/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698734006.jpg)
Massive fight
ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା । କୁକୁରକୁ ନେଇ ତୁମୁଳକାଣ୍ତ । ଲିଫ୍ଟରେ କୁକୁର ନେବାକୁ ନେଇ ମହିଳା ଓ ଅବସର ପ୍ରାପ୍ତ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ସଂଘର୍ଷ । ଗତକାଲି ନୋଏଡାରେ ଘଟିଛି ଏହି ଘଟଣା । ସେକ୍ଟର ୧୦୮ ର ପାର୍କ ଲୋରେଟ୍ ସୋସାଇଟିରେ ଅଧିକାରୀ ଜଣକ ମହିଳାଙ୍କ କୁକୁରକୁ ଲିଫ୍ଟରେ ନେବାକୁ ଅନୁମତି ନ ଦେବାରୁ ଆରମ୍ଭ ହୋଇ ଯାଇଥିଲା ସଂଘର୍ଷ । ଏହି କାରନାମାର ଭିଡ଼ିଓ ଲିଫ୍ଟରେ ଲାଗିଥିବା ସିସିଟିଭିରେ କଏଦ ହୋଇ ଯାଇଥିଲା ।
ପ୍ରଥମେ ନିଜ କୁକୁରକୁ ଲିଫ୍ଟରେ ନେବାକୁ ମହିଳା ଜଣକ ଅପେକ୍ଷା କରିଥିଲେ । ଏହା ଦେଖି ଆଇଏଏସ ଅଫିସର ଓ ତାଙ୍କ ପତ୍ନୀ ବିରୋଧ କରିଥିଲେ । ତେବେ ମହିଳା ମହିଳା ଜଣକ ପ୍ରତିବାଦ କରିବାରୁ ଆରମ୍ଭ ହୋଇ ଯାଇଥିଲା ସଂଘର୍ଷ ।
ମହିଳାଜଣକ ଅଫିସରଙ୍କୁ ଗାଳି କରୁଥିବା ବେଳେ ତାର ଭିଡିଓ କରିବାକୁ ଅଧିକାରୀଜଣକ ନିଜର ମୋବାଇଲ ବାହାର କଲେ । ଏହା ଦେଖି ମହିଳା ଉତ୍କ୍ଷିପ୍ତ ହୋଇ ଯାଇଥିଲେ ଓ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ । ଏହାପରେ ଘଟଣା ଉଗ୍ରରୂପ ନେବାରୁ ଅଧିକାରୀଜଣକ ମହିଳାଙ୍କ ଗାଲକୁ ଏକ ଚାପୁଡ଼ା କଷି ଦେଇଥିଲେ। ଝଗଡ଼ା ଏତେ ଭୟଙ୍କର ରୂପ ନେଇଥିଲା ଯେ, ଆପାର୍ଟମେଣ୍ଟର ସୁରକ୍ଷାକର୍ମୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।
ତେବେ ମାରପିଟର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସିସିଟିଭି ଫୁଟେଜ ଯାଞ୍ଚ କରିବା ପାଇଁ ପୋଲିସ ଆପାର୍ଟମେଣ୍ଟରେ ପହଞ୍ଚିଥିଲା । ଉଭୟ ପକ୍ଷ ତରଫରୁ ପୋଲିସ ଏନେଇ ଏକ ଲିଖିତ ଚୁକ୍ତି ସ୍ବାକ୍ଷର କରି ନେଇଛି । ଏହି ଘଟଣାରେ ତଦନ୍ତ ଜାରି ରହିଥିବା ପୋଲିସ ତରଫରୁ ସୂଚନା ମିଳିଛି ।
ତେବେ କୁକୁରମାନଙ୍କୁ ଲିଫ୍ଟରେ ନିଆ ଯାଇ ପାରିବ କି ନାହିଁ ତାହା ପୁରା ଦେଶରେ ମାଲିକ ଏବଂ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଛି । ସାଂପ୍ରତିକ ପରିସ୍ଥିତିରେ ଏହାକୁ ନେଇ ଅନେକ ସଂଘର୍ଷ, ଅନେକ ଘଟଣା ଦେଖିବାକୁ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)