• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଟ୍ ଲୁଣ ବା ବ୍ଲାକ ସଲ୍ଟ, ଭାରତୀୟ ବଜାରରେ ଅତି ପରିଚିତ ନାମ । ସାଲାଡ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ତରକାରୀ ତଥା ସରବତରେ ଏହାର ବହୁଳ ବ୍ୟବହାର ହୁଏ । ବ୍ଲାକ ସଲ୍ଟର ମଧ୍ୟ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି । ହଜମ ପାଇଁ ଏହା ଏକ ପ୍ରାକୃତିକ ଔଷଧ । ଏହା ସହ ଗ୍ୟାସ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରେ । ଲୋକପ୍ରିୟତା ଦୃଷ୍ଟିରୁ ଭାରତୀୟ ଷ୍ଟ୍ରିଟ୍ ଫୁଡରେ ଏହାର ବହୁଳ ବ୍ୟବହୃତ ହୁଏ । ତେବେ ଆପଣମାନେ ଜାଣନ୍ତି କି ଆମ ସମସ୍ତଙ୍କର ଅତି ପ୍ରିୟ ଏହି ବ୍ଲାକ ସଲ୍ଟ କେମିତି ତିଆରି ହୁଏ ।

ଯଦି ଆପଣଙ୍କୁ କୁହାଯାଏ, ଟାୟାର ଏବଂ କୋଇଲା ଜାଳି ଏହି ଲୁଣ ପ୍ରସ୍ତୁତ କରାଯାଏ ତ । ଆପଣ ଆଶ୍ଚର୍ଯ୍ୟ ହେବେ । ନାକ ଟେକିବେ । ହୁଏ ତ ଆମ କଥାକୁ ମିଛ ମଧ୍ୟ ଭାବି ପାରନ୍ତି । କିନ୍ତୁ ଏହାକୁ ନେଇ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆ ଆପ ଇଷ୍ଟାଗ୍ରାମରେ ଭାଇରାଲ ହେଉଛି । ତଳେ ଥିବା ଭିଡ଼ିଓକୁ ଦେଖନ୍ତୁ । କିପରି ଭାବେ ପ୍ରସ୍ତୁତ କରା ଯାଉଛି ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥିବା ବ୍ଲାକ ସଲ୍ଟ । 

ଉତ୍ତରପ୍ରଦେଶର ଏହି ଭିଡ଼ିଓ । ଶୁଖିଲା କାଠ, ଗୋବର ଓ ଟାୟାର ଜାଳି ପ୍ରସ୍ତୁତ କରା ଯାଉଛି ଲୁଣ । ପ୍ରଥମେ ଗୋବର ଦ୍ବାରା ତିଆରି ଘଷିକୁ ରଖିବା ପରେ ଉପରେ କୋଇଲା ଖଣ୍ତ ପକାଇ ନିଆଁ ଜଳା ଯାଉଛି । ପରେ ରବର ଯୁକ୍ତ ଟାୟାରକୁ ଉକ୍ତ ନିଆଁରେ ରଖା ଯାଉଛି । ଅତ୍ୟଧିକ ଧୂଆଁ ହେବା ପରେ ବଡ଼ ବଡ଼ ମାଟି ପାତ୍ର ରଖା ଯାଉଛି । 

ପରେ ସେହି ପାତ୍ର ମଧ୍ୟରେ ଅଶୋଧିତ ଲୁଣ ପକାଯାଉଛି । ଏହାକୁ ଶୁଦ୍ଧ କରିବା ପାଇଁ ହାରାନା ନାମକ ଏକ ପ୍ରାକୃତିକ ଫଳକୁ ବ୍ୟବହାର କରା ଯାଉଛି । ପରେ ପରେ ମାଟିପାତ୍ରର ମୁହଁକୁ ଢ଼ାଙ୍କି ଦିଆଯାଉଛି ଓ ଉପରେ କୋଇଲା ପକାଇ ଦିଆଯାଉଛି । ୨୪ ଘଣ୍ଟା ପର୍ଯ୍ୟନ୍ତ ଲୁଣକୁ ସେମିତି ଜଳୁଥିବା ଅବସ୍ଥାରେ ରଖି କଳା ଲୁଣକୁ ପ୍ରସ୍ତୁତ କରାଯାଉଛି ।

ତେବେ କଳା ଲୁଣର ଏପରି ପ୍ରସ୍ତୁତିକୁ ଦେଖି ୟୁଜର୍ସଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ଖେଳି ଯାଇଛି । କିଏ କିଏ ଏହାକୁ ନକଲି କହିବା ସହ ଅନ୍ୟ କେତେ ଜଣ ଏହାକୁ ଖାଦ୍ୟ ଉପଯୋଗୀ ନୁହେଁ ବୋଲି କହିଛନ୍ତି । କୋଇଲା, ଟାୟାର ବ୍ୟବହୃତ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଠିକ ନୁହେଁ ବୋଲି ଆଉ କେତେ ଜଣ କମେଣ୍ଟ ମାଧ୍ୟମରେ କହିଛନ୍ତି । ନକଲି ହୋଇ ଥିବାରୁ ଏହା କିଡନୀରେ ପଥର ସହ ଅନ୍ୟାନ୍ୟ ରୋଗର କାରଣ ହୋଇପାରେ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।