• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅନଲାଇନ ଦୁନିଆର ଅନ୍ଧକାର ପାର୍ଶ୍ବ । ଭିୟୁଜ୍ ପାଇଁ ବାଜିରେ ଲାଗୁଛି ଜୀବନ । ତଳେ ଥିବା ଭିଡ଼ିଓରେ ମଇଁଷି ଉପରେ ଗୋଟେ ନାଗ ସାପର ଆକ୍ରମଣ ଦେଖିବାକୁ ମିଳୁଛି । ମଇଁଷିଟି ନାଗ କବଳରୁ ବଞ୍ଚିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି । ଆଉ ଏହାକୁ ଜନୈକ ବ୍ୟକ୍ତି ସୁଟ୍ କରୁଛନ୍ତି ।

ନିକଟରେ ଭାଇରାଲ ହୋଇଥିବା ଏହି ଭିଡ଼ିଓଟି କେଉଁଠିକାର ଜଣା ପଡ଼ି ନାହିଁ । କିନ୍ତୁ ମାନବ ଭାବେ ଯେ ଆମେ ବିଫଳ ହେଉଛୁ ତାହା ନିଶ୍ଟିତ ଭାବେ ଦର୍ଶାଉଛି । ଭିୟୁଜ ପାଇବା ପାଇଁ ମଇଁଷିଟିକୁ ମରଣ ମୁହଁକୁ ଠେଲି ଦେଉଛନ୍ତି ଜନୈକ ବ୍ୟକ୍ତି । ଭିଡ଼ିଓଟି ନେଟିଜେନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି ।

ଭିଡ଼ିଓରେ ଏକ ମଫସଲ ଗାଁ ଭିତରେ ମଇଁଷିଟେ ଖୁଣ୍ଟରେ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି । ଶାନ୍ତ ଭାବେ ସେ ଠିଆ ହୋଇଛି । ତେବେ ହଠାତ୍ ସେ ଅଶାନ୍ତ ହୋଇଯିବା ନଜରକୁ ଆସୁଛି । କାରଣ ଖୋଜିଲାରୁ ତା ପାର୍ଶ୍ବରେ ଗୋଟେ ନାଗ ସାପ ଥିବାର ଦେଖିବାକୁ ମିଳୁଛି ।

ସାପଟି ମଇଁଷିକୁ ଚୋଟ ମାରିବାର ପ୍ରୟାସ କରୁଛି ଓ ମଇଁଷିଟି ସାପକୁ ଘଉଡ଼ାଇ ଦେବାର ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି । ଅବଶ୍ୟ ସାପର ଚୋଟରୁ ମଇଁଷିଟି ନିଜକୁ ରକ୍ଷା କରି ପାରୁଛି । କିନ୍ତୁ ପ୍ରଶ୍ନ ଉଠୁଛି ନିକଟରେ ଥିବା ବ୍ୟକ୍ତି ମଇଁଷିକୁ ସାହାଯ୍ୟ କରିବା ପରିବର୍ତ୍ତେ ଏ ସମସ୍ତ କାରନାମାର ଭିଡ଼ିଓ ସୁଟ କରିବାରେ ଲାଗିଛନ୍ତି । ଏହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସାପର ଚୋଟରେ ମଇଁଷିର ମୃତ୍ୟୁ ହେବାର ସମସ୍ତ ସମ୍ଭାବନା ଥିବା ସତ୍ତ୍ବେ ବ୍ୟକ୍ତିଙ୍କର ଏପରି ଉଦାସୀନତା ଗ୍ରହଣୀୟ ହୋଇ ପାରୁନାହିଁ । ବାରମ୍ବାର ସାପଟି ଚୋଟ ମାରିବାକୁ ପ୍ରୟାସ କରୁଛି, ଏହା ସତ୍ତ୍ବେ ମଇଁଷିଟି ନିଜକୁ ବଞ୍ଚାଇ ପାରିଛି । ଏହି ମୁକାବିଲାରେ କ୍ୟାମେରା ପଛରେ ଥିବା ବ୍ୟକ୍ତିଙ୍କ ଆଚରଣ ନେଟିଜେନ ମାନଙ୍କୁ କ୍ଷୁବ୍ଧ କରିଛି । ଉକ୍ତ ବ୍ୟକ୍ତିଙ୍କ ଆଚରଣ ନେଇ ପ୍ରବଳ ମାତ୍ରାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୟୁଜର୍ସ ।

ଅଳ୍ପ କିଛି ମନୋରଞ୍ଜନ ପାଇଁ ମଇଁଷିର ଜୀବନ ମଧ୍ୟ ଯାଇ ପାରି ଥାଆନ୍ତା ବୋଲି କହିଛନ୍ତି ୟୁଜର୍ସ । ଅନ୍ୟ କେତେ ଜଣ କ୍ୟାମେରା ପଛର ଲୋକକୁ ହୃଦୟହୀନ ବୋଲି ଅଭିହିତ କରିଛନ୍ତି । କେବଳ ମନୋରଞ୍ଜନ ପାଇଁ ଏପରି ବିପଜ୍ଜନକ, ହୃଦୟହୀନ ଓ ନୈତିକତା ବିହୀନ ବ୍ୟବହାର କଦାପି ଗ୍ରହଣୀୟ ନୁହେଁ ବୋଲି କୁହାଯାଉଛି । ଲୋକପ୍ରିୟ ସୋସିଆଲ ମିଡ଼ିଆ ଆପ ଇଷ୍ଟାଗ୍ରାମରେ ଉକ୍ତ ଭିଡ଼ିଓଟି ସେୟାର କରା ଯାଇଛି ।