ଜନତା ପଚାରିଛନ୍ତି ମହଙ୍ଗା ପ୍ରଶ୍ନ- ଆମ ଭୋଟ୍ ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ଲୋକଙ୍କ ଭାଗ୍ୟରେ ବହଳ କାଦୁଅ...
ଗେଣ୍ଡାଳିଆଙ୍କ ପସନ୍ଦର ଗାଁ ଯାଜପୁରର ସାପଗଡ଼ିଆ । ଚିଲିକା ନୁହେଁ କି ଅନ୍ୟକେଉଁ ପକ୍ଷୀ ଅଭୟାରଣ୍ୟ..ତଥାପି ଏହି ଗାଁରେ ଥିବା ଗଛରେ ବସା ବାନ୍ଧିଛନ୍ତି ହଜାର ହଜାର ଗେଣ୍ଡାଳିଆ..
ଘର ଲୋକ ରାଜି ନଥିଲେ, ତଥାପି ନେଇ ଗଲେ । ଗୋଟିଏ ଘରେ ରହିଲେ, ଶାରିରୀକ ସମ୍ପର୍କ ବି ରଖିଲେ । ଏବେ ଟ୍ରେନ୍ରେ ବସାଇ ଘରକୁ ପଠାଇ ଦେଲେ । ବାହା ହେବା ଜିଦ୍ରେ ଅଟଳ ଯୁବତୀ..ସେପଟେ ଯୁବକ କହୁଛନ୍ତି ଏକାଠି ରହିବା ପରେ ବି ଆମର ନଥିଲା ଶାରିରୀକ ସମ୍ପର୍କ।
କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ ଓ ମୟୂରଭଞ୍ଜର ଜାମ୍ବିମଣୀ । ଜଣଙ୍କ ବାପା ଫେରିବାଲା, ଆଉ ଜଣଙ୍କ ମାଆ ରୋଷେୟା ।
ପରିଣତ ବୟସରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ପାଇଁ ଆବେଦନ କରିଛନ୍ତି ଦିଲ୍ଲୀପ। କଟକ ଆନନ୍ଦଭବନରେ ନିଜ ବଡ଼ ଭଉଣୀଙ୍କ ସହ ବେଶ୍ କିଛି ଦିନ ଧରି ଶାରିରୀକ ଓ ଆର୍ଥିକ ଦୁଃସ୍ଥିତିରେ ଥିବା ଦିଲ୍ଲୀପ ଏବେ ପେନସନ୍ ପାଇଁ ଆବେଦନ କରିବାକୁ ନେଇ ଚର୍ଚ୍ଚା।
ଏମିତି ସରକାରୀ ସ୍କୁଲରେ ନେତା, ଜନପ୍ରତିନିଧୀ କି ପ୍ରଶାସନିକ ଅଧିକାରୀ ନିଜ ପିଲାଙ୍କୁ ପଢାଇବେ କି !
ଚାଲିଗଲା ବୁଢା କୁକୁର.. ଛାଡ଼ିଗଲା ଅନେକ ସ୍ମୃତି.. ଏଇ କଲେଜକୁ ନିଜର ଘର, ଛାତ୍ରଛାତ୍ରୀ ଆଉ କର୍ମଚାରୀମାନଙ୍କୁ ନିଜର ପରିବାରର ସଦସ୍ୟ ବୋଲି ଭାବୁଥିଲା.. ବିନା ଦରମାରେ ସମସ୍ତଙ୍କୁ ଜଗୁଥିଲା.. ତାର ଏକାଦଶାହରେ ସାରା କଲେଜ ଆଜି ତାକୁ ଝୁରୁଛି..
ଦିନ ରାତି ଅହର୍ନିଶି ଜପୁଛନ୍ତି ହରେ କୃଷ୍ଣ ହରେ ରାମ.. ମାସେ କି ବର୍ଷକର କଥା ନୁହେଁ..ଦୀର୍ଘ ୨୦ ବର୍ଷ ହେଲା ହରେ ରାମ ହରେ କୃଷ୍ଣ ନାମରେ କମ୍ପୁଛି ଏ ପରିବେଶ..
ପ୍ରତିବର୍ଷ ଅଗଷ୍ଟ ୧୨ରେ ସାରା ବିଶ୍ୱ ଏହି ଦିନକୁ ଆନ୍ତର୍ଜାତୀୟ ଯୁବ ଦିବସ ଭାବରେ ପାଳନ କରନ୍ତି। ଏହା ଏକ ସଚେତନତା ଦିବସ ଭାବରେ ପାଳନ କରାଯାଏ ଏବଂ ଯୁବକମାନଙ୍କୁ ପ୍ରଭାବିତ କରୁଥିବା ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଆହ୍ୱାନର ଏକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଆକର୍ଷଣ କରିଥାଏ।
ଯୁବ ଗୋଷ୍ଠୀ ଶାରୀରିକ ଏବଂ ମାନସିକ ସ୍ତରରେ ଯେକୌଣସି କାର୍ଯ୍ୟକୁ ଦକ୍ଷତାର ସହିତ କରିବାକୁ ସକ୍ଷମ ହୋଇଥାନ୍ତି। କିନ୍ତୁ ଆଜିକାଲି ଦେଖାଯାଏ ଯେ ଯୁବପିଢି ମାନସିକ ସ୍ତରରେ ଦୁର୍ବଳ ହେଉଛନ୍ତି। ଏନେଇ ଯୁବପିଢିଙ୍କୁ ମାନସିକ ଭାବେ ସୁସ୍ଥ ରହିବା ନେଇ କେତେକେ ଦିଗ ପ୍ରତି ଦୃଷ୍ଟିଦେବା ନିହାତି ଜରୁରୀ।
ଚମତ୍କାରଠୁ କମ୍ ନୁହେଁ। ଆଖି ବନ୍ଦ ଅଛି, ହେଲେ ଛୁଇଁକି କହି ଦେଉଛନ୍ତି କେଉଁଟା କେଉଁ ରଙ୍ଗର। ଆଖିରେ ପଟିବାନ୍ଧି ବାଇକ୍ ଓ ସାଇକେଲ ମଧ୍ୟ ଚଳାଉଛନ୍ତି। ହେଲେ ଏସବୁ ଯାଦୁ ନୁହେଁ ଶିକ୍ଷା..
କିଏ ଦ୍ୱିତୀୟ ଶ୍ରେଣୀରେ ପଢୁଛି ତ ଆଉ କିଏ ଯୁକ୍ତ ୨ ରେ । କିନ୍ତୁ ଏମାନେ କେହି କାହାଠୁ କମ୍ ନୁହଁନ୍ତି ।
୩୦ ବର୍ଷ ହେଲା ପିଲାଙ୍କୁ ଶିକ୍ଷାଦାନ ଦେଇ ଆସୁଥିଲେ। ଆଉ ଆଜି ଅବସର ନେଇ ଯାଉଥିବା ସମୟରେ ଲୁହରେ ଭିଜିଲା ସ୍କୁଲ ପରିସର। ପ୍ରିୟ ଶିକ୍ଷକଙ୍କୁ ସ୍କୁଲ ଛାଡି ଯିବା କଥାକୁ ନା ସହ୍ୟ କରି ପାରୁଛନ୍ତି ଛାତ୍ରଛାତ୍ରୀ ନା ନିଜେ ଶିକ୍ଷକ। କାନ୍ଦି କାନ୍ଦି ଏକା ସାଙ୍ଗରେ ତିନିଜଣ ଶିକ୍ଷକଙ୍କୁ ମହା ଆଡମ୍ବରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ...
ଆଗ ପଛ ହୋଇ ଦୁଇ ଭେଣ୍ଡିଆ ପୁଅ ଚାଲିଗଲେ । ଘରେ ବିଧବା ପତ୍ନୀ ସେମାନଙ୍କ ଚାରି ଚାରିଟା ଛୁଆ । ଅସୁସ୍ଥ ବାପା ଓ ମା ଏବେ କେମିତି ଘର ଚଳାଇବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ସରକାରୀ ସୁବିଧା ଏ ଯାଏ ସେମାନଙ୍କୁ ମିଳିନଥିବାରୁ କ୍ଷୋଭ ପ୍ରକାଶ ପାଇଛି....
ଆମେରିକା ୯ ଅଗଷ୍ଟ ୧୯୪୫ରେ ଜାପାନର ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହାର ଆକାର ଚଉଡା ଓ ଗୋଲାକାର ଡିଜାଇନ୍ କାରଣରୁ ଏହା କୋଡ୍ ନେମ୍ "ଫ୍ୟାଟ୍ ମ୍ୟାନ୍" ରଖାଯାଇଥିଲା।
ଦାଦନରୁ ଡାକ୍ତରୀ ଛାତ୍ର ହୋଇଥିବା ରାୟଗଡାର କୃଷ୍ଣ ଅଟକା ଏବଂ ପିଲାଟି ଦିନରୁ ଦିବ୍ୟାଙ୍ଗ ଯନ୍ତ୍ରଣା ଭୋଗୁଥିବା ଢେଙ୍କାନାଳର ଅଶ୍ରୁମୋଚନ ନାୟକ । ଆସନ୍ତୁ ଜାଣିବା ସଫଳତାର ଦୁଇଟି ଭିନ୍ନ କାହାଣୀ ।
ଇଏ ବି ଜଣେ ଶାଶୂ । କାନ ଉଠିଲା ବେଳଠୁ ଆପଣ ଜାଣିଥିବେ ଏମାନଙ୍କର ଭିତରେ କେବେ ପଡେନି...ହେଲେ ଇଏ ନିଜ ବୋହୂକୁ ଦେଇ ଦେଲେ କିଡନୀ । ଆଉ ଏବେ..
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଜବ ଆବେଦନ। ନିଜ ପାଇଁ ଏକ ଜୀବନସାଥୀ ଖୋଜିଦେବା ପାଇଁ ଦରଖାସ୍ତ ଲେଖି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏହି ଘଟଣା ଦେଖିବାକୁ ମିଳିଛି। ଦିବ୍ୟାଙ୍କ ଯୁବକ ହେଲେ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ନୂଆପଡା ଗାଁର ମୁରଲୀଧର ମହାପାତ୍ରଙ୍କ ସାନପୁଅ ସଞ୍ଜିବ ମହାପାତ୍ର।
୧୦୦ ବର୍ଷ ହେଲା...ସ୍କୁଲର ଉନ୍ନତି ହେଲାନି । ଅସରେ ବର୍ଷାରେ କାନ୍ଥ ବତୁରିଯାଉଛି...ଟିଣରୁ ପାଣି ପଡୁଛି । କଳା ଧୂଆଁରେ ଆକ୍ତାମାକ୍ତ ପିଲା । ପୁଣି ଗୋଟିଏ ଶ୍ରେଣୀରେ ଦୁଇଟି କ୍ଲାସ୍ର ପିଲା । ଏମିତି ସ୍ଥିତିରେ ପାଠ ପଢା ହେବ କେମିତି?
ସାଙ୍ଗ ହେବ ତ ଏମିତି ! ଜଣେ ଦିବ୍ୟାଙ୍ଗ ହେବାରୁ ଅନ୍ୟ ଜଣେ କାନ୍ଧରେ ବସାଇ ନିଇତି ନେଉଛି ସ୍କୁଲ। ଖାଇବାଠୁ ପିଇବା...ବସିବାଠୁ ବୁଲିବା ସବୁ ଏକାଠି କରୁଛନ୍ତି ଏମାନେ। ଲୋକେ କହୁଛନ୍ତି, ଏମିତି ଦୋସ୍ତି କେବେ ଦେଖିନାହାଁନ୍ତି ..
ସ୍ୱପ୍ନ ପାଲଟିଛି ପିଚୁ ରାସ୍ତା। କାଦୁଅ ରାସ୍ତାରେ ବର୍ଷ ବର୍ଷ ଧରି ଚାଲିବାକୁ ବାଧ୍ୟ ହେଉଛନ୍ତି ଲୋକେ। ଆସୁନି ଆମ୍ବୁଲାନ୍ସ କି ଗଡ଼ୁନି ଗାଡ଼ି। ଭାରରେ ବୁହାହୋଇ ମେଡିକାଲ ଯାଉଛନ୍ତି ଗର୍ଭବତୀ ମହିଳା
ବଜାର ସୁବିଧା ଭଲରେ ନାହିଁ । ଯଦି ବ୍ୟବସାୟ ପାଇଁ ସବୁ ସୁବିଧା କରାଯିବ ତାହାଲେ ଲାଭ ପାଇବେ ବୁଣାକାର ପରିବାର।
ସ୍ୱାମୀର ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗୁଥିଲା ସ୍ତ୍ରୀ । ଓଟିଭିର ଆପଣ ଏକାନୁହଁନ୍ତିରେ ଖବର ପ୍ରସାରଣ ପରେ ସାହାଯ୍ୟ କରୁଥିଲେ ବଦାନ୍ୟ ବ୍ୟକ୍ତି । ହେଲେ ସାଇବର ଠକଙ୍କ ଫୋନ୍ ଆସିଲା, ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହେଲା : ଏବେ କାନ୍ଦି କାନ୍ଦି ସ୍ତ୍ରୀ କହୁଛି...
କେବେ ଦୂର ହେବ ବୁଣାକାରଙ୍କ ଦୁଃଖ ? ନିଜେ ବୁଣୁଥିବା ଜିନିଷ ବଡ଼ ସହରରେ ବିକ୍ରି ହେଉଛି। ଅଥଚ ଦଦରା ଘରେ ଦୟନୀୟ ଭାବେ ବଞ୍ଚୁଛି ବୁଣାକାର।
ମଣିଷ ସହ ମିତ ବସିଛି ବାଛୁରୀ। କପିଳା ଡାକିଲେ ବନ୍ଧୁଙ୍କ ପାଖକୁ ଦୌଡ଼ି ଆସୁଛି। ସାଙ୍ଗରେ ଯିବାକୁ ଜିଦ୍ ଧରୁଛି...