• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପିଶାଚ ପାଲଟିଲା ବାପା । ନିଜ ଜନ୍ମ କଲା ଝିଅକୁ କଲା ହତ୍ୟା । ବେଙ୍ଗାଲୁରୁର ନାଗନାଥପୁରରେ ଘଟିଛି ଘଟଣା । ବାପାର ତାଗିତ ସତ୍ତ୍ବେ ଜଣେ ଦଳିତ ପୁଅ ସହ ପଳାଇଥିଲା ଝିଅ । କିଛି ଦିନ ପୂର୍ବେ ୧୭ ବର୍ଷୀୟ ବୟଫ୍ରେଣ୍ତ ସହ ନାବାଳିକା ଜଣକ ଫେରାର ହୋଇ ଯାଇଥିଲା । ଏଣୁ ଗତ ଶନିବାର ଦିନ ନାଗନାଥପୁର ଡାକ୍ତର ଲେଆଉଟରେ ବାପା ହତ୍ୟା କରିଛି ।
ମୃତ ନାବାଳିକା ଜଣକ ହେଲେ ପଲ୍ଲବୀ । ଅଭିଯୁକ୍ତ ବାପାର ନାମ ଗଣେଶ, ବୟସ ୫୦ ବର୍ଷ । ତେବେ ଅଭିଯୁକ୍ତ ଜଣକ ପୂର୍ବରୁ ନିଜର ପତ୍ନୀ ଓ ଭାଉଜଙ୍କୁ ମଧ୍ୟ ଆକ୍ରମଣ କରିଥିବାର ସୂଚନା ମିଳିଛି । ପରେ ନିଜ ଝିଅକୁ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି ।

ପଲ୍ଲବୀ ଗୌଡା ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ନାବାଳକ ପ୍ରେମିକ ଦଳିତ ଜାତିର ବୋଲି ଜଣା ପଡ଼ିଛି । ଏଚଡି କୋଟରେ ପଢ଼ୁଥିବା ବେଳେ ସେ ନାବାଳକଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ସେମାନଙ୍କ ମଧ୍ୟ ସମ୍ପର୍କ ନିବିଡ଼ ହୋଇଥିଲା ଜଣା ପଡ଼ିଛି । ତେବେ ଦୁଇ ଜଣ ସ୍କୁଲ ସମୟରୁ ପରସ୍ପରକୁ ଜାଣିଥିଲେ ପୋଲିସ ପକ୍ଷରୁ କୁହା ଯାଇଛି ।
ଦୁଇ ମାସ ପୂର୍ବେ ନିଜ ପ୍ରେମିକ ସହ ଫେରାର ହୋଇଯିବା ପରେ ପୋଲିସ ପାଇ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପରେ ଅଭିଯୁକ୍ତ ଗଣେଶ ଜଣକ ନାବାଳିକା ଝିଅକୁ ନିଜ ଭାଉଜଙ୍କ ଘରେ ଛାଡ଼ିଥିଲା । ତେବେ ପୁଣି ଅକ୍ଟୋବର ୧୪ ରେ ସେ ଫେରାର ହୋଇ ଯାଇଥିଲେ । ଅକ୍ଟୋବର 18 ରେ ଅଭିଯୋଗ ପୋଲିସ ନିକଟକୁ ଆସିବା ପରେ ଅକ୍ଟୋବର ୨୦ ରେ ନାବାଳିକାଙ୍କୁ ଉଦ୍ଧାର କରା ଯାଇଥିଲା ।