ଜଣେ ଚାକିରୀ ପରେ ଆଉ ଜଣେ ଚାକିରି ପଛରେ ନଦୌଡ଼ି ନିଜ ବଗିଚାରେ ଚାଷ କରି ହୋଇପାରିଛନ୍ତି ଜଣେ ଜଣେ ସଫଳ ଚାଷୀ...ବିଭିନ୍ନ କିସମର ଆମ୍ବ ଚାଷ କରି ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟ ମାନଙ୍କୁ କାମ ଯୋଗାଇ କରିପାରିଛନ୍ତି ସ୍ୱାବଲମ୍ବୀ..
ମାନିଗଲି ତମକୁ ... ଗ୍ଲୋବାଲ ୱାର୍ମିଂକୁ କଣ୍ଟ୍ରୋଲ ପାଇଁ ଚମତ୍କାର ଆବିଷ୍କାର....ଏମିତି ଏକ ସୁନ୍ଦର ଆଇଡିଆ ବନେଇଛନ୍ତି ରଚନା ଓ ପ୍ରିୟାଶୁଂ
ବଜାରରେ ଏବେ ହାଉଯାଉ ଭଳିକି ଭଳି ସୁସ୍ୱାଦୁ ଆମ୍ବର ପସରା । ସବୁଠି ଦଶରୀ, ଆମ୍ରପଲ୍ଲୀ, ମଲ୍ଲିକା, ସିନ୍ଦୁରମୁଣ୍ଡି, ବାଇଗଣପଲ୍ଲୀ, ଆଖୁରସ ଭଳି ଭଳିକିଭଳି ମିଠା ଆମ୍ବର ସମ୍ଭାର । ତା ଭିତରେ କିନ୍ତୁ ହଜିଯିବାକୁ ବସିଛି କୋରାପୁଟର ବଣପାହାଡ ଭିତରେ ଫଳୁଥିବା ଟୁରି ଆମ୍ବ ।
ଢେଙ୍କାନାଳରୁ ସିଧା ଦୁବାଇ ଓ ଇଟାଲୀ ବଜାରରେ ପହଞ୍ଚିବ ସୁଆଦିଆ ଆମ୍ରପଲ୍ଲୀ ଓ ଦଶେରୀ ଆମ୍ବ। ଦ୍ୱିତୀୟଥର ପାଇଁ ଦୁବାଇ ବାସୀ ଓ ପ୍ରଥମ ଥର ପାଇଁ ଇଟାଲୀ ବାସୀ ଚାଖିବେ ଏହାର ସ୍ୱାଦ।
ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ। ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ ଦେଖାଯାଏ ନାହିଁ।
ଅନେକ ବାଧା ବିଘ୍ନ ସତ୍ତ୍ୱେ ତାଙ୍କ ପାଠ ପଢ଼ାରୁ ମନ ବିଚଳିତ ହୋଇନି । ସେ ନିଜ ନିଷ୍ଠା ଓ ଏକାଗ୍ରତା ପାଇଁ ଆଜି ସଫଳ ହୋଇଛନ୍ତି ।
ଭାରି ସୁଆଦିଆ ତାଳ ସଜ... ପାଟିକୁ ମିଠା... ପେଟକୁ ଥଣ୍ଡା। ଆଉ ଏଇ ତାଳସଜ ଖାଇବାକୁ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳେ ଭାରି ଉତ୍ସାହ। ସେ ଦିନର ଗଛମୂଳର ଆଉ ସେ ତାଳ ସଜ ନାହିଁ। ରାସ୍ତକଡ଼ରେ ଏବେ ମେଲିଛି ତାଳସଜର ପସରା ।
କେମିତି ଥିଲା ଭାରତର ପ୍ରଥମ ସାଧାରଣ ନିର୍ବାଚନ? ଭୋଟରମାନେ କିଭଳି ମତସାବ୍ୟସ୍ତ କାରିଥିଲେ ? ଆପଣ ଜାଣିଛନ୍ତି କି ? ଭାରତର କିଛି ଗାଁ ପାକିସ୍ତାନକୁ ଚାଲିଯାଇଥିଲା। ଏମିତି ଆହୁରି ଅନେକ କିଛି ଘଟିଥିଲା ଆମ ଭାରତର ଇତିହାସରେ।
ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ କିନ୍ତୁ ଏହି ପରିବାର ଭାଙ୍ଗିବାରେ ଲାଗିଛି। ଏହାର ଗୋଟିଏ କାରଣ ହେଉଛି ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ମତଭେଦ। ଯଦି ଆପଣ ନିଜ ପରିବାରକୁ ମଜବୁତ କରିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ମତଭେଦ ହେବାର ପାଞ୍ଚଟି କାରଣ କ’ଣ ଜାଣିନେବା ଦରକାର।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ କଳା ଚଷମା କ’ଣ ପାଇଁ ବ୍ୟବହାର କରନ୍ତି ? ଆସନ୍ତୁ ଜାଣିବା...
ଟିକେ ଭାବିଲେ… ଜଣେ ମା’ର ଝିଅ ଯଦି ପାଇଲଟ୍ ହୋଇ ଆକାଶରେ ଉଡିବ... ତା’ ହେଲେ ସେ ମା’କୁ କେତେ ଗର୍ବ ଅନୁଭବ ହେବ । କାରଣ ତା’ ଝିଅ ପାଇଲଟ୍ ହେବ... ଆକାଶରେ ଉଡ଼ିବ... ଯୁଆଡେ ଚାହିଁବ ସିଆଡେ ଯିବ... ତା’ ନାଁ ରଖିବ ।
ଏହି ଗୋଲ ଗୋଲ ଜିନିଷଟିକୁ ତେଲ କିମ୍ୱା ଘିଅରେ ହାଲକା ବାଦାମୀ କରି ଛାଣିବା ପରେ ଶିରାରେ ପକାଇଦେବେ। ଏବେ ଏଥିରୁ ଗୋଟିଏ ନେଇ ପାଟିରେ ରଖିବେ, ଓଃ.. ପାଟିରେ ତ ମିଳାଇଯିବ ଓ ଏହାର ସ୍ୱାଦ ଆପଣଙ୍କୁ ସ୍ୱର୍ଗତୁଲ୍ୟ ଅନୁଭବ ଦେବ। ଦର୍ଶକବନ୍ଧୁ ଏହାଥିଲା ସମସ୍ତଙ୍କ ପ୍ରିୟ ଗୋଲାପଜାମୁର ଏକ ବର୍ଣ୍ଣନା। କାରଣ ଆଜିର ଏହି ରସାଳ କାହାଣୀ ଗୋଲାପଜାମୁ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏକ ସହରର।
ପୁରାଣର ସେହି ସାବିତ୍ରୀ ଓ ସତ୍ୟବାନ କଥା ତ ଆପଣମାନେ ଶୁଣିଥିବେ, କିନ୍ତୁ କଳିଯୁଗରେ ଯେ ଏପରି ଘଟିପାରେ ତାହା କଳ୍ପନା ବାହାରେ । ମରଣ ମୁହଁରୁ ନିଜ ସ୍ୱାମୀଙ୍କୁ ଫେରାଇ ଆଣିଛନ୍ତି ସ୍ତ୍ରୀ ।
ଏବେ ଯେପରି ଗରମ ଓ ଗୁଳୁଗୁଳି ହେଉଛି ଲାଗୁଛି କେବେବି ତାପମାତ୍ରା 50 ଡିଗ୍ରୀ ପାର ହୋଇଯିବ। ଘନ ଘନ ଚାଲୁଛି AC ଓ ବିଲ୍ ଦେଇଦେଇ ଗ୍ରାହକ ହୋଇଗଲେଣି ଅତିଷ୍ଠ। ଆଉ ACରୁ ବାହାରକୁ ବାହାରିଲେ ଦେହହାତ ପୋଡି ଯାଉଛି। ଏ ସମସ୍ୟାର ଏକ ପରମାନେଟ୍ ସଲ୍ୟୁସନ୍ ବାହାର କରିଛନ୍ତି ଜଣେ ଯୁବତୀ ଓ ନିର୍ମାଣ କରିଛନ୍ତି ବିନା ସିମେଣ୍ଟର ଘର ।
ଗୁପଚୁପ୍ ବା ପାନିପୁରି... ସମସ୍ତଙ୍କ ପସନ୍ଦ ଏ ଚଟପଟା ଖାଦ୍ୟ । ନାଁ ଧରିଲେ ପ୍ରାୟ ସଭିଙ୍କ ପାଟିରୁ ଲାଳ ଚାଲିଆସେ । ଆଉ ଖଟାପାଣି କଥା, କହିଲେ ତ ସରିଲା । ମାତ୍ର କିଛିଟା ଗୁପ୍ଚୁପ୍ ଖାଇବା ପରେ ଅନେକ ଲୋକ ୨ରୁ ୩ ଠୋଲା ଖଟାପାଣି ପିଇଦିଅନ୍ତି । ଗୁପଚୁପର ଚଟପଟା ସ୍ୱାଦ ପ୍ରାୟ ପିଲାଠୁ ବୁଢ଼ା ସମସ୍ତଙ୍କୁ ପସନ୍ଦ.
ଭାରତୀୟଙ୍କ ପ୍ରିୟ ଖାଦ୍ୟ ସିଙ୍ଗଡ଼ା । ସେ ସକାଳ ଜଳଖିଆ ହେଉ ବା ସନ୍ଧ୍ୟାର ଚା’ ଖଟି, ସବୁଠି ଲୋଡା ପଡେ ଏହି ସ୍ୱାଦିଷ୍ଟ ଖାଦ୍ୟ । ହେଲେ ଆପଣ ଜାଣିଛନ୍ତି କି ଏହା ଏକ ଭାରତୀୟ ଖାଦ୍ୟ ନୁହେଁ ବୋଲି । କ’ଣ ଆଶ୍ଚର୍ଯ୍ୟ ହୋଇଗଲେ ନାଁ । କିନ୍ତୁ କଥାଟି ସମ୍ପୁର୍ଣ୍ଣ ସତ୍ୟ । ତେବେ ଏହି ଭିଡିଓରେ ଆମେ ଆପଣଙ୍କୁ ଜଣାଇବୁ ସିଙ୍ଗଡାର ଇତିହାସ ସମ୍ପର୍କରେ ।
ନିଜର ମଣିଷ ସିନା ପର କରିଦେଲା ହେଲେ ପର ମଣିଷଟି ନିଜଠୁ ବି ଆହୁରି ଅଧିକ ନିଜର କରିଛି। କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଏମିତି ଏକ ସମୟ ଦେଇ ଗତି କରୁଛନ୍ତି ଭଦ୍ରକ ଚାନ୍ଦବାଲି ଏନ୍ଏ ସି ଅନ୍ତର୍ଗତ ଶଗଡିଆ ଗାଁର ୯୪ ବର୍ଷୀୟା ବୃଦ୍ଧା ଭାମା ଜେନା।
ମଣିଷର ଲୋଭ ପୃଥିବୀର ପ୍ରାକୃତିକ ସନ୍ତୁଳନକୁ ନଷ୍ଟ କରିଦେଇଛି, ଯେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ଏବଂ ପ୍ରଦୂଷଣ ଭଳି ସମସ୍ୟା ଆଜିକାଲି ଏକ ଆହ୍ୱାନ ହୋଇଯାଇଛି। ଆପଣ ଯଦି ପୃଥିବୀକୁ ରକ୍ଷାକରିବାକୁ ଚାହାଁନ୍ତି, ତେବେ ଆଜିଠାରୁ ନିଜେ ଏହିପରି ପାଞ୍ଚଟି ସହଜ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ।
ଇତିହାସର ପୃଷ୍ଠାରୁ ହଜିଯାଇଥିବା ଜଣେ ମହାରାଣୀ, ଯିଏ ନିଜ ଅଳଙ୍କାରକୁ ବିକ୍ରି କରି ନିଜ ପ୍ରଜାଙ୍କୁ ଯୋଗାଇ ଦେଇଥିଲେ ପାଣି । ଆସନ୍ତୁ ଜାଣିବା ମହୀଶୂରର ମହାରାଣୀ କେମ୍ପାନନ୍ ଜମାନୀ ଦେବୀଙ୍କ ବିଷୟରେ।
ଏ ଘୁଡିକି ଦିନେ ଜଣେ ମଉସାଙ୍କର ସବୁ କିଛି ଥିଲା। କେତେ କେତେ ଗୀତ ତାଙ୍କ ପାଟିରେ ମୁଖସ୍ତ ହୋଇ ରହିଛି ସେ ଗୀତ ଏ ଘୁଡୁକି ହିଁ ଜାଣିଛି। ଖାଲି ଏ ଘୁଡୁକି କାହିଁକି କେନ୍ଦେରା ବଜାଇବାରେ ବି ବେଶ୍ ଧୁରନ୍ଧର ମଉସା ଜଣକ।
ଆଜିକାଲି ସ୍ୱର ସମ୍ବନ୍ଧୀୟ ଅନେକ ରୋଗ ଏବଂ ସମସ୍ୟା ବୃଦ୍ଧି ପାଉଛି। ଧୂମପାନ, ନିଶା ଏବଂ ଚିତ୍କାର ଯୋଗୁଁ ଲୋକମାନେ ସେମାନଙ୍କର ସ୍ୱରକୁ କ୍ଷତି ପହଞ୍ଚାଉଛନ୍ତି। ତେବେ ଆସନ୍ତୁ ସ୍ୱରକୁ ଠିକ ରଖିବା ନେଇ ୫ଟି ଘରୋଇ ଉପଚାର ଜାଣିନେବା।
କୁନି ପିଲା। ନାଁ ରିଧି ସାମନ୍ତରାୟ। ବୟସ ମାତ୍ର ୫ ବର୍ଷ। ୟୁକେଜିରେ ପଢୁଛି କୁନି ଝିଅ। ହସ ହସ ମୁହଁ। କଥା ଠିକ ସେ କହି ପାରୁନି। ତଥାପି ଏହି ବୟସରେ ଘୋଡାକୁ ଦୌଡାଇବା ସହ ତାକୁ ଆୟତ୍ତ କରିପାରିବାରେ ମାହିର ରିଧି।
‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ର ମହତ୍ତ୍ୱ ହେଉଛି ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା। ତେବେ ନିଜ ଶରୀରକୁ ସୁସ୍ଥ ଓ ମଜଭୁତ କରିବା ପାଇଁ ଜାଣନ୍ତୁ ୪ଟି ଟିପ୍ସ।
ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା କ’ଣ? ଆଜିର ସମୟରେ ଆମେ ଏହାକୁ କାହିଁକି ପାଳନ କରିବା?