• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Rebati
ପ୍ରତାରଣା ପାଲଟିଲା ପ୍ରତିଶ୍ରୁତି : ଗାଈ ଚରେଇ ଚଳୁଛନ୍ତି ରେବତୀ

ବାପା-ମାଆ ସେମିତି କିଛି ରଖିନାହାନ୍ତି ଯାହାକୁ ଖାଇ-ପିଇ ଚଳିଯିବେ ରେବତୀ । ସେଇଥି ଲାଗି ତ ପର ଦୁଆରେ ମୂଲ ଲାଗିବାକୁ ଅନେକ ଚେଷ୍ଟା ବି କରିଛନ୍ତି ସେ । ଖାଲି ଚେଷ୍ଟା କରିନାହାନ୍ତି ପର ଦୁଆରେ ଯାଇ କାମ ବି ମାଗିଛନ୍ତି । କିନ୍ତୁ ରେବତୀଙ୍କ ଚେହେରା ଦେଖି ତାଙ୍କୁ କାମ ଦେବାକୁ କେହି ଜଣେ ହେଲେ ବି ଆଗ୍ରହ ଦେଖାଇନାହାନ୍ତି । ତେଣୁ ପେଟ ଚାଖଣ୍ଡେକ ଲାଗି ଏବେ ଏମିତି ଗାଈ ଚରେଇ ଯାହା କିଛି ରୋଜଗାର କରୁଛନ୍ତି ସେତିକିରେ ଚଳୁଛି ପୂରା ପରିବାର ।

Watermelon
ନିଆରା ଜନ୍ମ ଦିନ ! କେକ୍‌ ବଦଳରେ କାଟିଲେ ତରଭୁଜ, ରହିଛି ମହତ ଉଦ୍ଦେଶ୍ୟ.. ଜାଣନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଅସହ୍ୟ ଗରମରୁ ରକ୍ଷା ପାଇବାକୁ ହେଲେ ତରଭୁଜ ଭଳି ଫଳ ଖାଇବା ଜରୁରୀ । ଏଥିପାଇଁ ବିଭିନ୍ନ ସମୟରେ ଲୋକଙ୍କୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥାନ୍ତି ।

Court Order
ଘର କାମ ପାଇଁ ସ୍ତ୍ରୀଙ୍କୁ ଦରମା : ୧.୭୫ କୋଟି ଦେବା ପାଇଁ ସ୍ୱାମୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ସ୍ୱାର୍ଥପର ସ୍ୱାମୀକୁ ପାନେ । ବିବାହ ବିଚ୍ଛେଦ ପରେ ସ୍ତ୍ରୀ ଓ ଦୁଇ ଝିଅକୁ ଭରଣପୋଷଣ ଖର୍ଚ୍ଚ ଦେଉନଥିବାରୁ କଡ଼ା ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ ।

special story
ଗାଈଗୋରୁଙ୍କ ପାଇଁ ୫୬ ଭୋଗ, କିଏ କଲା ଏପରି ବ୍ୟବସ୍ଥା ?

ରାଟ ବିରାଟ ଥାଳି ରଖାଯାଇଛି...ସେଥିରେ ଥୁଆ ହୋଇଛି ବିଭିନ୍ନ ପ୍ରକାର ମିଠା, ପରିବା, ଫଳ, ରୁଟି, ଘାସ ସହ ଅନେକ ପ୍ରକାର ବ୍ୟଞ୍ଜନ ।

special story
ବିଚରା ଟର୍ଟଲ୍‌. . . ଆରେ ଭାଇ କିଏ ଟିକେ ରେସ୍କ୍ୟୁ କର

ଆରେ ଭାଇ କି ଅଛ? ଟିକେ ଦଉଡ଼ି ଆସ...ଦେଖୁନ କେମିତି କଇଁଛଟା ଜାଲରେ ପଡ଼ିଯାଇଛି । ଟିକିଏ ହଲି ବି ପାରୁନି.

Women Protect Jungle
ହାତରେ ଟାଙ୍ଗିଆ, ବଣରେ ବୁଲି ବୁଲି ଗଛର ଯତ୍ନ ନେଉଛନ୍ତି . .

ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ ବଢିପାରିଛନ୍ତି ।

Olive Ridley turtles
କଇଁଛକୁ ବଞ୍ଚାଇବାକୁ କୁନି ଝିଅ କରୁଛି ଗୁହାରୀ : ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ

ସମୁଦ୍ର କୂଳରେ ଏମିତି କହି ଜାଲରେ ଲାଗିଥିବା କଇଁଛକୁ ଉଦ୍ଧାର କରିବାକୁ ଅପିଲ୍‌ କରୁଛି କୁନି ଝିଅ। ପାରାଦୀପ ସି-ବିଚ୍ ବୁଲିବାକୁ ଆସିଥିବା କୁନି ଝିଅଟିର ଘର କଟକରେ ବୋଲି ଜଣାପଡ଼ିଛି । ନିଜ ବାପାଙ୍କ ସାଙ୍ଗରେ ସମୁଦ୍ରକୂଳ ବୁଲୁବୁଲୁ ଦେଖିଲା ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି ହୋଇ ଛଟପଟ ହେଉଛି ବିରଳ ପ୍ରଜାତିର କଇଁଛ ଅଲିଭରିଡଲେ।

Odisha women take care of forest
୨୦ ବର୍ଷ ହେଲାଣି ଜଗୁଛନ୍ତି ଜଙ୍ଗଲ...ନିଜ ପିଲାଙ୍କ ପରି ଯତ୍ନ ନେଉଛନ୍ତି...

ହାତରେ ଟାଙ୍ଗିଆ ଧରିଛନ୍ତି, ବଣରେ ବୁଲି ବୁଲି ଗଛର ଯତ୍ନ ନେଉଛନ୍ତି । ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ ବଢିପାରିଛନ୍ତି । ରେଢାଖୋଲ ବନଖଣ୍ଡ ବଡମାଲ ରେଂଜର ଲମ୍ବଟିଦାଦର ଗାଁର ୧୬ ପରିବାରର ମହିଳାମାନେ ଦିନରାତି ଏକ କରି ବଡମାଲ ସଂରକ୍ଷିତ ଓ ଖସଡା ଜଂଗଲକୁ ଜଗି ରହିଛନ୍ତି।

Man makes 56 different types of foods for cows
ଏମିତି ମଣିଷକୁ ଶହେ ସଲାମ୍‌, ଗାଈଗୋରୁଙ୍କ ପାଇଁ ବାଢ଼ି ଦେଲେ ୫୬ ଭୋଗ...

ଗୋଶାଳାରେ ଗୋ-ମାତାଙ୍କୁ ୫୬ ପ୍ରକାର ଭୋଗ ଦିଆଗଲା । ପ୍ରାୟ ୧୫୦ ଗୋରୁଙ୍କ ପାଖରେ ଏମିତି ସ୍ୱତନ୍ତ୍ର ଭାବରେ ଲଗାଯାଇଛି ଭୋଗ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୩୦ ବର୍ଷ ହେଲାଣି ଗାଈମାନଙ୍କୁ ୫୬ ପ୍ରକାର ଭୋଗ ଦିଆଯାଉଛି। ଯାହାକୁ ନେଇ ଏବେ ସବୁଠି ଲାଗିରହିଛି ଚର୍ଚ୍ଚା

Nuapada
ଆସ ବୁଲିଯିବା କବାଟଦରହର : ଗରମ ପାଗରେ ଥଣ୍ଡା ହେବା

କବାଟଦରହ ଏକ ଏମିତି ପର୍ଯ୍ୟଟନସ୍ଥଳୀ ଯାହା ସବୁବେଳେ ସବୁ ଋତୁରେ ପର୍ଯ୍ୟଟକଙ୍କୁ ନିଜର ମନୋରମ ଶୋଭାରେ ବାନ୍ଧି ରଖିଥାଏ । କିନ୍ତୁ ଶୀତ ଦିନେ କବାଟଦରହର ଅପରୂପ ଶୋଭାରେ ମତୁଆଲ ହୋଇଯାଏ ପର୍ଯ୍ୟଟକ । ବାରମ୍ବାର ଏଠାକୁ ଆସିବାକୁ ଇଚ୍ଛା କରେ ଦେଖଣାହାରି । ତେବେ ଆବଶ୍ୟକ ଗମନାଗମନ ବ୍ୟବସ୍ଥା ସହ ପାନୀୟ ଜଳ, ବିଶ୍ରାମଘରର ବ୍ୟବସ୍ଥା ହେଲେ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବଢିଯାନ୍ତା ।

Being married
ଠିକ୍ ବୟସରେ ବାହା ହେଲେ ଅଧିକ ସୁସ୍ଥ ହୁଅନ୍ତି ପୁରୁଷ !

ଉପଯୁକ୍ତ ସମୟରେ ବିବାହ କଲେ ଅନେକ ଫାଇଦା ରହିଛି। ଏମିତିକୁ ପୁରୁଷଙ୍କ ଲାଗି ବେଶି ଫାଇଦା ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବାହାଘର ହେବା ପରେ ଅଧିକ ସୁସ୍ଥତା ଅନୁଭବ କରନ୍ତି ପୁରୁଷ। ଅର୍ଥାତ୍‌ ଯେଉଁମାନେ ନିଜର ଉପଯୁକ୍ତ ସମୟରେ ବିବାହ କରନ୍ତି ସେମାନେ ମାନସିକ ଓ ହୃଦଘାତ ଜନିତ ରୋଗର କମ୍‌ ଶିକାର ହୁଅନ୍ତି।

Adarsha
ପିନ୍ଧିବାକୁ ଦିନେ ଜୋତା ନଥିଲା, ଏବେ ଜାତୀୟ ଚାମ୍ପିୟନ୍‌

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେ ଅସୁବିଧା ପରେ ବି ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ଆଣିଛନ୍ତି ତିନୋଟି ମେଡାଲ। ଫେବୃଆରୀ ୯ ତାରିଖରେ ବିହାର ପାଟନାରେ ଆୟୋଜିତ ନେସନାଲ ଇଣ୍ଟର ଜୁନିୟର ଆଥେଲେଟିକ ମିଟରେ ଓଡିଶାରୁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତିନୋଟି ଇଭେଣ୍ଟ ଯଥା ୫ହଜାର, ୩ହଜାର, ୧୫ଶହ ରନରେ ଚମ୍ପିୟନ ହୋଇଛନ୍ତି ଆଦର୍ଶ।

OTV Impact
ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଲା ତାଲା...ଏବେ ସୁରକ୍ଷିତ କୁନି କୁନି ପିଲା

ଫେବୃୟାରୀ ୨୦ରେ ଶଙ୍କରା-୬ ଖଇରାପଡାର ଭଙ୍ଗାଦଦରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥାକୁ ନେଇ ଓଟିଭିରେ ଏକ ରିପୋର୍ଟ ପରିବେଷଣ କରାଯାଇଥିଲା । ଯାହାପରେ ପ୍ରଶାସନ ତତ୍ପରତା ଦେଖାଇଛି.। ପୂର୍ବରୁ ଗ୍ରାମବାସୀ ଯେତେ ଅଭିଯୋଗ କଲେ ବି ପ୍ରଶାସନ କର୍ଣ୍ଣପାତ କରୁନଥିଲେ କିନ୍ତୁ ଖବର ପ୍ରସାରଣ ପରେ ବିନିକା ବିଡିଓ, ସ୍ଥାନୀୟ ସରପଞ୍ଚ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହ ନିକଟସ୍ଥ ଏକ ସ୍କୁଲରେ ପିଲାଙ୍କ ପାଠପଢା ଲାଗି ବ୍ୟବସ୍ଥା କରାଇଛନ୍ତି।

Fitness of this 73 YO coach
୭୩ ବର୍ଷର ଭେଣ୍ଡିଆ କୋଚ୍.. ଜୋସ୍ ଦେଖିଲେ ହୋସ୍ ଉଡିଯିବ

ସକାଳ ୭ଟା ହେଲେ ଘରୁ ବାହାରି ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଗ୍ରାଉଣ୍ଡକୁ ଚାଲିଆସନ୍ତି ସୁରେନ୍ଦ୍ର । ସେଠାରେ ଓ୍ୱାର୍ମ ଅପ୍‌ କରିବା ପରେ ଡିସକସ୍‌, ଜାଭେଲିନ୍‌, ପୋଲ ଭୋଲ୍ଟ ପ୍ରାକ୍‌ଟିସ୍‌ ଆରମ୍ଭ କରିଦିଅନ୍ତି ।କେବଳ ନିଜେ ପ୍ରାକ୍‌ଟିସ୍‌ କରନ୍ତି ତାହା ନୁହେଁ ଯୁବ କ୍ରୀଡାବିତଙ୍କୁ ଟ୍ରେନିଂ ମଧ୍ୟ ଦିଅନ୍ତି । ଦୀର୍ଘ ୧୫ବର୍ଷ ହେଲା ଯୁବକଯୁବତୀଙ୍କୁ ମାଗଣାରେ ଟ୍ରେନିଂ ଦେଇଆସୁଛନ୍ତି ସୁରେନ୍ଦ୍ର । ସୁରେନ୍ଦ୍ରଙ୍କଠାରୁ ଟ୍ରେନିଂ ପାଇ ଅନେକ କ୍ରୀଡାବିତ୍ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଅନେକ ଆର୍ମୀ, ପୋଲିସ ତଥା ଅନ୍ୟାନ୍ୟ ସରକାରୀ କ୍ଷେତ୍ରରେ ଚାକିରି ବି ପାଇସାରିଛନ୍ତି ।

Nayagarh Farmer Issue
ନୟାଗଡ଼ରେ ଚାଲିଛି କୃଷିମେଳା...ଚାଷୀ କହୁଛନ୍ତି ଆମେ ଜାଣିନୁ...

ଛୋଟ କାଟିଆ ନୁହଁ ଆଜ୍ଞା ୟେ.. ପୂରା ବଡ଼ ଧରଣର ମାନେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା.. ରାଜ୍ୟ ମୁଖିଆଙ୍କ ହୋଡିଂ ମଧ୍ୟ ଲାଗିଚି..ଏଣ୍ଟ୍ରି ପୂରା ଶାନଦାର..।

Bhagaban Helpless
୪ ଖଣ୍ଡ ବାଉଁଶ ,କିଛି ଛିଣ୍ଡା ଅଖାରେ ବିତୁଛି ଭଗବାନଙ୍କ ଜୀବନ

ଭଗବାନଙ୍କ ଅବସ୍ଥା ଯିଏ ନିଜ ଆଖିରେ ଦେଖୁଛି,  ଆହା ପଦେ କହି ତା ଆଖି ଜକେଇ ଯାଉଛି।  ଆଖପାଖ ଅଞ୍ଚଳରେ ମୁଲ ମଜୁରୀ କରି ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ଓଳିଏ ଖାଇ ଓଳିଏ ଉପାସ ରୁହନ୍ତି ଭଗବାନ । ଏପଟେ ପୁଣି ବୋଝ ଉପରେ ନଳିତା ବିଡା ସାଜିଛି ତାଙ୍କର ଶାରୀରିକ ଅସୁସ୍ଥତା, ଯେଉଁଥି ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ରହିଛି । କିନ୍ତୁ ନିଜ ରୋଜଗାରରୁ ଭଲକରି ଗଣ୍ଡିଏ ଖାଇବାକୁ ପାଉନଥିବା ଭଗବାନ ଅସ୍ତ୍ରୋପଚାର ପାଇଁ ଟଙ୍କା ଆଣିବେ କେଉଁଠୁ ?

Jawan Auto Driver
ଦିନେ ସୀମାରେ ଯବାନ ଥିଲେ..ଏବେ ଅଟୋ ଡ୍ରାଇଭର : ରୋଗୀଙ୍କୁ ମେଡିକାଲ ନେବାକୁ କରିଛନ୍ତି ବ୍ରତ

୧୯୯୫ରେ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେଇଥିଲେ ନରେନ୍ଦ୍ର । ଦେଶର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପରେ ୨୦୧୯ରେ ହାବିଲଦାର ପଦରୁ ସେ ଅବସର ନେଲେ । ଏହା ପରେ ଗାଁରେ ରହି ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିଲେ ।  ଦିନେ ତାଙ୍କ ପତ୍ନୀ ରୁକ୍ମଣୀ ଅସୁସ୍ଥ ହୋଇ ପଡ଼ିଲେ । ତାଙ୍କୁ ଡାକ୍ତରଖାନାକୁ ନେବାକୁ ଗାଡ଼ିଟିଏ ଯୋଗାଡ କରିପାରିଲେନି ନରେନ୍ଦ୍ର।

UK Couple reach Bhadrak after watching Odia Youtuber’s snake catching trick
ୟୁଟ୍ୟୁବ୍‌ରେ ଜଣେ ସାପ ଧରିବା କୌଶଳ ଦେଖି ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ଦମ୍ପତି…

ୟୁଟ୍ୟୁବ୍‌ରେ ଜଣେ ସାପ ଧରିବା କୌଶଳ ଦେଖି ବ୍ରିଟେନ୍‌ରୁ ଓଡ଼ିଶା ଆସିଛନ୍ତି ଏହି ଦମ୍ପତି । ଭଦ୍ରକରେ ରହୁଥିବା ସାପଧରାଳି ମିର୍ଜା ଆରିଫଙ୍କୁ ଭେଟିଛନ୍ତି ଏହି ଦମ୍ପତି । ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ଦମ୍ପତି ଭଦ୍ରକରେ ପହଞ୍ଚି ଗତ ଶୁକ୍ରବାର ମିର୍ଜାଙ୍କୁ ଭେଟି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି...

Nayagarh Marriage
ବାହା ବେଦିରେ ପହଞ୍ଚିଲା ପୋଲିସ୍‌...ଶିଶୁପାଳ ହେଲେ ୨ ବର

ବାହାଘର ବେଦୀ ଉପରେ ପୋଲିସକୁ ଦେଖି ସମସ୍ତେ ଡରି ଛାନିଆଁ ହୋଇଗଲେ l କିନ୍ତୁ କେହି କିଛି ଜାଣିପାରିଲେ ନାହିଁ କି କାହିଁକି ହଠାତ୍‌ ବନ୍ଦ ହେଲା ବାହାଘର। କିନ୍ତୁ ଘଟଣାର ଖୋଳତାଡ କରିବା ପରେ ଜଣାପଡିଲା କି ବାଲ୍ୟ ବିବାହ ହେଉଥିବାରୁ ବାହାଘର ବନ୍ଦ କରିବାକୁ ବେଦିରେ ପହଞ୍ଚିଥିଲା ପୋଲିସ ଓ ଶିଶୁ ସୁରକ୍ଷା ୟୁନିଟ । ବାହା ବେଦିରେ ବସିଥିବା ନାବାଳିକା କନିଆଁକୁ ଚାଇଲଡ଼ ଲାଇନ ଉଦ୍ଧାର କରିବା ପରେ ଶିଶୁପାଳ ହୋଇ ଫେରିଛନ୍ତି ୨ ବର l

Tree
ଆଶ୍ଚର୍ଯ୍ୟ !! ଗଛ ସହ କଥା ହେଉଛନ୍ତି ଏଇ ମଣିଷ

ନିଜ ଲଗାଇଥିବା ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ ଓ ଶୋ-ଗଛ ସହିତ ଅନେକ ଫଳ ଗଛ ଲୋକଙ୍କୁ ବି ବିଭୋର କରୁଛି । ମ୍ୟୁଜିକପ୍ରତି ବି ବିଶ୍ଵନାଥଙ୍କର ବଡ ଦୁର୍ବଳତା ରହିଛି । ସେଇଥି ପାଇଁ ତ ଘରେ ନିଜେ ହାରମୋନିୟମ୍‌ ବଜାଇ ଗୀତ ଗାଆନ୍ତି । ନିଜ ଘରେ ମ୍ୟୁଜିକର ଏକ ଷ୍ଟୁଡିଓ ମଧ୍ୟ କରିଛନ୍ତି । ସଙ୍ଗୀତର ସ୍ୱରରେ ନିଜେ ଖୁସି ହେବା ସହିତ ଗଛ ସହ ନିଜର ଭାବନାକୁ ପ୍ରକାଶ କର ସହ ସେମାନଙ୍କୁ ସଙ୍ଗୀତ ମଧ୍ୟ ଶୁଣାନ୍ତି

Berhampur
ପରମ୍ପରା ବଂଚାଇ ରଖିବା ଲାଗି...ମାଟି ପାତ୍ରରେ ରୋଷେଇ କରି ଖାଉଛନ୍ତି ଦମ୍ପତି

ଖାଲି ଯୌଥ ପରିବାରର ନୁହେଁ ବରଂ ଶାଶୂ-ବୋହୂର ସଂପର୍କର ପ୍ୟାକ୍‌ ବି ରହିଛି । ଏଇ ଗିଫ୍ଟରେ ଫୁଲ ତୋଡା, ଶଙ୍ଖ, କଳସ ଆଦି ପୂଜା ସାମଗ୍ରୀ ରହିଛି । ଯଦି କାହାର ବାହାଘରରେ ଏମିତି ଗିଫ୍ଟ ଦେବେ ତେବେ ତାଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି ଆଶା ରଖିଛନ୍ତି ଏଇ ଦମ୍ପତି

Mohana Special Story
ବଞ୍ଚି ଥାଉଥାଉ ନିଜ ପାଇଁ ନିଜେ ଖୋଳିଲେ କବର !

ବିଶ୍ୱାସ ନହେଲେ ବି ସତ...ବଂଚି ଥାଉଥାଉ ନିଜ ପାଇଁ କବର ଖୋଳୁଛନ୍ତି ବୃଦ୍ଧ । ଏମିତି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସୌରି ଗାଁରେ । ସ୍ଥାନୀୟ ଅଂଚଳର ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ଲକ୍ଷ୍ମଣଙ୍କୁ ୮୦ ବର୍ଷ ହେଲାଣି...ଆଉ ଜେଙ୍ଗିଙ୍କୁ ୭୦ ଟପିଲାଣି । ଉଭୟଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ପିଲାମାନେ ବିବାହ କରିବା ପରେ ଏବେ ଅନ୍ୟତ୍ର ରହୁଛନ୍ତି

Post Master
ଚିତା କାଟିଦେଲେ ପୋଷ୍ଟ ମାଷ୍ଟର : ସୁକନ୍ୟା ଯୋଜନାର ଟଙ୍କା ନେଇ ମାରିଲେ ଛୁ

ଟଙ୍କା ହରାଇଥିବା ଜମାକରୀମାନେ ଅନେକଥର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ତଦନ୍ତ ବି ଆରମ୍ଭ କରାଯାଇଛି ।  ଏଠାରେ ପ୍ରଶ୍ନ ଉଠୁଛି, ପୋଷ୍ଟମାଷ୍ଟର ମନୋରଞ୍ଜନ ଏବେ କେଉଁଠି ?

Villagers urge administration to extend help to divyang girl in Jajpur
ଯନ୍ତ୍ରଣା ଦେଉଛି ଘା’...ସ୍କୁଲ ଯାଉନି...ହ୍ୱିଲ ଚେୟାରରେ ବିତୁଛି ଜୀବନ

ପିଠିରେ ଆବୁ, ଗୋଡରେ ଘା’…ପ୍ରତି ଘଂଟାରେ ବଢାଉଛି ଯନ୍ତ୍ରଣା । ସ୍କୁଲ ଯାଉନି କି ପାଠ ପଢୁନି...ବାପା-ମାଆ ଚାଲିଯିବା ପରେ ପାମ୍ପଡ ବିକି ନାତୁଣୀ ମୁହଁରେ ଆହର ଦେଉଛି ଆଈ। ଘରଦ୍ୱାର କିଛି ନାହିଁ, ସାହାଯ୍ୟ କହିଲେ କିଛି ନାହିଁ

College-going son goes missing, worried family members keep waiting for his return
୧୭ ଦିନ ହେଲା ଧନ ତତେ ଦେଖିନି....ତୁ ଫେରିଆରେ....

୧୭ ଦିନ ହେଲାଣି ଘରୁ ପଳାଇଛି ଭେଣ୍ଡିଆ ପୁଅ । ଖୋଜି ଖୋଜି ପୂରା ପରିବାର ନୟାନ୍ତ ହେଲାଣି...ପୁଅକୁ ପାଉନାହାନ୍ତି। ବଣରୁ ସାଇକେଲ ପାଇବା ପରେ ଘର ଦୁଆରେ କାନ୍ଦୁଛି ମାଆ