• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ୟାଣ୍ଡ,ବାଜା ଓ ଆତଶବାଜି ସହ ଶାଶୂଘରୁ ବାପଘର ଗଲା ଝିଅ । ନିଜର ଅଲିଅଳି ଝିଅକୁ ସମ୍ମାନର ସହ ନିଜ ଘରକୁ ଫେରାଇ ନେଲେ ବାପା । କଥାରେ ଅଛି ଝିଅ ଜନମ ପର ଘରକୁ । ‘ଦେଲୁ ନାରୀ ହେଲୁ ପାରି’ପରି କିଛି ଅନ୍ଧ ମାନସିକତା ଆଜି ପର୍ଯ୍ୟନ୍ତ ଆମର ପୁରୁଷ ପ୍ରଧାନ ସମାଜରେ ରହିଛି । ଝିଅଟିକୁ ବାହା ଦେଇଦେଲେ ଯେପରି ବାପାମା’ଙ୍କ ମୁଣ୍ଡରୁ ଗୋଟେ ବଡ଼ ବୋଝ ଓହ୍ଲାଇ ଯାଏ । ହେଲେ ବିବାହ ପରେ ଯଦି ଶାଶୂଘର ଲୋକେ ସେହି ଝିଅଟିକୁ ନଆପଣାଇ ନିର୍ଯାତନା ଦିଅନ୍ତି, କଥା କଥାକେ ଲାଞ୍ଚନା ଦିଅନ୍ତି କେଉଁ ବାପାର ହୃଦୟ ବା ତାକୁ ସହ୍ୟ କରିପାରିବ । ଝାଡ଼ଖଣ୍ଡର ରାଞ୍ଚିରେ ଏଭଳି ଏକ ଘଟଣା ଘଟିଛି, ଯାହା ଏହି ପୁରୁଷ ପ୍ରାଧାନ୍ୟ ସମାଜକୁ ଏକ ଉଚିତ ଶିକ୍ଷା କହିଲେ ଚଳେ ।

କୈଳାଶ ନଗରର ପ୍ରେମ ଗୁପ୍ତା ବର୍ଷେ ପୂର୍ବରୁ ଖୁବ ଧୁମଧାମରେ ନିଜ ଝିଅର ବାହାଘର କରାଇଥିଲେ । ସାଧ୍ୟ ମତେ ଜାନି ଯୌତୁକ ଦେଇ ଝିଅକୁ ଶାଶୂଘରକୁ ବିଦା କରିଥିଲେ । ଝିଅର ବିବାହ ପରେ ବେଶ୍‌ ଖୁସିରେ ଥିଲା । ହେଲେ ସେପଟେ ଝିଅଟି କିନ୍ତୁ ଶାଶୂଘରେ ଖୁସିରେ ନଥିଲା । ଶାଶୂଘର ଲୋକ ତାଙ୍କୁ ଟିକିଏ ଟିକିଏ କଥାରେ ନିର୍ଯାତନା ଦେଉଥିଲେ । ଝିଅକୁ ଶାଶୂଘର ଲୋକ ଭଲ ବ୍ୟବହାର କରୁନାହାନ୍ତି ଜାଣିବା ପରେ ପ୍ରେମ ଗୁପ୍ତାଙ୍କର ଯେପରି ହୃଦୟ ଭାଙ୍ଗି ଯାଇଥିଲା । ଯେଉଁ ଝିଅକୁ ସେ ରାଜକୁମାରୀ ପରି ବଢ଼େଇ ଥିଲେ, ଖୁସରେ ବାହା ଦେଇଥିଲେ... ସେ କଷ୍ଟ ପାଉଥିବା ଦେଖି ନିଜ ଘରକୁ ଫେରାଇ ଆଣିବାକୁ ଚିନ୍ତା କରିଥିଲେ । ଆଉ ଶେଷରେ ଏମିତି ସେମିତି ନୁହେଁ ବାଜା ରୋଷଣୀ କରି ଶୋଭାଯାତ୍ରାରେ ଝିଅକୁ ଘରକୁ ଫେରାଇ ଆଣିଥିଲେ ।

ସାଧାରଣତଃ ଝିଅ ବିବାହ ସମୟରେ ବ୍ୟାଣ୍ଡ୍‌ ବାଜା ସହ ବର ଆସେ ବିବାହ ପାଇଁ । ହେଲେ କେବେ କୌଣସି ଝିଅକୁ ବାଜାରୋଷଣୀ ସହ ବାପଘରକୁ ଫେରିଯିବା ଘଟଣା ଅନେକ ଦେଖିନଥିଲେ । ଏବେ ଜଣେ ବାପା ତାଙ୍କ ଝିଅକୁ ଶାଶୂଘରୁ ଏପରି ଫେରାଇ ଆଣିବା ପରେ ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ । ଏଭଳି କିଛି ବାପାଙ୍କର ସାହସିକ ପଦକ୍ଷେକ ହୁଏତ ଆଗାମୀ ସମୟରେ ପୁରୁଷପ୍ରାଧାନ୍ୟ ସମାଜକୁ ନୂଆ ବାଟ ଦେଖାଇପାରେ ।