• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Odisha Govt Doctor
ଏମିତି ଡାକ୍ତର ଥିଲେ ରୋଗୀର ହେବନି କିଛି !

ଏମିତି ଡାକ୍ତର ଥିଲେ ରୋଗୀଙ୍କର ହେବନି କୌଣସି ଅସୁବିଧା । ବିଷ ଖାଇ ଜଣେ ମେଡିକାଲରେ ପହଞ୍ଚିଲେ...ସାଙ୍ଗରେ ମହିଳାମାନେ ଥିବାରୁ ଟେକିକି ନେବାରେ ଅସୁବିଧା ଥିଲା । ଦୌଡି ଆସିଲେ ଡାକ୍ତର, ନିଜେ ଟେକି ନେଇ ଚିକିତ୍ସା କଲେ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

old age home
କଳିଯୁଗର କୁଳାଙ୍ଗାର ପୁଅ: କହୁଛି ମାଆକୁ ନେଇ କିଏ ବୃଦ୍ଧାଶ୍ରମରେ ଛାଡିଦିଅ

ଆଖିରୁ ବୋହିଯାଉଛି ବେଦନାର ଲୁହ । ଯନ୍ତ୍ରଣା ଏତେ ଯେ କାହାକୁ ଦେଖି ଦେଲେ କୋହ ସମ୍ଭାଳି ପାରୁନାହାନ୍ତି । ସେଇଥି ଲାଗି ତ ଆଖିରୁ ଅହରହ ଝରାଉଛନ୍ତି ଲୁହ । ଚମ ଧୁଡୁଧୁଡୁ ହେଲାଣି...ଅଣ୍ଟା ମୋଡି ହୋଇଗଲାଣି । ବିନା ସାହାରାରେ ପାଦେ ଚାଲିବା ବି କଷ୍ଟ । ହେଲେ ଏମିତି ସମୟରେ ବୟସର ଅପରାହ୍ନରେ ଏକା ଏକା ବଂଚିବାକୁ ସେ ବାଧ୍ୟ ହେଉଛନ୍ତି । ସେବା ଯତ୍ନ ସତେ ଯେମିତି ତାଙ୍କ ଭାଗ୍ୟରେ ନାହିଁ ।

plant lichi tree
ଫଳକ ମାରିଦେଲେ, ତା’ର ଟାଣିଦେଲେ...ଗଛ ଗଲା କୁଆଡ଼େ?

ଫଳକ ମାରିଲେ, ଗଛ ପୋତିଲେ । ଆଶା ଥିଲା ଭଲ ଲିଚୁ ଫଳିବ...ହେଲେ ଚାରା ଲାଗିଥିବା ସ୍ଥାନରେ ଏବେ ଗାଈ ଚରୁଛନ୍ତି । ଚାଷୀଙ୍କ ନାଁରେ ଟଙ୍କା ଆଣି ଖାଇଲେ ବାବୁ, ଜଳକ ହୋଇ ଚାହିଁଲେ ଚାଷୀ । ବାବୁ କହୁଛନ୍ତି, ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

Migrant Labour
ଗାଁକୁ ଶବ ନେଇ ଆମ୍ବୁଲାନ୍ସ ପଶୁଛି...କାନ୍ଦବୋବାଳିରେ ଏରିଆ କମ୍ପୁଛି

ପରିବାର ମୁହଁରେ ଆହାର ଦେବାକୁ ବେଙ୍ଗାଲୁରୁ ଯାଇଥିଲା ଭେଣ୍ଡିଆ ପୁଅ । କାଠଗଣ୍ଡିରେ ଚାପି ହେବାରୁ ମେଡିକାଲରେ ପଡିପଡି ଆଖି ବୁଜିଲା । ଆଉ ଯେତେବେଳେ ମାଆ ପାଖରେ ପୁଅର ମୃତ୍ୟୁ ଖବର ପହଞ୍ଚିଲା

lightning attack
ଏହି ଗୋଟିଏ ଗଛ...ବଜ୍ରଘାତରୁ ବଞ୍ଚାଇ ଦେବ

ବିଜୁଳି ନେଉଛି ଜୀବନ । ଆକାଶରେ ମେଘ ଆସିଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି..କାରଣ ପ୍ରତି ମୁହୂର୍ତ୍ତରେ ଜୀବନ ଯିବାର ଭୟ ରହୁଛି । ହେଲେ ଆଉ ଡରନ୍ତୁନି...ବରଂ ଏହି ଗଛ ଲଗାଇଲେ ବଜ୍ରଘାତରୁ ଦେବ ସୁରକ୍ଷା

Raipur-Vizag corridorn
ସୁଙ୍କି ଘାଟି : ବିପଦ ଯେତିକି, ସୁନ୍ଦର ସେତିକି

ଦିନେ ଏହି ଘାଟି ନା ଶୁଣିଲେ ଲୋକେ ଯିବାକୁ ଡରୁଥିଲେ । ମନରେ ଶଙ୍କା ଥିବାରୁ ନା ହୋଇଥିଲା ‘ସୁଙ୍କି’ । ସମୟ ବଦଳିଛି, ସ୍ଥିତି ବି ବଦଳିଛି । ରାଜ୍ୟର ପ୍ରଥମ ୬ ଥାକିଆ ଟନେଲ ହେଉଛି କୋରାପୁଟ୍‌ରେ । ଏବେ ସୁଙ୍କି ଦେଇ ଗଲେ ଲୋକେ ଡରିବେନି ବରଂ ମଜା ଉଠାଇବେ

Unconditional Love
କ୍ୟାନସରରେ ସ୍ୱାମୀ ପଡିଛି...ନଳି ଲଗାଇ ସ୍ତ୍ରୀ ସେବା କରୁଛି

ଏମିତି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ । କ୍ୟାନସର ରୋଗରେ ଘାଣ୍ଟି ହେଉଛନ୍ତି ସ୍ୱାମୀ । ନାକରେ ନଳି ଲଗାଇ ଖାଇବାକୁ ଦେବା ସହିତ ଦିନରାତି ସେବା କରୁଛି ସ୍ତ୍ରୀ । ଚିକିତ୍ସା ପାଇଁ କାନ୍ଦି କାନ୍ଦି ମାଗୁଛି ସାହାଯ୍ୟ

Sambalpuri Sarees
ଦୁର୍ଦ୍ଦିନରେ ବୁଣାକାର ପରିବାର । ସାହାଯ୍ୟ ନମିଳିଲେ ବୁଡିଯିବ କୂଳ ବେଉସା !

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଚାଂୟତ ବଡ ନୁଆଁପାଲି ଗାଁରେ ଏବେ କାରିଗରଙ୍କ ସମସ୍ୟା କହିନେ ନସରେ । ଏଠାରେ ସୁକ୍ଷ୍ମ ସୂତାର ନିଖୁଣ କାରିଗରୀରେ ସମ୍ବଲପୁରୀ ଶାଢୀ ଓ ଡ୍ରେସ କପଡା ତିଆରି କରୁଛନ୍ତି ହରିଜନ ସମ୍ପ୍ରଦାୟର ଲୋକେ

 teachers Problem
ଗଣଶିକ୍ଷା ମନ୍ତ୍ରୀଙ୍କ ଇଲାକାରେ ଶିକ୍ଷକ ଅଭାବ...ପିଲାଙ୍କୁ ଗାଁ ଲୋକ ପଢାଉଛନ୍ତି ପାଠ

ସପ୍ତାହେରୁ ଅଧିକ ସମୟ ହେଲାଣି ନିଜ ଦାବି ପୂରଣ ଲାଗି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ କେଉଁଠି ସ୍କୁଲରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତ କେଉଁଠି ପାଠପଢା ପୂରା ଠପ୍‌ ହୋଇଗଲାଣି । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଟିଂ ହେବା ପରେ ଗାଁ ଲୋକ ହିଁ ପିଲାଙ୍କୁ ପଢାଇବାର ନିଷ୍ପତ୍ତି ନିଆଗଲା

Class 8th students
ଦିଦି ଯାଇଛନ୍ତି ଆନ୍ଦୋଳନକୁ...ପିଲାଙ୍କୁ ପାଠ ପଢାଉଛନ୍ତି ପିଲା

ସପ୍ତମ ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ । କଥାଟା ଶୁଣିବାକୁ ଟିକିଏ ଅବାସ୍ତବ ଲାଗୁଥିଲେ ବି ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଶିକ୍ଷା ସର୍କଲ ଅଧିନ ପାରାପୋଖରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ

Helpless family
୪ ଫୁଟିଆ ପାଲ ତଳେ ୬ ଜୀବନ

୪ ଫୁଟିଆ ପାଲ ହିଁ ଏମାନଙ୍କ ଘର.. ଭିତରକୁ ଯିବାକୁ ହେଲେ ନଇଁ ନଇଁ ବା ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଛି.. ମାଟି ବାଲି ଉପରେ ଇଟା କେଇଖଣ୍ଡ ରଖି ରୋଷେଇ ଚାଲିଛି.. ସେଇଠି ରାନ୍ଧୁଛନ୍ତି ସେଇଠି ଖାଉଛନ୍ତି ସେଇ ଧୂଳିମାଟିରେ ଶୋଉଛନ୍ତି.. ନା ଛାତ ଅଛି, ନା କବାଟ.. ସବୁ ଖୋଲା ମେଲା..

importance of ozone layer and how it protect to human
World Ozone Day 2023: ଜୀବ ଜଗତକୁ ଏମିତି ରକ୍ଷା କରୁଛି ଓଜୋନ୍ ଲେୟର

ଓଜୋନ୍ ଲେୟର ବିଷୟରେ ପ୍ରାୟ ସମସ୍ତେ ଶୁଣିଥିବେ, କିନ୍ତୁ ଏହା କ’ଣ ଏବଂ ଏହି ଦିବସ କାହିଁକି ପାଳନ କରାଯାଏ ଆପଣ ଜାଣନ୍ତି କି? ବାସ୍ତବରେ, ଓଜୋନ ସ୍ତରକୁ ରକ୍ଷାକରିବା ପାଇଁ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୬ ସେପ୍ଟେମ୍ବରରେ 'ବିଶ୍ୱ ଓଜୋନ ଦିବସ' ପାଳନ କରାଯାଏ।

School Problem
ଓଡ଼ିଆ ପିଲା...ଏଇଠି ସ୍କୁଲ ନାହିଁ...ପାଠ ପଢିବାକୁ ଯାଉଛନ୍ତି ଝାଡଖଣ୍ଡ

ଓଡ଼ିଶାର ପିଲା, ଓଡ଼ିଆ ସ୍କୁଲରେ ପଢିବେ...ହେଲେ ଇଏ ଏମିତି ସ୍କୁଲ ଯେଉଁଠି ଘର ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ ବି ନାହାନ୍ତି । ପାଠ ପଢିବାକୁ ହେଲେ ପଡୋଶୀ ଝାଡଖଣ୍ଡ ଯାଉଛନ୍ତି ଶହଶହ ପିଲା

Divyang woman
ଦିବ୍ୟାଙ୍ଗଙ୍କ ଛେଳି ଚାଷ : ରୋଜଗାର କରି ଚଳାଉଛନ୍ତି ପରିବାର

ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି...ହାର୍‌ ମାନିନାହାନ୍ତି ବରଂ ନିଜେ ରୋଜଗାର କରି ବଞ୍ଚିବାର କଳା ଜାଣିଛନ୍ତି । ସେଇଥି ଲାଗି ତ ଲୋନ୍‌ କରି ଛେଳି ଚାଷ କଲେ ଏବେ ରୋଜଗାର ବଢିଆ

Awas Yojna
ଓଃ କି ଦୁଃଖ ! ଯେଉଁ ଘରେ ମଣିଷ, ସେହି ଘରେ ଛେଳି

ସ୍ୱାମୀ ପର ଘରେ ମଜୁରୀ ଖଟିଲେଏ ଘରେ ଚୁଲି ଜଳିବ । ସେଇଠି ନୂଆ ଘର କଥା ପଚାରେ ବା କିଏ ? ସେଇଥି ଲାଗି ତ ପଲିଥିନ୍‌ ତଳେ ବିତୁଛି ଜୀବନ । ପୂରା ଜୀବନଟା ସେହି ଘରେ କଟିଗଲାଣି । ଭାବିଥିଲେ ବୟସର ଅପରାହ୍ନରେ ପହଞ୍ଚିବା ପରେ ଆବାସ ଯୋଜନାରେ ଘର ମିଳିବ, ଟିକିଏ ଶାନ୍ତିରେ ରହିବେ । ହେଲେ ସେ ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଗଲା । ମୋଟ୍‌ ଉପରେ ଆବାସ ତାଙ୍କ ଲାଗି ଉପହାସ ପାଲଟିଗଲା । ଘର ଖଣ୍ଡିଏ ଲାଗି ପ୍ରଶାସନିକ ବଡବାବୁଙ୍କୁ ଗୁହାରି କରି କରି ଥକିପଡିଲେଣି ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ।

Helpless Family
ମିଳୁନି ଘର ! ଖୋଲା ଆକାଶ ତଳେ ବିତୁଛି ଜୀବନ

ନୁଆଣିଆ ଭଙ୍ଗା ଘର । ଆଉ ତା’ରି ଭିତରେ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଗୋଟିଏ କି ଦୁଇଟି ନୁହେଁ ବରଂ ତିନି ତିନୋଟି ପରିବାର ରହୁଛନ୍ତି ଏହି ଘରେ । ସେଇଠି ଖାଇବା ପୁଣି ସେଇଠି ଶୋଇବା । ଏହି ଘରେ ପାଦେ ପାଦେ ବିପଦ ଅଛି । ହେଲେ ଉପାୟ ବି କିଛି ନାହିଁ ।

Engineers Day 2023: history and ignificance
Engineers Day 2023: କର୍ଣ୍ଣାଟକର ‘ଭାଗୀରଥୀ’ ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ

ଭାରତରେ ‘ଇଞ୍ଜିନିୟର୍ସ ଦିବସ’ ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ପାଳନ କରାଯାଏ। ୧୫ ସେପ୍ଟେମ୍ବର ହେଉଛି ଭାରତୀୟ ସିଭିଲ୍ ଇଞ୍ଜିନିୟର ତଥା ରାଜନେତା ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ‘ଇଞ୍ଜିନିୟର୍ସ ଦିବସ’ ଭାବରେ ପାଳନ କରାଯାଏ।

Helpless family struggles for proper livelihood
ଘର ନାହିଁ କି ଖାଇବାକୁ ନାହିଁ : ଜରି ପାଲ ତଳେ ତିନି ପରିବାର

ଓଃ କି ଦୁଃଖ ! ନିଜର ଜାଗା ଖଣ୍ଡେ ନାହିଁ । ପର ଜାଗାରେ ଘର କରି ରହିଥିଲେ ତିନୋଟି ପରିବାର । ଏବେ ମାଲିକ ମନା କରିବାରୁ ଜରି ପାଲ ତଳେ ବିତୁଛି ୩ ପରିବାରର ଜୀବନ । ବାବୁଙ୍କୁ ଗୁହାରି କରିବା ପରେ..ମିଳିବ ମିଳିବ କହୁଛନ୍ତି ହେଲେ ମିଳୁନି

Ganesh Chaturthi 2023 Lord ganesha wrote Mahabharata in cave of uttarakhand
Ganesh Chaturthi 2023: କିପରି ଓ କେଉଁଠି ଶ୍ରୀଗଣେଶ ଲେଖିଥିଲେ ମହାକାବ୍ୟ ମହାଭାରତ

ଭଗବାନ ଗଣେଶଙ୍କୁ ନେଇ ରହିଛି ଅନେକ କାହାଣୀ। କୁହାଯାଏ ଭାରତର ମହାନ କାବ୍ୟ ‘ମହାଭାରତ’କୁ ଭଗବାନ ଗଣେଶ ଲେଖିଥିଲେ। ତେବେ ସେ କିପରି ଓ କେଉଁଠି ଲେଖିଥିଲେ ଆସନ୍ତୁ ଜାଣିନେବା।

Why did lord ganesha do two marriages
Ganesh Chaturthi 2023: ସବୁ ଶୁଭ କାମରେ କାହିଁକି ସର୍ବପ୍ରଥମେ ପୂଜା ପାଆନ୍ତି ଭଗବାନ ଗଣେଶ

ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବାର ଅନେକ ଲୋକପ୍ରିୟ କଥା ରହିଛି। ଏହା ପଛରେ ତାଙ୍କ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧିଙ୍କର ମଧ୍ୟ ଭୂମିକା ଥିବା କିମ୍ବଦନ୍ତୀ କୁହେ। ତେବେ ଆସନ୍ତୁ ଜାଣିନେବା ଭଗବାନ ଗଣେଶ କାହିଁକି ଦୁଇଟି ବିବାହ କରିଥିଲେ।

5 interesting songs related to Lord Ganesh
Ganesh Chaturthi 2023: ଗଣେଶ ପୂଜାକୁ ଆହୁରି ରଙ୍ଗୀନ କରିଦେବ ବଲିଉଡ୍‌ର ଏହି ୫ ଗୀତ

ଗଣେଶ ପୂଜାରେ ସଙ୍ଗୀତ ଏବଂ ନୃତ୍ୟ ଏକ ବିଶେଷ ଭୂମିକା ନେଇଥାଏ। ଭଗବାନ ଗଣେଶଙ୍କୁ ସ୍ୱାଗତ କରିବା ହେଉ କି ତାଙ୍କର ବିଦାୟ ବେଳେ ଉଭୟ ନାଚ-ଗୀତର ଚମତ୍କାର ହାବଭାବ ଦେଖିବାକୁ ମିଳେ। ଏହି ୫ଟି ବଲିଉଡ ଗୀତ ଆପଣଙ୍କ ପୂଜାର ମାହୋଲକୁ ଆହୁରି ରଙ୍ଗିନ କରିଦେବ।

these 6 qualities of lord ganesh teaches children to be wise
Ganesh Chaturthi 2023: ନିଜ ପିଲାକୁ ବୁଦ୍ଧିମାନ କରିବା ପାଇଁ ଶିଖାନ୍ତୁ ଗଣେଶଙ୍କ ଏହି ୬ଟି ଗୁଣ

ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ସବୁଠାରୁ ଜ୍ଞାନୀ ଭାବେ ଗଣାଯାଏ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ ଏବଂ ସଫଳ କରିବାକୁ ଚାହାନ୍ତି ତେବେ ଏହି ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ ଜୀବନରୁ କିଛି ଶିକ୍ଷା ନେଇ ଏହା କରି ପାରିବେ। ଆସନ୍ତୁ ସେ ବିଷୟରେ ଜାଣିନେବା।

Ganesh Chaturthi 2023 lord ganesh kheer katha
Ganesh Chaturthi 2023: ବୁଢୀ ହାତରୁ ଖିରି ଖାଇ ଝୁମ୍ପୁଡିକୁ ରାଜମହଲ କରିଦେଲେ ଶ୍ରୀଗଣେଶ

ବିଘ୍ନ ବିନାଶକ ଦେବତା ଶ୍ରୀଗଣେଶ । ସିଏ ପୂଜାରେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ସମସ୍ତ ପ୍ରତିବନ୍ଧକକୁ ହଟାଇ ସୁଖ, ସୌଭାଗ୍ୟ ଏବଂ ଧନଧାନ୍ୟରେ ଭଣ୍ଡାର ଭରି ଦିଅନ୍ତି। ତାଙ୍କର ଦୟା ଏବଂ ପରୋପକାର ବିଷୟରେ ଅନେକ କାହାଣୀ ଅଛି, ଯାହା ମଧ୍ୟରେ ଜଣେ ବୁଢୀଠାରୁ ଖିରି ଖାଇବାର ଲୋକକଥା ଅତ୍ୟନ୍ତ ପ୍ରସିଦ୍ଧ। ଆସନ୍ତୁ ଜାଣିବା…

Divyang teacher
ଦିବ୍ୟାଙ୍ଗ ସାର୍‌ଙ୍କ ମାଗଣା ଟ୍ୟୁସନ୍‌...ପ୍ରଥମରୁ ପଂଚମ ସମସ୍ତେ ମାଗଣାରେ ପଢିବେ

ଜନ୍ମରୁ ଗୋଟିଏ ହାତ ନାହିଁ । ନିଜେ ଯୁକ୍ତ ୩ରେ ପଢୁଛନ୍ତି ପାଠ । ଗାଁର କୌଣସି ପିଲା ଯେମିତି ଅପାଠୁଆ ନରୁହନ୍ତି ସେଥିପାଇଁ ଦିବାରାତ୍ର କରୁଛନ୍ତି ପରିଶ୍ରମ । ସକାଳୁ ସଂଜ...ଅନେକ ପିଲାଙ୍କୁ ପଢାଉଛନ୍ତି ପାଠ

Gajapati Marriage
ଝିଅ ବାହା ହେଲା ବୋଲି...ଶୁଦ୍ଧି ହେଲେ ବାପା-ମାଆ

ସିଏ ଆମ ପାଇଁ ମରିଗଲା । ନିଜ ଜିଇଁଥିବା ଭଉଣୀ ପାଇଁ ମହିଳା ଜଣକ ଛାତିରେ ପଥର ରଖି କିଛି ଏମିତି କହିଛନ୍ତି । ଖାଲି ଭଉଣୀ ନୁହେଁ ବରଂ ଜନ୍ମକଲା ମାଆ ଓ ବାପା ବି କାନ୍ଦିକାନ୍ଦି ନିଜ କର୍ମକୁ ନିନ୍ଦିଛନ୍ତି । ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ମଥାରେ ଲାଗୁଥିଲା ସିନ୍ଦୂର, ସେପଟେ ଫଟୋରେ ଦିଆଯାଉଥିଲା ଫୁଲମାଳ । ଯିଏ କନ୍ୟା ହୋଇଛି ତା’ରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପର୍ବ ବି ଚାଲିଛି । କଥାଟା କାନକୁ ଅଡୁଆ ଲାଗୁଥିଲେ ବି ପୂରା ସତ ।