• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମାଗଣାରେ ଧୋନୀ ଘର ଓ ଟଙ୍କା ବାଣ୍ଟୁଛନ୍ତି । ଆପଣ ଯଦି ଏପରି କଥା ଶୁଣିବେ ତେବେ ଆଶ୍ଚର୍ଯ୍ୟ ହେବେ କି ନାହିଁ । ଝାଡ଼ଖଣ୍ଡରେ ଏପରି କଥା କହି ଦେଢ଼ ବର୍ଷର ପିଲାକୁ ଅପହରଣ କରା ଯାଇଛି । ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ହୋଇଥିବା ଏହି ଅପହରଣ ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି ଘଟଣା । ଜଗନ୍ନାଥପୁରର ମଧୁଦେବୀଙ୍କର ଝିଅକୁ ଅପହରଣ କରା ଯାଇଥିବା ସୂଚନା ମିଳିଛି । ତେବେ ଘଟଣାଟି ଏହି ପରି । ଦୋକାନରୁ ନିଜ ପିଲାଙ୍କ ପାଇଁ ଖେଳନା କିଣିବା ସମୟରେ ଅଚାନକ ଏକ ବାଇକରେ ଯୁବତ ଯୁବତୀ ଦ୍ବୟ ଆସି ତାଙ୍କ ତାଙ୍କ ପାଖେ ଅଟକିଥିଲେ । ମହେନ୍ଦ୍ର ସିଂହ ଧୋନୀ, ଗରିବଙ୍କୁ ୫ ହଜାର ଟଙ୍କା ସହ ଘର ବାଣ୍ଟୁଛନ୍ତି ବୋଲି କହିଥିଲେ ଉଭୟ । ଏଣୁ ମଧୁ ତାଙ୍କୁ ସେହି ଜାଗାରେ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ ।

ପରେ ନିଜର ଦେଢ଼ ବର୍ଷର ଝିଅ ସହ ଅଭିଯୁକ୍ତ ଦ୍ବୟ ମଧୁଙ୍କୁ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ନିକଟରେ ଆଣି ଛାଡ଼ିଥିଲେ । ଟଙ୍କା ଓ ଘର ପାଇଁ ସେଠାରେ ବୈଠକ ଚାଲିଛି ବୋଲି ଜଣାଇଥିଲେ । ପରେ ମଧୁଙ୍କ ଅନ୍ୟମନସ୍କତାର ଫାଇଦା ନେଇ ଝିଅକୁ ନେଇ ଚମ୍ପଟ ମାରିଥିଲେ । ନିଜର ଝିଅ ଅପହରଣ ହୋଇଥିବା କଥା ମଧୁ ଜାଣି ପାରିଥିଲେ ।

ଏନେଇ ନିକଟସ୍ଥ ଥାନାରେ ମାମଲା ରୁଜୁ କରିଛନ୍ତି ମଧୁ । ସିସିଟିଭି ଫୁଟେଜର ଯାଞ୍ଚ ଚାଲିଛି । ଖୁବଶୀଘ୍ର ଅଭିଯୁକ୍ତ ଦ୍ବୟଙ୍କୁ ଧରା ଯିବ ବୋଲି କହିଥିଲା ପୋଲିସ । ତେବେ ଘଟଣାକୁ ତିନିଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଅଭିଯୁକ୍ତ ଦ୍ବୟ ଧରା ପଡ଼ି ନଥିବା ଜଣା ପଡ଼ିଛି ।

ତେବେ ମହିଳାଙ୍କ କଥାରେ ତାଳମେଳ ରହୁ ନଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ଅଭିଯୁକ୍ତମାନେ ପ୍ରଥମେ ସରକାରୀ କାର୍ଯ୍ୟକ୍ରମ କଥା କହି ତାଙ୍କୁ ନେଇ ଯାଇଥିଲେ ବୋଲି ମଧୁ ପୋଲିସକୁ ଜଣାଇଥିଲେ । ମାତ୍ର ପରେ ନିଜ ବୟାନରେ ଧୋନୀ ଟଙ୍କା ଓ ଘର ବାଣ୍ଟୁଥିବା କଥା କହିଥିଲେ । ତେବେ ପୋଲିସ ତରଫରୁ ଏହାର ସତ୍ୟାସତ୍ୟ ଯାଞ୍ଚ ଚାଲିଛି ।