ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍ ପର୍ଯ୍ୟନ୍ତ ଥିଲା । ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ । ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ । ସେଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଖଡ଼ଗହସ୍ତ ହୋଇଥିବାବେଳେ ଆହୁରି ତେଜିଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ସାଙ୍ଗକୁ ଗିରଫ ଦାବି । ଆଜି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ହୋଇଛି ଅଣ୍ଡାମାଡ଼ ।
ରାଜନୈତିକ ମହଲରେ ଆଲୋଚନା, ଦିବ୍ୟଶଙ୍କର ପାଇଁ ବିଜେଡି ଏତେ ବଦନାମ ହେଉଥିବା ସତ୍ୱେ, ନବୀନ କାହିଁକି ତାଙ୍କୁ ମଂଚ ଉପରେ ନିଜ ପାଖରେ ବସାଇବାକୁ ରାଜି ହେଲେ? ଏଥିପାଇଁ ଏହି ୧୧ଟି କାରଣ ଦାୟୀ କି?
ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ନେଇ ପଦକ୍ଷେପ ନେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମଧ୍ୟରେ ଲୋକସେବା ଭବନରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି ।
ଦିବ୍ୟଶଙ୍କରଙ୍କ ହୋମ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଶାସକ-ବିରୋଧୀI କାଲି ନବୀନଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଛକାପଞ୍ଝା ରାଜନୀତି ।
ଦଳରୁ ନିଲମ୍ବନ ହେବା ପରେ ବି ଦଳୀୟ ପତାକା ସହ ଏବଂ ଦଳର କର୍ମୀଙ୍କ ସହ ରାଲି କରିଛନ୍ତି ବିଧାୟକ । ଖାଲି ସେତିକି ନୁହେଁ, ବିଧାୟକଙ୍କ ଏହି ବାଇକ ରାଲି ଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ଶହ ଶହ କର୍ମୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ଜୁଏଲ ଅଭିଯୋଗ କରିଛନ୍ତି ।
ସୁଦାମ ମାରାଣ୍ଡିଙ୍କର ରାଜସ୍ୱ ସମୀକ୍ଷା ବୈଠକ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଥିଲା । ସର୍କିଟ ହାଉସଠାରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷକୁ ଯିବା ରାସ୍ତାରେ କଳାପତାକା ଦେଖାଇଥିଲେ ୪ ଯୁବକ ।
ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତତ୍ପରତା । ଆସନ ସଂରକ୍ଷଣର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବାପରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଜୋରଦାର କସରତ ।
ଦିନେ ବିଜେଡି ଓ ନବୀନଙ୍କ ବିରୋଧରେ ଗର୍ଜୁଥିଲେ, ଆଜି ଶଙ୍ଖ ଫୁଙ୍କିଲେ। ଦିନେ ରାହୁଲ ଆଣିଥିଲେ ରାଜନୀତିକୁ, ରଖିଥିଲେ କୋର୍ କମିଟିରେ। ଆଜି ସେଇ ହାତକୁ କହିଲେ ବାଏ ବାଏ। ଆଉ ହାତରେ ଧରିଲେ ବିଜେଡି ଶଙ୍ଖ।
ଅତିକମ୍ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ କୋଟିଆ ବିବାଦର ସମାଧାନ ହୋଇପାରିଥାନ୍ତା । ମୁଁ ଶୁଣୁଛି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଛନ୍ତି ଆଲୋଚନା କରିବାକୁ ।
ରିପୋର୍ଟ ଦେବାର ୫ ଦିନ ଭିତରେ କେନ୍ଦ୍ରରୁ ରିଲିଜ ହେଲା ଟଙ୍କା । କିନ୍ତୁ ଓଡ଼ଶା ସରକାର ରିପୋର୍ଟ ନଦେଇ ଟଙ୍କା ପାଇଁ ଖାଲି ଚିଠି ଲେଖୁଛନ୍ତି କେନ୍ଦ୍ରକୁ ।
ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କୁ ଜବାବ ଦେଇଛି ବିଜେଡି । ସସ୍ମିତ କହିଲେ ତୁଚ୍ଛା ରାଜନୀତି କରୁଛି ବିଜେପି ।
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ।ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି ।
ମମିତା ମର୍ଡର କେସରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କକୁ ନେଇ ଖୁବ୍ ଜୋର୍ ବର୍ଷିଛନ୍ତି କଂଗ୍ରେସ ନେତା ଭକ୍ତଚରଣ ଦାସ.. ଦିବ୍ୟଶଙ୍କର ମିଶ୍ରଙ୍କ ହେଲିକେପ୍ଟରରେ ଗୋଲମୁଣ୍ଡା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭକ୍ତ.. କହିଛନ୍ତି କାହାକୁ ଇମ୍ପ୍ରେସ୍ କରିବାକୁ ମନ୍ତ୍ରୀ ବାରମ୍ବାର ହେଲିକେପ୍ଟରରେ ସେଠାକୁ ଯାଉଥିଲେ.. ତେବେ ଏନେଇ ଶାସକ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ପ୍ରଥମେ ଦଶ ବର୍ଷ ଲୋକଙ୍କ ପାଇଁ କାମ କର । ଏୟାରଫୋର୍ସରେ ଦଶବର୍ଷ କାମ କରି ଛାଡି ପଲେଇ ଆସିଲା । ମୋର ଇଛା ଥିଲା ତାକୁ ବଡ ପଦବୀରେ ଦେଖିବା । ସେ କଳାହାଣ୍ଡିର ଗର୍ବ ହୋଇଥାଆନ୍ତା ।
ରାଜ୍ୟ ସରକାରଙ୍କୁ ତାରାଙ୍କ କଡ଼ା ସମାଲୋଚନା । କହିଲେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା । ହେଲେ ପୋଲିସ କିଛି ଦେଖିପାରିଲାନି । ପୋଲିସ ସତେ ଯେମିତି ନିଦା ବିଷ୍ଣୁ ପାଲଟି ଯାଇଥିଲା ।
ପଞ୍ଚାୟତ ଭୋଟ୍ ପୂର୍ବରୁ ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀକନ୍ଦଳ । କନ୍ଧମାଳ ହେଉ କି କେନ୍ଦ୍ରାପଡ଼ା ଅବା ନୟାଗଡ଼ । ସବୁଠି ଦଳ ଭିତରୁ ଖୋଲୋଖୋଲି ଶୁଭିଲାଣି ବିରୋଧର ସ୍ୱର ।
୨୧ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ବିଜେଡି ଏଥର ନିଜର ମନ୍ତ୍ରୀଙ୍କୁ ନେଇ ଅଡୁଆରେ ପଡ଼ିପାରେ। ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗ ଦଳର ଗୋଡ଼ ଟାଣିପାରେ। ପୂର୍ବରୁ ମଧ୍ୟ ଏହାର ଉଦାହରଣ ରହିଛି।
ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଶନିବାର ମଧ୍ୟାହ୍ନରେ କମିଶନ ଏହି ଘୋଷଣା କରିଛନ୍ତି ।
ଲଗାତର ୩ ଦିନର ହଙ୍ଗାମା ଓ ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ସ୍ଥିତି । ଶାନ୍ତିଶୃଙ୍ଖଳାର ସହ ପ୍ରଶ୍ନକାଳ ଶେଷ ହୋଇଛି ।ନେତାଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ।
ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନସିଂରେ ବିଭିନ୍ନ ବିଭାଗ ସହ ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଜେଡି ପାଇଁ କାମ କରୁଛନ୍ତି ତାରା । ଖାଲି ତାରା ନୁହଁନ୍ତି ତାଙ୍କ ପତ୍ନୀ ବି ବିଜେଡି ପାଇଁ କାମ କରୁଛନ୍ତି । କୋରାପୁଟର ବରିଷ୍ଠ ନେତା କୁଲେସିକା ଆଣିଛନ୍ତି ତାରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ।
ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ଓ କଂଗ୍ରେସ ତାର ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛନ୍ତି । ତେବେ ସ୍ପଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବାତାଲିକା ।
ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର ଓପିସିଏଲ୍ ଖଣିରୁ କୋଇଲା ପରିବହନର ଉଦ୍ଘାଟନ ସମୟରେ ବିଜେଡି-ବିଜେପି ମୁହାଁମୁହିଁ । କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।