହିଁ...ସମସ୍ତେ ଭତ୍ତା ଲାଗି ଯୋଗ୍ୟ ପରେ ବି କାହାକୁ ମିଳୁନି । ସରକାର ନୁହେଁ ବରଂ ଠାକୁର ହିଁ ସାହାଭରସା ବୋଲି କହୁଛନ୍ତି।

Meritorious student Need Help
ଓଃ କି ଦୁଃଖ ! ୬ ଥର ଅପରେସନ୍‌ ପରେ ବି ବିଛଣାରୁ ଉଠୁନି ଆଶିଷ

ଭଗବାନଙ୍କୁ ଡାକି ପୁଅ ପାଇଥିଲେ ବୋଲି ନା ଦେଇଥିଲେ ଆଶିଷ । ସ୍କୁଲରେ ବେହୋସ ହେବା ପରେ ମେଡିକାଲ ନେଇଥିଲେ ବାପା-ମାଆ । ବୁର୍ଲାଠୁ କଟକ...୬ ଥର ଅପରେସନ୍‌ ହେଲାଣି କିନ୍ତୁ ବିଛଣାରୁ ଉଠୁନି ବଢିଲା ପୁଅ ।