• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Tumours
ପେଟରେ ବଢ଼ୁଥିଲା ଟ୍ୟୁମର୍‌, ଡାକ୍ତର ଦେଉଥିଲେ ଆଇରନ୍‌ ବଟିକା

ଡାକ୍ତର ଯଦି ଠିକରେ ରୋଗ ଚିହ୍ନି ନପାରିବେ ଓ ଭୁଲ୍ ଔଷଧ ଦେବେ ତାହେଲେ କହିବା କାହାକୁ । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦିବ୍ୟାଙ୍ଗ ମହିଳା । କ’ଣ କରିବେ କୁଆଡ଼େ ନେବେ, ପରିବାର ଲୋକେ ବାଉଳା ହେଉଛନ୍ତି ।

India to organise first-ever Global Buddhist Summit
ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜନ କରିବ ଭାରତ

ରାଜଧାନୀ ନୂଆଦିଲ୍ଲୀରେ ସମସାମୟିକ ଗ୍ଲୋବାଲ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜିତ ହେବାକୁ ଯାଉଛି ।

Dog-man fight
କୁକୁର ମଣିଷ ଲଢେଇରେ କେବେ ଲାଗିବ ବ୍ରେକ....କିଏ ଏଥି ପାଇଁ ଦାୟୀ ?

ରାଜଧାନୀରେ କୁକୁରଙ୍କ ସଂଖ୍ୟା କମାଇବାକୁ ବିଏମ୍ ସିର ଗୁରୁତ୍ବ। ସେମାନଙ୍କ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସହ ସଂଖ୍ୟା କମାଇବାକୁ ଯୋଜନା କରୁଛି ବିଏମସି। ଦିନକୁ ଦିନ ବୃଦ୍ଧି ପାଉଥିବା କୁକୁର ମଣିଷ ଲଢେଇରେ ରୋକ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରିଛି ବିଏମସି।

Baliguda Special Story
ବାପା-ଭାଇ ଯିବା ପରେ ଭଉଣୀ ଲାଗି ଦାଦନ ଖଟୁଛି ରୂପା

ଯେଉଁ ପିଲାଙ୍କୁ ଜନ୍ମ କରିଛି ସେମାନଙ୍କ ପେଟରେ ମୁଠେ ଆହାର ଦେବା ଲାଗି ଦିନରାତି ଏକ କରି କାମ କରୁଥିଲା । ବଡ଼ କଷ୍ଟରେ ଦିନରୁ ଦୁଇ ଓଳି ଖାଇବା ଯୋଗାଡ଼ କରୁଥିଲା । ହେଲେ ଦୈବ ଖେଳିଲା ଖେଳ । ହଠାତ୍‌ ସିଏ ବି ଅସୁସ୍ଥ ହୋଇ ପଡ଼ିଲେ । ବାସ୍‌ ଏହାପରେ କୁମାରୀଙ୍କ ପରିବାରକୁ ଘେରିଗଲା ଦୁଃଖର କଳାବାଦଲ ।

mahavir jayanti 2023
Mahavir Jayanti: ‘ସୁଖ ଆମ ଭିତରେ ଅଛି, ବାହାରେ ଖୋଜିବାକୁ ଚେଷ୍ଟା କର ନାହିଁ’

୩୦ ବର୍ଷ ବୟସରେ ମହାବୀର ରାଜପ୍ରାସାଦର ଭୋଗ ତ୍ୟାଗ କରି ସତ୍ୟର ସନ୍ଧାନରେ ଜଙ୍ଗଲକୁ ଚାଲିଯାଇଥିଲେ। ଘଞ୍ଚ ଜଙ୍ଗଲରେ ବାସ କରୁଥିବା ବେଳେ ସେ ବାର ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ। ଏହି ସାଧନାରୁ ଯେଉଁ ଜ୍ଞାନ ପ୍ରାପ୍ତ କରିଥିଲେ ତାକୁ ଜନସମାଜର କଲ୍ୟାଣ ପାଇଁ ପ୍ରଚାର କରିଥିଲେ।

Bhaibahu Dedhasura Kuan
ହଜାର ବର୍ଷର ଭାଇ-ବୋହୂ ଦେଢଶୁର କୂଅ...୮୦ ଫୁଟ୍‌ ତଳେ

କଥାରେ ଅଛି ଭାଇବୋହୂ ଉପରେ ଦେଢ ଶୂରର ଛାଇ ପଡେନାହିଁ । ଏହି ପରମ୍ପରା କାହିଁ କେତେ ବର୍ଷରୁ ଚଳି ଆସୁଛି । ଯାଜପୁର ବଡଚଣା ଚଣ୍ଡିତଳ ଗାଁରେ ଥିବା ଶିଖରଚଣ୍ଡି ପାଦଦେଶରେ ଏମିତି ଏକ କୂଅ ଅଛି ଯାହାର ନାଁ ଦେଢଶୂର ଭାଇବୋହୂ କୂଅ । ଏବେ ନୁହେଁ ବରଂ ହଜାର ବର୍ଷର ପୁରୁଣା ଏହି କୂଅ । କାହିଁ କେଉଁ କାଳରୁ ନିର୍ମାଣ ହୋଇଛି ଏହି କୂଅ । ତେବେ ପୁରାତନ କୂଅ ସନ୍ଧାନ କରିଛି ଇନଟାକ ଟିମ୍

Medical
ମେଡିକାଲରେ ଡାକ୍ତର ନାହାନ୍ତି...ଆକ୍ସିଡେଣ୍ଟ ହେଲା ତ କଟକ ଯାଅ...

ମେଡିକାଲ ଖୋଲିଛି, ଡାକ୍ତର ନାହାନ୍ତି । ଅଧ ରାତିରେ ପ୍ରସୂତୀ ଆସିଲେ ଦୂଆରୁ ଯାଉଛନ୍ତି କଟକ । ଥିବା କଥା ୧୨..ଅଛନ୍ତି ୪ ଷ୍ଟାପ୍‌ । ବାଃ ବାଃରେ ସ୍ୱାସ୍ଥ୍ୟ ସେବା

Andhra residents love Odisha
ଆନ୍ଧ୍ରରେ ରହୁଛନ୍ତି, ଓଡ଼ିଆ ପାଠ ପଢୁଛନ୍ତି

ସ୍କୁଲ ଆନ୍ଧ୍ରର, ପିଲା କିନ୍ତୁ ଓଡ଼ିଆରେ ପଢୁଛନ୍ତି ପାଠ । ତାହା ପୁଣି ପୂରା ପ୍ରାଂଜଳ ଭାବରେ । ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ପାରଳାଖେମୁଣ୍ଡିର ଗୋଟିଏ ଅଞ୍ଚଳ ଆନ୍ଧ୍ର ପ୍ରଦେଶର ମିଳିଆପୁଟି ରାଜସ୍ୱ ମଣ୍ଡଳରେ ମିଶିଯାଇଛି । ମହେନ୍ଦ୍ରତନୟା ନଦୀ ଗୋଟିଏ ପାର୍ଶ୍ଵ ଓଡ଼ିଶାରେ ରହିଯିବା ବେଳେ ଅପରପାର୍ଶ୍ଵ ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ରାଜସ୍ୱ ମଣ୍ଡଳରେ ମିଶିଗଲା । ମିଳିଆପୁଟି ରାଜସ୍ୱ ମଣ୍ଡଳରେ ଥିବା ନାର୍ସନ୍ଦ୍ରା ଗାଁ ଆନ୍ଧ୍ରରେ ମିଶିଗଲା ସତ ହେଲେ ସେଠାକାର ଲୋକ ଓଡ଼ିଆ ଭାଷାକୁ ଭୁଲିଲେ ନାହିଁ କି ପରମ୍ପରାକୁ ବି ଭୁଲିଲେ ନାହିଁ ।

Cuttack woman
ହାରିଛି କ୍ୟାନସର, ଜିତିଛନ୍ତି ମାଉସୀ...୬ ବର୍ଷରେ ୮ ଅପରେସନ୍‌

୬ ବର୍ଷରେ ୮ ଥର ଅପରେସନ୍‌ ହେଲେଣି । ଗୋଟିଏ ହାତ ବି ହରାଇଲେଣି । କିନ୍ତୁ ସେ ହାର ମାନିନାହାନ୍ତି...ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି ୮୦ ବର୍ଷର ବୁଢୀ ମାଉସୀ

Jagatsinghpur
ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧୁଥିଲେ...ଏବେ ରାସ୍ତା କଡ଼ରେ ଚା' ଦୋକାନ କରିଛନ୍ତି

ଜଗତସିଂହପୁର ଜିଲ୍ଳାର ସଦର ବ୍ଲକ୍ ଅନ୍ତର୍ଗତ ଅଳା ପଂଚାୟତ ମକରମପୁର ଗ୍ରାମର ସାଗରବାଳା ପଟ୍ଟନାୟକ । ବାସନ୍ତୀ ଅପା ନାଁରେ ଘରେ ଘରେ ପରିଚିତ ସାଗରବାଳା ।୧୯୬୫ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିସହିତ ଆକାଶବାଣୀ କଟକର ନାଟକ ବିଭାଗରେ କଳା ପରିବେଷଣ କରିବା ସହିତ ଶେଷଶ୍ରାବଣ ଓ ମନଆକାଶ ପ୍ରଭୃତି ୧୦ ରୁ ଉର୍ଦ୍ଧ୍ୱ ଚଳଚିତ୍ରରେ ମଧ୍ୟ ସହ କଳାକାର ଭାବେ ଅଭିନୟ କରିଥିଲେ ସାଗରବାଳା

MGNREGA works
କିଛି ଜାଣିପାରୁନାହାନ୍ତି ବଡ଼ ବାବୁ : ମଣିଷ ବଦଳରେ ମେସିନ୍‌ କରୁଛି କାମ

ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।

Man-eater tiger
ଛକି ଛକି ବୁଲୁଥିଲା : କ୍ୟାମେରାରେ କଏଦ ହେଲା ମଣିଷଖିଆ ବାଘ

ଗତ କିଛିଦିନ ଧରି ନୂଆପଡା ଜିଲ୍ଲାରେ ଆତଙ୍କ ଖେଳାଇ ଥିବା ବାଘର ଫଟୋ କ୍ୟାମେରାରେ କଏଦ ହୋଇଛି । ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇବା ପରେ ଗାଁରେ ୧୩ଟି ଟ୍ରାକ୍ କ୍ୟାମେରା ଲଗା ଯାଇଥିଲା । ଟ୍ରାକ୍ କ୍ୟାମେରାରେ ବାଘର ଫଟୋ ଆସିଥିବା ବେଳେ ସଦର ରେଞ୍ଜ ତରିଆମହୁଆଭଟା ଗାଁରେ ଲଗା ଯାଇଥିବା କ୍ୟାମେରାରେ ମଧ୍ୟ ବାଘର ଫଟୋ ଆସିଛି ।

Old Couple
ପୁଅବୋହୂଙ୍କ ନିର୍ଯାତନା ଆଉ ସହିପାରୁନୁ..ଆମେ ଚାଲିଯାଉଛୁ...

ବିନା ସ୍ୱାର୍ଥରେ ନିଜର ସବୁକିଛି ପିଲାଙ୍କ ପାଇଁ ସମର୍ପି ଦେଉଥିବା ବାପାମାଆକୁ କିନ୍ତୁ ପିଲାମାନେ ପାଣି ଗିଲାସଟେ ବି ଯାଚୁ ନାହାନ୍ତି । ଏମିତିକି ହାତ ଉଠେଇବାକୁ ବି ପଛାଉନାହାନ୍ତି । ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଇଲେ ନାହିଁ ପିତାମାତା । ମରିବା ପୂର୍ବରୁ ଲେଖିଗଲେ ସୁଇସାଇଡ୍‌ ନୋଟ୍‌ ।

SHG
ନିରକ୍ଷରତା ପାଇଁ ଜାଣିପାରିଲେନି... ଠକାମୀର ଶିକାର ହେଲେ

ଗ୍ରାମପତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି ଅଂଚଳରେ ଉଭୟ ଖରିଫ ଓ ରବି ରୁତରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି । ଗୋଷ୍ଠୀର ସଦସ୍ୟମାନେ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କଠାରୁ ବିଭିନ୍ନ ସମୟରେ ଠକି ଦସ୍ତଖତ ନେଇଯାଇ ଆଖାପାଖର ୫୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ହୋଇଛି।

youth collects coin last 20 years
୨୦ ବର୍ଷ ହେଲା ସଂଗ୍ରହ କରୁଛନ୍ତି କଏନ୍

ସେ ଜଣେ ଜୁଡିସିଆଲ୍ ସିନିୟର କ୍ଲର୍କ.. କିନ୍ତୁ ତାଙ୍କୁ ପିଲାଟି ଦିନରୁ କଏନ ସଂଗ୍ରହ କରିବା ନିଶା ରହିଛି.. ୩୧୦ରୁ ଉର୍ଦ୍ଧ୍ୱ ପ୍ରକାର କଏନ୍‌ ସଂଗ୍ରହ କରି ସେ ଓଏମ୍‌ଜି ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।

Ration Card
ଧ୍ୟାନ ଦିଅନ୍ତୁ... ଆପଣଙ୍କର ବି କଟିପାରେ ରାସନକାର୍ଡ଼ !!

ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ନିୟମ ଅନୁସାରେ, ୨୦୨୩ ମସିହା ସୁଦ୍ଧା ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ । କିନ୍ତୁ ସରକାରୀ ସୁବିଧା ସେମାନେ ପାଉଛନ୍ତି । ତେଣୁ ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ ପହଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି

Odisha records higher suicide rate
ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ! ଡିଜେ ଆଜେକ୍ସ ଠାରୁ ଆରମ୍ଭ କରି ରୁଚିସ୍ମିତାଙ୍କ ପର୍ଯ୍ୟନ୍ତ . .

ପ୍ରେମରେ ପ୍ରତାରଣାରୁ ହେଉ କିମ୍ବା କ୍ୟାରିୟରରେ ବିଫଳତା ପାଇଁ ହେଉ, ଜୀବନକୁ ସତେ ଯେମିତି ଖେଳ ଭାବୁଛନ୍ତି କିଛି ଯୁବ ଗୋଷ୍ଠୀ । ନିଜର ଭୂତ ଭବିଷ୍ୟତ ଏବଂ ଦାୟିତ୍ୱକୁ ଭୁଲି କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱର ଓ ବଲାଙ୍ଗିରରେ ଦୁଇ ଦୁଇ ଜଣଙ୍କ ଆତ୍ମହତ୍ୟା ଅଭିଭାବକଙ୍କୁ ଚିନ୍ତାରେ ପକାଇଦେଇଛି । କେବଳ ଏହି ଘଟଣା ନୁହେଁ, NCRBର ତଥ୍ୟ ଅନୁଯାୟୀ, ଜାତୀୟ ହାର ତୁଳନାରେ ରାଜ୍ୟର ସୁଇସାଇଡ୍ ମାମଲା ୧୨ %ରୁ ଅଧିକ ରହିଛି ।

helpless girls
ଜେଲ୍‌ରେ ବାପା-ଜେଜେ ମାଆ : ଦଣ୍ଡ ଭୋଗୁଛନ୍ତି ଦୁଇ ନିଷ୍ପାପ ପିଲା

ବାପା-ମାଆଙ୍କ ଅବର୍ତ୍ତମାନରେ ଦୁଇ ଭଉଣୀଙ୍କର ଦାୟିତ୍ୱ ନେବାକୁ ବି କେହିନାହାନ୍ତି । ଘରେ ଜେଜେ ବାପା ଅଛନ୍ତି । ହେଲେ ସିଏ ସେମାନଙ୍କର ସେବା କଣ କରିବେ ? ବରଂ ଦୁଇ ନାତୁଣୀ ତାଙ୍କର ଦାୟିତ୍ୱ ନେଉଛନ୍ତି । କେତେବେଳେ ଗୋଡ଼ ମୋଡି ଦେଉଛନ୍ତି ତ ଆଉ କେତେବେଳେ ଖୁଆଇ ଦେଉଛନ୍ତି । ବଡ଼ ଭଉଣୀ ଶୁଭସ୍ମିତା ସାନ ଭଉଣୀ ମଧୁସ୍ମିତାର ପୂରା ଦାୟିତ୍ୱ ନେଇଛି । ପଖାଳ ଭାତକୁ ଭେଣ୍ଡି ଖଟା କରି ଖୁଆଇ ଦେଉଛି । ଆଉ ମନେ ମନେ କହୁଛି, ହେ ଭଗବାନ ଆଉ ମତେ କଷ୍ଟ ଦିଅନି ।

Friendship Goals
୫୫ ବର୍ଷ ପରେ ବନ୍ଧୁ ମିଳନ; ଫେରାଇଦେଲେ ସ୍କୁଲ୍‌ରେ ହଜିଥିବା ସୁନା ମୁଦି

ଦୀର୍ଘ ୫୫ ବର୍ଷ ପରେ ସେ ନିଜ ବନ୍ଧୁ ଖୋଜି ପାଇଛନ୍ତି । ଖୋଜିବାର କାରଣ ହେଉଛି ସ୍କୁଲ୍‌ ବେଳର ସେହି ସୁନା ମୁଦି ଫେରାଇବା ପାଇଁ ।

Mahula Cultivation
ମହୁଲ ଫୁଲର ବିକ୍ରି ପାଇଁ ଉପଯୁକ୍ତ ବଜାର ନଥିବାରୁ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ

ଫଗୁଣ ମାସ ଆଗମନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ନ୍ତି ଆଦିବାସୀ । ବଣ ଜଙ୍ଗଲ ମୂଲକରେ ଜୀବନ ସାଉଁଟୁ ଥିବା ଏହି ସଂପ୍ରଦାୟର ଲୋକେ ଲାଗିପଡ଼ନ୍ତି ମହୁଲ ସଂଗ୍ରହରେ । ହାଡ ଭଙ୍ଗା ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଉଚିତ୍‍ ବ୍ୟବସ୍ଥା କରାଯାଉ ନଥିବାରୁ ଶୋଷଣର ଶିକାର ହେଉଥିବା ସବୁବେଳେ ଅଭିଯୋଗ ହେଉଛି..

Red Chili
ଲଙ୍କା କରିଛି ଲକ୍ଷପତି; ୫ ଏକର ଜମିରେ ଚାଲିଛି ନାଲି ଲଙ୍କା ଚାଷ

ଲଙ୍କା ଚାଷ କରି ଲକ୍ଷପତି । ଦୃଢ଼ ଇଛାଶକ୍ତି ବଳରେ ନିଜେ ଲକ୍ଷ ପତି ହେବା ସହ ଅନ୍ୟ ପରିବାରଙ୍କୁ ଦେଖାଇଛନ୍ତି ରୋଜଗାର ପନ୍ଥା..

Tragic Story
ଚତୁର୍ଥୀ ଦିନ ବଚନ ଭାଙ୍ଗିଲା କନ୍ୟା : ବୟଫ୍ରେଣ୍ଡ୍ ସହ ସ୍ତ୍ରୀକୁ ଅସଞ୍ଜତ ଅବସ୍ଥାରେ ଧରିଲା ବର

ବିବାହ ପରେ ପ୍ରଥମ ରାତ୍ରିକୁ ସ୍ମରଣୀୟ କରିବା ପାଇଁ ବର ରାଜା ସମସ୍ତ ବ୍ୟବସ୍ଥା କରିଥିଲେ । ହେଲେ ସୁହାଗ ଶେଯରେ ପହଞ୍ଚିବା ପରେ . .

Collector scolded land mafia
କଲେକ୍ଟରଙ୍କ ନାଲିଆଖି; କହିଲେ..‘୨ ମିନିଟ୍‌ରେ ତୁମର ଗୁଣ୍ତାଗିରି ଛଡ଼େଇଦେବି’

ଜମି ମାଫିଆଙ୍କ ହୋସ୍‌ ଉଡ଼ାଇଦେଲେ ଦବଙ୍ଗ କଲେକ୍ଟର । କହିଲେ...

Canal
ସରକାର ଶୁଣିଲେନି, ଦେଢ଼ କିଲୋମିଟରର କେନାଲ ତିଆରି କଲେ ଗାଁ ଲୋକେ

କାହାର ହାତରେ କୋଦାଳ ତ ଆଉ କାହାରି ହାତରେ ଶାବଳ । ଚାଲିଛି କେନାଲ ଖୋଳା କାମ ।

reels in darkness
ପ୍ରତିଶ୍ରୁତି ହେଲା ପ୍ରତାରଣା : ୫ ବର୍ଷ ହେଲା ଗାଁରେ ଜଳୁନି ବିଜୁଳି

ମୟୂରଭଞ୍ଜ କପ୍ତିପଦା ବ୍ଲକ ମାଙ୍କଡପଡାର ଚେମଚେଟା ଗାଁରେ ୩୦ରୁ ଉର୍ଦ୍ଧ୍ୱ ଲୋଧା ପରିବାର ବସବାସ କରନ୍ତି । ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ପାହାଡ ଉପରେ ସେମାନେ ରହିଆସୁଛନ୍ତି । ପାହାଡ ଉପରେ ରହୁଥିବାରୁ ଅଧିକାଂଶ ମୌଳିକ ସୁବିଧା ବି ଏମାନେ ପାଇନାହାନ୍ତି । ବିଜୁଳି ଜଳିବ, ଗାଁ ଆଲୋକିତ ହେବ...କିଛି ଏମିତି ଆଶାରେ ପ୍ରଶାସନ ଗାଁର ଅନେକ ପରିବାରକୁ ସୋଲାର ଲାଇଟ୍‌ ଯୋଗାଇ ଦେଇଥିଲା । କିନ୍ତୁ ବାସ୍ତବରେ ତାହା ଏଯାଏଁ ଜଳିଲା ନାହିଁ କି ଗାଁ ଆଲୋକିତ ହେଲା ନାହିଁ ।