‘ମୁଁ ଗରିବ ଲୋକ..ମୋର ତାଙ୍କ ଛଡ଼ା ଆଉ କେହି ନାହାନ୍ତି..ବଞ୍ଚିବି କେମିତି..ଛୁଆକୁ କୋଳରେ ଧରି ଥଣ୍ତା କାକରରେ ଶୋଉଛି..ମୁଁ ଖାଉଛି କଣ, ସେ ଚିନ୍ତା ବି ତାଙ୍କର ନାହିଁ’ । ଦର୍ଶକବନ୍ଧୁ ଶୁଣିଲେ ତ..କଥା କହିଲା ବେଳକୁ ଆଖିରୁ ଲୁହ ଝରି ପଡ଼ୁଛି । ଦୁଇ ବର୍ଷର ପୁଅକୁ ଧରି ପ୍ରେମିକ ଘର ଆଗରେ ହକ୍ ମାଗୁଛନ୍ତି ଜଣେ ଅସହାୟ ମହିଳା । କହୁଛନ୍ତି, ମତେ ରହିବାକୁ ଟିକେ ବାସ ଦିଅ ।
ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ କାନସା ଗ୍ରାମର ୩୦ ବର୍ଷୀୟ ରୀନା ଦାସ । ପୁଅକୁ କାଖରେ ଧରି ପ୍ରେମିକ ଘର ଆଗରେ ମୁଣ୍ତ ଗୁଞ୍ଜିବା ପାଇଁ ନିଜ ହକ୍ ମାଗୁଛି । କିନ୍ତୁ ପ୍ରେମିକରୁ ସ୍ୱାମୀ ବନିଥିବା ହୀନ ସେଠୀ ରୀନାକୁ ଛାଡି ଫେରାର। ହୀନଙ୍କ ଘର ଲୋକେ ରୀନାକୁ ଦେଖି ଘରେ ତାଲା ପକାଇ ପଳାଇଛନ୍ତି । ରୀନା ଦାଣ୍ଡ ଦୁଆରେ ସ୍ୱାମୀର ବାଟକୁ ଚାହିଁ ରହିଛି ।
Also Read
୨୦୦୮ ରେ ରୀନା ସେହି ଗାଁର ପ୍ରମୋଦ ଦାସ ଓରଫ ବୁଡୁ ଦାସଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ପୁଅ ବବୁଲ ଦାସ ଓ ଝିଅ ସନ୍ଧ୍ୟା ଦାସ । ବୁଡୁଙ୍କ ସହ ପାଟିଟୁଣ୍ତ ଯୋଗୁଁ ପୁଅ ଓ ଝିଅକୁ ଛାଡି ରୀନା ୨୦୨୦ ରେ ସେହି ଗ୍ରାମର ହୀନ ସେଠୀଙ୍କ ସହ ପଳାଇଥିଲେ । ଗତ ୩ ବର୍ଷ ହେଲା ସେ ତାଙ୍କ ସହ ଭୁବନେଶ୍ୱରରେ ରହୁଥିଲେ । ହଠାତ ହୀନ ରୀନାଙ୍କୁ କିଛି ନ କହି ଭୁବନେଶ୍ୱରରୁ ଗାଁକୁ ପଳାଇ ଆସିଥିଲେ । ରୀନା ମଧ୍ୟ ତାଙ୍କ ପଛେ ପଛେ ଗାଁକୁ ପଳାଇ ଆସିଥିଲେ ନିଜର ଦୁଇ ବର୍ଷର ପୁଅକୁ ଧରି । କିନ୍ତୁ ପୁଅ ସ୍ତ୍ରୀକୁ ଦେଖି ହୀନ କୁଆଡ଼େ ଲୁଚିଥିବା କହିଛନ୍ତି ରୀନା ।
ରୀନାଙ୍କ ପ୍ରଥମ ଶାଶୁ ସୁକୁମାରି ଦାସଙ୍କୁ ପଚାରିଲାରୁ ସେ କହୁଛନ୍ତି ‘ରୀନା ପର ଜାତିରେ ବିବାହ କରିଛି । ଏନେଇ ଜାତିରେ ସଭା ହୋଇଥିଲା । ସମାଜ କୌଣସି ପ୍ରକାରେ ରୀନାକୁ ଗ୍ରହଣ କରିବନି । ଏପରିକି ଗ୍ରାମବାସୀ ପକ୍ଷରୁ ମଧ୍ୟ ଘଟଣାର ସମାଧାନ ଯେତେ ଶୀଘ୍ର ହେବ ସେଥିପାଇଁ ପୋଲିସ ଓ ପ୍ରଶାସନ ଚେଷ୍ଟା କରୁ ବୋଲି ଦାବି ହୋଇଛି । ସେପଟେ ରୀନା କହୁଛନ୍ତି ଯେ ସେ ପୋଲିସକୁ ବାରମ୍ବାର ଗୁହାରି କରିବା ପରେ ବି ପୋଲିସ ତାଙ୍କ କଥା ଶୁଣୁନି ବରଂ ହୀନଙ୍କ କଥା ଶୁଣୁଛି ।
- Reported by:
- Manoj Muni