• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବୃହତ ବିଜୟ ସତ୍ତ୍ୱେ ଦଳକୁ ଗୋଷ୍ଠୀ କନ୍ଦଳ ଚିନ୍ତା ଗୋଟିଏ କି ଦୁଇଟି ନୁହେଁ ସମଗ୍ର ରାଜ୍ୟରେ ନେତାଙ୍କ ଭିତରେ ଚାଲିଛି ଟକରାଟକରି । କିଛି ସ୍ଥାନରେ ଅସନ୍ତୋଷ ପଦାରେ ପଡିଥିବା ବେଳେ ଆଉ କିଛି ସ୍ଥାନରେ ଭିତରେ ଭିତରେ କୁହୁଳୁଛି ନିଆଁ । ମଇଦାନରେ ମାଳମାଳ ବିଦ୍ରୋହୀ ପ୍ରାର୍ଥୀ, ଅଧ୍ୟକ୍ଷ ପଦ ହାତେଇବା ଲାଗି ପରସ୍ପର ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଦଳରେ ଅସନ୍ତୋଷ ତେଜୁଥିବା ବେଳେ ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସହ ରହିଛି ରାଜ୍ୟସଭା ନିର୍ବାଚନ ସେଦୃଷ୍ଟିରୁ ଗୋଷ୍ଠୀକନ୍ଦଳ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିବା ଚର୍ଚ୍ଚା ହେଉଛି ।

ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ । କିଛି ସ୍ଥାନରେ ଫାଟ ପଦାରେ ପଡିଥିବା ବେଳେ ଆଉ କିଛି ସ୍ଥାନରେ ଭିତରେ ଭିତରେ କୁହୁଳୁଛି ଅସନ୍ତୋଷ । ପଂଚାୟତ ଓ ପୌର ନିର୍ବାଚନରେ ଗଣ୍ଡାଗଣ୍ଡା ବିଦ୍ରୋହୀ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବା ଓ ଅଧ୍ୟକ୍ଷ ପଦ ହାତେଇବା ପାଇଁ ନେତାଙ୍କ ଭିତରେ ଚାଲିଥିବା ପ୍ରତିଯୋଗିତାର ଏହା ସ୍ପଷ୍ଟ ହୋଇଛି । ଗଂଜାମ ଛତ୍ରପୁରରେ ବିଧାୟକ ସୁବାସ ବେହେରା ଓ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନ, ରାୟଗଡ଼ା ସାଂସଦ ଭାସ୍କର ରାଓ ଓ ଜିଲ୍ଲା ସଭାପତି ସୁଧୀର ଦାସ, ସୁନ୍ଦରଗଡ ବିଜେଡି ଜିଲ୍ଲା ସଭାପତି ବିନୟ ଟୋପ୍ପ ଓ କଂଗ୍ରେସରୁ ଆସି ବିଜେଡି ସାମିଲ ହୋଇଥିବା ପ୍ରଫୁଲ୍ଲ ମାଝୀଙ୍କ ମଧ୍ୟରେ ଚାଲିଛି ଟକରାଟକରି ।

ଏଣେ କେନ୍ଦ୍ରାପଡାରେ ପଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ପଦକୁ ନେଇ ବିଧାୟକ ଶଶିଭୂଷଣ ବେହେରା ଓ ରାଜନଗର ବିଜେଡି ବିଧାୟକ ଧ୍ୱୃବ ସାହୁଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଧାୟକ ଅତନୁ ସବ୍ୟସାଚୀ ଓ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ମଧ୍ୟରେ ବି ଛତିଶ କା ଆକଡ଼ା । ବାଲେଶ୍ୱର ସିମୁଳିଆରେ ବିଜେପି ଜିତିବା ପରେ ମନ୍ତ୍ରୀ ଜ୍ୟାତି ପାଣିଗ୍ରାହୀ ଓ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ବିବାଦ ବଢିଥିବା ଚର୍ଚ୍ଚା ହେଉଛି ।

ସେପଟେ ଖଣ୍ଡାପଡାରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମଧ୍ୟରେ ବି ଚାଲିଛି ଛକାପଂଞ୍ଝା । ଭଦ୍ରକରେ ବିଧାୟକ ସଂଜବୀ ମଲ୍ଲିକ ଓ ପୂର୍ବାତନ ବିଧାୟକ ଯୁଗଳ ପଟ୍ଟନାୟକ ପୁଅ ତଥା ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅସିତ ପଟ୍ଟନାୟକଙ୍କ ମଧ୍ୟରେ ସଂପର୍କ ବି ଭଲ ନାହିଁ । ଯାଜପୁର ବରି ନିର୍ବାଚନ ମଣ୍ଡଳୀରେ ବିଧାୟିକା ସୁନନ୍ଦା ଦାଶ ଓ ବିଶ୍ୱରଂଜନ ମଲ୍ଲିକ ମଧ୍ୟରେ ଛକପଂଜା ଲାଗି ରହିଛି ।

ତେବେ କିଛି ଜିଲ୍ଲାରେ ବିଜେଡିର ଗୋଷ୍ଠୀ କନ୍ଦଳ ସାମନ୍ନାକୁ ଆସୁଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ ଭିତରେ ଭିତରେ ଚାଲିଛି ଶୀତଳ ଯୁଦ୍ଧ । ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, ବରଗଡ଼, ଝାରସୁଗୁଡା, ପୁରୀ, ଜଗତସିଂହପୁର, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ବି ନେତାଙ୍କ ଭିତରେ ଉତ୍ତମ ସମନ୍ବୟ ନଥିବା ଚର୍ଚ୍ଚା ହେଉଛି ଯାହାକୁ ନେଇ ଚିନ୍ତାରେ ବିଜେଡି । ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡିକୁ ବିରୋଧୀଙ୍କ ପକ୍ଷରୁ ଯେତିକି ବିପଦ ନାହିଁ ଦଳ ଭିତରୁ ତାଠାରୁ ଅଧିକ ବିପଦ ରହିଛି ଯାହା ଆଗକୁ ଆହୁରି ଉଗ୍ର ହେବ । ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ବଢୁଥିବା ବେଳେ ବିଜେଡିର ମିଶନ ୨୪ ରାସ୍ତାରେ ଏହା କଣ୍ଟା ହେବ ବୋଲି କୁହାଯାଉଛି ।

ଦେବଜାନୀଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ

OTV is now on Whatsapp

Join and get latest news update delivered to you via whatsapp

Join Now