ଏ ଘୁଡିକି ଦିନେ ଜଣେ ମଉସାଙ୍କର ସବୁ କିଛି ଥିଲା। କେତେ କେତେ ଗୀତ ତାଙ୍କ ପାଟିରେ ମୁଖସ୍ତ ହୋଇ ରହିଛି ସେ ଗୀତ ଏ ଘୁଡୁକି ହିଁ ଜାଣିଛି। ଖାଲି ଏ ଘୁଡୁକି କାହିଁକି କେନ୍ଦେରା ବଜାଇବାରେ ବି ବେଶ୍ ଧୁରନ୍ଧର ମଉସା ଜଣକ।
ଆଜିକାଲି ସ୍ୱର ସମ୍ବନ୍ଧୀୟ ଅନେକ ରୋଗ ଏବଂ ସମସ୍ୟା ବୃଦ୍ଧି ପାଉଛି। ଧୂମପାନ, ନିଶା ଏବଂ ଚିତ୍କାର ଯୋଗୁଁ ଲୋକମାନେ ସେମାନଙ୍କର ସ୍ୱରକୁ କ୍ଷତି ପହଞ୍ଚାଉଛନ୍ତି। ତେବେ ଆସନ୍ତୁ ସ୍ୱରକୁ ଠିକ ରଖିବା ନେଇ ୫ଟି ଘରୋଇ ଉପଚାର ଜାଣିନେବା।
କୁନି ପିଲା। ନାଁ ରିଧି ସାମନ୍ତରାୟ। ବୟସ ମାତ୍ର ୫ ବର୍ଷ। ୟୁକେଜିରେ ପଢୁଛି କୁନି ଝିଅ। ହସ ହସ ମୁହଁ। କଥା ଠିକ ସେ କହି ପାରୁନି। ତଥାପି ଏହି ବୟସରେ ଘୋଡାକୁ ଦୌଡାଇବା ସହ ତାକୁ ଆୟତ୍ତ କରିପାରିବାରେ ମାହିର ରିଧି।
‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ର ମହତ୍ତ୍ୱ ହେଉଛି ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା। ତେବେ ନିଜ ଶରୀରକୁ ସୁସ୍ଥ ଓ ମଜଭୁତ କରିବା ପାଇଁ ଜାଣନ୍ତୁ ୪ଟି ଟିପ୍ସ।
ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା କ’ଣ? ଆଜିର ସମୟରେ ଆମେ ଏହାକୁ କାହିଁକି ପାଳନ କରିବା?
ଯେତେବେଳେ କୌଣସି ସିନେମା ନଥିଲା, ସେତେବେଳେ ନାଟକ ହିଁ ଥିଲା କେବଳ ମନୋରଂଜନର ମାଧ୍ୟମ। ଏବେ ସିନେମାର ପ୍ରଭାବରେ ଏହା ଲୋକଙ୍କ ଠାରୁ ଦୂରେଇ ଦୂରେଇ ଯାଉଛି ସିନା କିନ୍ତୁ ଏହାକୁ ଭଲ ପାଉଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଟି ଏବେ ବି ଭାରତରେ ଅଛନ୍ତି। କୁହାଯାଏ ଯେ ଭାରତରୁ ହିଁ ଏହାର ବିକାଶ ହୋଇଥିଲା।
ଡିସେମ୍ବର ୨୦୧୧ ରେ ଜାତିସଂଘ ୨୧ ମାର୍ଚ୍ଚକୁ ‘ବିଶ୍ୱ ଡାଉନ୍ ସିଣ୍ଡ୍ରୋମ ଦିବସ’ ଭାବରେ ଘୋଷଣା କଲା। ଏହି ଦିନ ଡାଉନ୍ ସିଣ୍ଡ୍ରୋମ ରୋଗରେ ପୀଡିତ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କୁ ସମର୍ଥନ କରିବା ନେଇ ଶପଥ ନିଆଯାଏ। ଏହା ଏକ ବିଶ୍ୱବ୍ୟାପୀ ପଦକ୍ଷେପ।
ବେଳେ ବେଳେ ଏମିତି ହୋଇଯାଏ ଯେ ଆବଶ୍ୟକତା ଠାରୁ ତରକାରୀ ଅଧିକ ରାଗ ହୋଇଯାଏ। ଯଦି ତରକାରୀ ଅଧିକ ରାଗ ହୋଇଯାଏ ତେବେ ତାହା ଯେତେ ସ୍ୱାଦିଷ୍ଟ ହେଲେ ମଧ୍ୟ ଏହାକୁ କେହି ଖାଇ ପାରନ୍ତି ନାହିଁ। ଏପରି ପରିସ୍ଥିତିରେ ତରକାରୀରୁ କିପରି ରାଗ କମେଇବେ ସେଥିପାଇଁ କିଛି ଟିପ୍ସ।
ମା’ ପେଟରେ ବଢୁଥିବା ଶିଶୁଠାରୁ ଶ୍ମଶାନ ଘାଟକୁ ଅନ୍ତିମ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଯୋଜନା କରିଛୁ ବୋଲି ଡିଣ୍ଡିମ ପିଟୁଛନ୍ତି ସରକାର । ମାଳମାଳ ଏତେ ସବୁ କଲ୍ୟାଣକାରୀ ଯୋଜନା ଥିବା ସତ୍ତ୍ୱେ ଜଣେ ମାନସିକ ଭିନ୍ନକ୍ଷମ ମା’ ଓ ତାର ନିଷ୍ପାପ ଶିଶୁକନ୍ୟା ପାଇଁ ଏସବୁ ଅପହଞ୍ଚ…
ପାରମ୍ପରିକ ବାଦ୍ୟ ଓ ବେଦମନ୍ତ୍ରରେ କମ୍ପୁଛି ପରିବେଶ.. ପବିତ୍ର ଅଗ୍ନିଙ୍କୁ ସାକ୍ଷୀ ରଖି ହେଉଛି ବାହାଘର.. ବେଦୀ ଚାରିପଟେ ଘେରି ରହିଛନ୍ତି ବରପକ୍ଷ ଆଉ କନ୍ୟାପକ୍ଷ.. ଏ ବାହାଘର ଦେଖି ବର କନିଆଁଙ୍କୁ ଆପଣ ଖୋଜୁଛନ୍ତି କି!
ବିଶ୍ୱ ଗ୍ରାହକ ଅଧିକାର ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା। ଆଜିର ଯୁଗରେ ଯେତେବେଳେ କଳାବଜାରୀ ଏବଂ ନକଲି କାରବାର ବୃଦ୍ଧି ପାଉଛି, ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ଗ୍ରାହକ ଅଧିକାର ବିଷୟରେ ଜାଣିବା ଜରୁରୀ। ଏହି ଅବସରରେ ଆସନ୍ତୁ ବ୍ୟାଙ୍କ ସହିତ ଜଡିତ କିଛି ଗ୍ରାହକ ଅଧିକାର ବିଷୟରେ ଜାଣିନେବା।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭୁଇଁପୁର ଗାଁର ମଦନମୋହନ ବିଶ୍ୱାଳଙ୍କ ପୁଅ ମନ୍ମଥ ବିଶ୍ୱାଳ । ତିନି ମାସ ତଳେ ସେ କାମ କରିବାକୁ ତାମିଲନାଡୁ ଇରୋଡକୁ ଯାଇଥିଲେ । ସେଠାରେ ଏକ ଘରୋଇ ସୂତା କଳରେ କାମ କରୁଥିଲେ ।
ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଣ୍ଡୋନେସିଆର ନେତାମାନଙ୍କୁ ଡଚ୍ ଅଧିକାରୀଙ୍କ ଷଡଯନ୍ତ୍ରରୁ ରକ୍ଷା କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ। ଏନେଇ ଇଣ୍ଡୋନେସିଆ ତାଙ୍କୁ 'ଭୂମିପୁତ୍ର' ସମ୍ମାନରେ ସମ୍ମାନିତ କରିଥିଲା
ନୂଆ ଓଡ଼ିଶାର ବିଶ୍ୱକର୍ମା ଥିଲେ ବିଜୁବାବୁ। ସେ କେବଳ ଜଣେ ରାଜନେତା ନ ଥିଲେ, ସେ ଥିଲେ ରାଷ୍ଟ୍ରନାୟକ। ବିଚକ୍ଷଣ ବୁଦ୍ଧି ସାଙ୍ଗକୁ ତାଙ୍କ ଦୁଃସାହସିକତା, ଦୁର୍ବାର ବ୍ୟକ୍ତିତ୍ୱ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଥିଲା ନୂଆ ଅଧ୍ୟାୟ। ଜୀବଦଶାରେ ହିଁ ସେ ପାଲଟିଥିଲେ କିମ୍ବଦନ୍ତୀ।
ଆରାଲ ସାଗର ଏକଦା ବିଶ୍ୱର ଚତୁର୍ଥ ବୃହତ୍ତମ ସମୁଦ୍ର ଥିଲା, ଯାହା କଜାଖସ୍ତାନ ଏବଂ ଉତ୍ତର ଉଜ୍ବେକିସ୍ତାନ ମଧ୍ୟରେ ପ୍ରବାହୀତ ହେଉଥିଲା। କିନ୍ତୁ ଏହି ସମୁଦ୍ର ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ଶୁଖିଯାଇଛି ଯାହା ଦିନେ ୬୮,୦୦୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା।
ବିଜ୍ଞାନ ମନୁଷ୍ୟକୁ ଦୁଃଖରୁ ଦୂରେଇ ନେଇ ସୁଖ ଦେଇଛି, ଅଜ୍ଞାନକୁ ଦୂର କରିବା ପାଇଁ, ଅସୁବିଧାକୁ ସୁବିଧାରେ ପରିଣତ କରିବା ପାଇଁ ବିଜ୍ଞାନର ମହତ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତି ବର୍ଷ ୨୮ ଫେବୃଆରୀରେ ‘ଜାତୀୟ ବିଜ୍ଞାନ ଦିବସ’ ପାଳନ କରାଯାଏ।
ସଜେଇ ହୋଇଛି କୋରାପୁଟ । ନିର୍ମଳ ଆକାଶ, ପୁଷ୍ପରାଜି, ପକ୍ଷୀ କାକଳିରେ ପୁରି ଉଠୁଛି ପରିବେଶ । ବାଟରେ ଯାଉଥିବା ପଥିକଟିଏ ବି ଅଟକି ଯାଉଛି । ଆମ୍ବ ଗଛରେ ହସୁଥିବା ବଉଳର ବାସ୍ନାରେ ସେ ହେଉଛି ବିମୋହିତ ।
ଭଙ୍ଗା ଦଦରା ଘରଟିଏ। ଘରର ଅଧା କାନ୍ଥ ମାଟିରେ ମିଶି ଗଲାଣି… ଚାଳ ନଇଁ ତଳେ ଲାଗିଲାଣି। ଦଲକାଏ ପବନ ଅସରାଏ ବର୍ଷାରେ କେତେବେଳେ ବି ମାଟିରେ ମିଶିଯିବ ଠିକ୍ ନାହିଁ।
ପ୍ରତିବର୍ଷ ୨୦ ଫେବୃଆରୀରେ ବିଶ୍ୱ ସମୁଦାୟ ‘ସାମାଜିକ ନ୍ୟାୟ ଦିବସ’ ପାଳନ କରିବାକୁ ଏକତ୍ରିତ ହୁଅନ୍ତି। ସମଗ୍ର ବିଶ୍ୱରେ ଅସମାନତା, ଅନ୍ୟାୟ ଏବଂ ସାମାଜିକ ବହିଷ୍କାରର ସମାଧାନର ଜରୁରୀ ଆବଶ୍ୟକତାକୁ ଏହା ସ୍ମରଣ କରାଏ। ଏହି ଅବସରରେ ଆସନ୍ତୁ ଜାଣିବା ସାମାଜିକ ନ୍ୟାୟ କ’ଣ…
ମଣିଷର ପ୍ରକୃତି ନଷ୍ଟ ହେଲେ ରସାତଳକୁ ବୋଲି ଆମେ କହି ଚେତେଇ ଦେଇଥାଉ l ଆଉ ଯଦି ପ୍ରକୃତିର ପ୍ରକୃତି ନଷ୍ଟ ହୁଏ, ଆମେ କେଉଁଠି ଲୁଚିବା ? ଦେଖାଣିଆ ପାଇଁ ଗାଡି ଉପରେ ଗାଡ଼ି କିଣୁଛେ, ହାଟକୁ ଗଲେ ବି ଗାଡି ଚଢୁଛେ, ସୌନ୍ଦର୍ଯ୍ୟକରଣ ନାଁରେ କଂକ୍ରିଟ୍ ସହର ତିଆରି କରୁଛେ, ବାୟୁମଣ୍ଡଳ ପ୍ରତି ସର୍ବାଧିକ ଅବଦାନ ଥିବା ବୃକ୍ଷଗୁଡ଼ିକୁ କାଟି କାଗଜୀ ଫୁଲ ଗଛ ଲଗାଉଛେ l
ରେଡିଓର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୩ ଫେବୃଆରୀରେ ‘ବିଶ୍ୱ ରେଡିଓ ଦିବସ’ ପାଳନ କରାଯାଏ। ଆଜି ବି ଏମିତି ଅନେକ ଦେଶ ଅଛି ଯେଉଁ ଏହା ସୂଚନା ପ୍ରଦାନର ମୂଳ ଉତ୍ସ ହୋଇରହିଛି।
ସେ ଥିଲେ ଭାରତର ନାଇଟିଙ୍ଗେଲ, ଯିଏ ସରୋଜିନୀ ନାଇଡୁ ଭାବେ ଜଣାଶୁଣା। ୧୩ ଫେବୃଆରୀ ୧୮୭୯ ରେ ହାଇଦ୍ରାବାଦରେ ସେ ଜନ୍ମଗ୍ରହଣ କରିଥିଲେ। ସରୋଜିନୀ ନାଇଡୁ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ତଥା ଦେଶର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ।
ଯେପରି ପ୍ରଭୁ ଶଙ୍କରଙ୍କ ବାହନ ନନ୍ଦୀ, ବିଷ୍ଣୁଙ୍କ ଗରୁଡ, କାର୍ତ୍ତିକେୟଙ୍କ ମୟୂର, ଦୁର୍ଗାଙ୍କ ସିଂହ ଏବଂ ଶ୍ରୀଗଣେଶଙ୍କ ବାହନ ମୂଷା, ସେହିପରି ସରସ୍ୱତୀଙ୍କ ବାହନ ହେଉଛି ହଂସ। ତେବେ ଦେବୀ ସରସ୍ୱତୀଙ୍କ ବାହନ ଭାବେ ହଂସକୁ କାହିଁକି ନିଆଯାଏ ଆସନ୍ତୁ ଜାଣିବା।
ଶାସ୍ତ୍ରରେ ଦେବୀ ସରସ୍ୱତୀଙ୍କ ମହିମା ବିଷୟରେ ଅନେକ ବର୍ଣ୍ଣନା କରାଯାଇଛି। ସେମିତି ଏକ କାହାଣୀ ଅନୁସାରେ ମା’ ସରସ୍ୱତୀ ନିଜ ପିତା ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କୁ କେହି ବି ପୂଜା କରିବେ ନାହିଁ। ଦେବୀ କାହିଁକି ଏଭଳି ଅଭିଶାପ ଦେଲେ ଆସନ୍ତୁ ଜାଣିବା।
ମାଘ ମାସର ଶୁକ୍ଳ ପକ୍ଷର ବସନ୍ତ ପଞ୍ଚମୀରେ ଜ୍ଞାନର ଦେବୀ ମାତା ସରସ୍ୱତୀ ଅବତାର ଗ୍ରହଣ କରିଥିଲେ। ତାଙ୍କ ସୃଷ୍ଟି ପଛରେ ରହିଛି ଅନେକ କାହାଣୀ। ଆସନ୍ତୁ ଜାଣିବା।