/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646985931.jpg)
Amar pattnaik
୫ ରାଜ୍ୟର ବିଧାନସଭାରୁ ୪ ରାଜ୍ୟରେ ବିଜେପିକୁ ବହୁମତ ମିଳିବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ଓ ଯୋଜନାକୁ ଲୋକେ ଗ୍ରହଣ କରୁଛନ୍ତି । ତେଣୁ ନିର୍ବାଚନରେ ଜନ ସମର୍ଥନ ମିଳୁଛି । ବିଶେଷ କରି ଡବଲ ଇଞ୍ଜିନ ସରକାର ଯେଉଁଠି ଅଛି ସେଠି ଲୋକେ ଅଧିକ ବେନିଫିଟ୍ ପାଇଛନ୍ତି । ସେ ଦୃଷ୍ଟିରୁ ପୁଣି ଥରେ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି । ମହିଳା ମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଓ ନାରୀ ଶକ୍ତିକୁ ଯେଉଁଭଳି ଭାବେ ପ୍ରାଧାନ୍ୟ ଦିଆଯାଉଛି ଏହି ଫଳାଫଳ ତାହାର ପ୍ରତିଫଳନ ବୋଲି କହିଛନ୍ତି ସମୀର ମହାନ୍ତି ।
ତେବେ ଓଡ଼ିଶାରେ ଏହାର ପ୍ରଭାବ ପ୍ରସଙ୍ଗରେ ସେ କହିଛନ୍ତି, ବିଜେପି ଓଡ଼ିଶାରେ ଲୋକଙ୍କ ହିତ ପାଇଁ ଲଢେଇ କରୁଛି । ନିର୍ବାଚନ ଏକ ରାଜନୈତିକ ଦଳର ପରୀକ୍ଷା । ଆମେ ଜନତାଙ୍କ ପାଖକୁ ଯାଉଛୁ, ଲୋକଙ୍କ ଆସ୍ଥାଭାଜନ ହେବୁ । ବିଶେଷ କରି ସହରାଞ୍ଚଳରେ ଏହାର ପ୍ରତିଫଳନ ହେବ ବୋଲି ଆଶା ରଖିଥିବା ସମୀର କହିଛନ୍ତି ।
ସେପଟେ ବିଜେଡି କହିଛି ବିଜେପିର ଏହି ଫଳାଫଳ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜେଡିର ଭୋଟ ପ୍ରତିଶତ ବଢିଛି । ଏହାକୁ ଭୋଟରେ କନଭର୍ଟ କଲେ ଆହୁରି ଅଧିକ ଆସନ ଜିତିବୁ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଏହି ନିର୍ବାଚନ ଫଳାଫଳର ପ୍ରଭାବ କଂଗ୍ରେସ ଉପରେ ନୁହଁ ବରଂ ବିଜେଡି ଉପରେ ପଡ଼ିବ । ତେବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଲାଗି ରହିଥିବା ଟଣାଓଟରା ଯୋଗୁ କଂଗ୍ରେ ହାରୁଥିବା ସେ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)