/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727762147.jpg)
OTV Inspires Business Success
କିଛି ନୂଆକରି ଦେଖାଇବାର ଆଶା । ଆଜି ଦେଇଛି ନୂଆ ପରିଚୟ । ସଫଳ ଧଳା ଘୁଷୁରୀ ପାଳନ କରି ନିଜ ଅଞ୍ଚଳରେ ଏବେ ବେଶ୍ ଜଣାଶୁଣା କୃତାର୍ଥ ପ୍ରଧାନ। ଦେଢ଼ ବର୍ଷ ତଳେ ଆରମ୍ଭ କରିଥିବା ଏହି ଫାର୍ମରେ ଏବେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଘୁଷୁରୀ ଅଛନ୍ତି । ମାତ୍ର ୨୦ଟି ଘୁଷୁରୀକୁ ନେଇ ଫାର୍ମ ଆରମ୍ଭ କରିଥିଲେ କୃତାର୍ଥ । କିନ୍ତୁ ଏବେ ଏହି ଫାର୍ମ ବଡ଼ ହେବା ସହ ୨ଜଣ ଯୁବକଙ୍କୁ ଏଥିରେ ନିଯୁକ୍ତି ଦେଇଛନ୍ତି । ଏଭଳି କରି ଦେଖାଇଛନ୍ତି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ବଡ଼ବାଣପୁର ଗ୍ରାମର ସଫଳ ଚାଷୀ କୁତାର୍ଥ ପ୍ରଧାନ।
ପ୍ରତି ୬ ମାସରେ ଘୁଷୁରୀ ଥରେ ପ୍ରସବ କରନ୍ତି । ପ୍ରାୟ ୮ରୁ ୧୭ ଟି ଛୁଆକୁ ଜନ୍ମ ଦିଏ ମା’ ଘୁଷୁରୀ । ଘୁଷୁରୀ ଗୁଡ଼ିକ ବଢିବାକୁ ୯ ମାସ ସମୟ ଲାଗିଥାଏ । ଘୁଷୁରି ବଢ଼ିବା ପରେ ତା'ର ଓଜନ ଦୁଇରୁ ପାଞ୍ଚ କ୍ୱିଣ୍ଟାଲ ରହୁଛି । ତାଙ୍କ ଠାରୁ ଧଳା ଘୁଷୁରୀ କିଣିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକେ ଆସୁଛନ୍ତି । ପ୍ରତି ଧଳା ଘୁଷୁରୀ ୧୦ରୁ ୧୫ ହଜାର ଟଙ୍କା ବିକ୍ରି କରୁଥିବା କୃତାର୍ଥ କହିଛନ୍ତି ।
ଦିନେ ଓଟିଭିରେ ଘୁଷୁରୀ ଚାଷ ସମ୍ପର୍କରେ ଏକ ଖବର ଦେଖିଥିଲେ କୃତାର୍ଥ । ପରେ ସେହି ଖବରରୁ ପ୍ରେରଣା ପାଇ ଘୁଷୁରୀ ଚାଷ ଆରମ୍ଭ କରିଥିଲେ । ଯାହା ଆଜି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ।
ଘୁଷୁରୀ ଚାଷକରି ବର୍ଷକୁ ପାଖାପାଖି ୧୦ ଲକ୍ଷରୁ ଅଧିକ ଟଙ୍କାର ରୋଜଗାର ଆଶା ରଖିଛନ୍ତି କୃତାର୍ଥ । ଶିକ୍ଷିତ ଯୁବକ ଯୁବତୀମାନେ ଚାକିରୀ ପଛରେ ନ ଗୋଡାଇ ଘୁଷୁରୀ ଚାଷ କଲେ ଏହା ରୋଜଗାରର ଭଲ ମାଧ୍ୟମ ହୋଇପାରିବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)