କେଉଁଠି ଟାୱାର ନାହିଁ ତ ଆଉ କେଉଁଠି ନେଟ୍ୱାର୍କ ଥିଲେ ବି ବାଲାନ୍ସ କିମ୍ବା ସ୍ମାର୍ଟଫୋନ୍ କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ । ବିଶେଷ କରି ଉପାନ୍ତ ଇଲାକାରେ ଏହି ସମସ୍ୟା ଉତ୍କଟ ହୋଇଛି । କରୋନା ସଂକ୍ରମଣକୁ ଦେଖି ଡିଜିଟାଲ୍ କ୍ୟାମ୍ପେନ୍କୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ସତ ।
ଗୀତରେ ଗୀତରେ ପ୍ରାର୍ଥୀଙ୍କ ନାଁ, କେଉଁ ପଞ୍ଚାୟତରୁ, କେଉଁ ପଦବୀ ପାଇଁ ଲଢୁଛନ୍ତି, ଏସବୁର ପ୍ରଚାର କରାଯାଉଛି । ନିର୍ବାଚନୀ ପ୍ରତିଶ୍ରୁତି ବି ରହିଛି ଏଥିରେ । ତେଣୁ ରେକର୍ଡିଂ ଷ୍ଟୁଡିଓରେ ଅନୁଭବ ହେଉଛି ପଞ୍ଚାୟତ ନିର୍ବାଚନୀ ଉଷ୍ଣତା ।
୫୮ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ଠିଆ କରାଇଥିବା କହିଛି କଂଗ୍ରେସ । ତେବେ ସଂରକ୍ଷଣ ନିୟମ ଅନୁସାରେ ଅନୂସଚିତ ଜନଜାତି ପାଇଁ ୨୨.୮୫ ପ୍ରତିଶତ ଏବଂ ଅନୁସୂଚିତଜାତି ପାଇଁ ୧୭.୧୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।
ଯେଉଁଥିରେ ଦୁର୍ନୀତିମୁକ୍ତ ପଂଚାୟତିରାଜ ବ୍ୟବସ୍ଥା ଲାଗୁ କରିବା, ମୋଦି ପଠାଇଥିବା ଟଙ୍କା ଲୁଟ୍କୁ ଜଗିବା ଉପରେ ଦିଆଯାଇଛି ଗୁରୁତ୍ୱ । ତାସହ ଗ୍ରାମସଭା ଓ ପଲ୍ଲୀସଭା କରି ବିକାଶ କାମ ଆଗକୁ ନେବା ଉପରେ ଦଳ ଫୋକସ୍ କରିଛି ।
ଡେପୁଟି ଡିରେକ୍ଟର ଅଶ୍ୱିନୀ ମଲ୍ଲିକ, ଆସିଷ୍ଟାଣ୍ଟ ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ରିଭ୍ୟୁ ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଇଥିଲେ ମନ୍ତ୍ରୀ । ତେବେ ସେଠାରେ ଉଭୟଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ନେଇ ୨ ଅଧିକାରୀ ଅଭିଯୋଗ କରିଛନ୍ତି ।
ଛିଡ଼ୁନି ପ୍ରାର୍ଥୀ ବଛା ଅଙ୍କ । ସବୁଠୁ ଅଧିକ ମୁଣ୍ଡବିନ୍ଧା ବଢିଛି ଶାସକ ବିଜେଡିରେ । ଦଳ ପାଇଁ ପ୍ରାର୍ଥୀ ଚୟନ ଯେତିକି ବଡ କଥା ନୁହେଁ ତାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଛି ଟିକେଟ କଟୁଥିବା ନେତାଙ୍କୁ ସନ୍ତୁଷ୍ଟି ।
ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ? ଲୋପାମୁଦ୍ରା ଓ ମୀରାଙ୍କ ବାଦ୍ ଅନ୍ୟ ନେତ୍ରୀଙ୍କୁ ନେଇ ଚାଲିଛି ଜୋରସୋରରେ ଚର୍ଚ୍ଚା ।
ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଚର୍ଚ୍ଚା, କିଏ- କାହାକୁ ମିଳିବ ସିଂହାସନ ? ଯଦିଓ ଆପତ୍ତି ଅଭିଯୋଗ ଲାଗି ୧୫ ଦିନ ସମୟ ପରେ ନିଷ୍ପତ୍ତି ଚୂଡାନ୍ତ ହେବ ।
ପ୍ରାର୍ଥୀମାନେ ଡିଜିଟାଲ୍ କ୍ୟାଂପେନ୍ କରିବା ସହିତ ଭର୍ଟୁଆଲ୍ ମିଟିଂ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ କରିବେ ଉଦ୍ୟମ । ଆସିବ ପ୍ରାର୍ଥୀଙ୍କ ଭିଡଓ ବାର୍ତ୍ତା । ଫୋନ୍ କଲ୍ରେ ବି ହେବ ଭୋଟ୍ ନିବେଦନ ସବୁ ଦଳ ବି ଡିଜିଟାଲ୍ ମୋଡ୍ରେ କ୍ୟାଂପେନିଂ ପାଇଁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ରାଟେଜି ।
କରୋନା କାଳରେ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ନିର୍ବାଚନ କମିଶନ କିଭଳି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହାସହ ଏହାକୁ ଦୃଢ଼ ନିନ୍ଦା ମଧ୍ୟ କରିଛି ।
ବିଜୁ ପକ୍କାଘର ହିତାଧୀକାରୀଙ୍କ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷ୍ଟିକର୍ । ଗାଁ କୁ ଗାଁ ଘରକୁ ଘର ବୁଲି ଷ୍ଟିକର ଲଗାଉଛନ୍ତି ମନ୍ତ୍ରୀ ଓ ଦଳୀୟ ବିଧାୟକ । ଆଜିଠୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ଘର ମରାମତି ସହାୟତା ଯୋଜନା ।
ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଜାଲ୍ କାଗଜପତ୍ରକୁ ନେଇ । ସେ ନିଜେ କେଉଁଠୁ ପାସ୍ କରିଛନ୍ତି, ତାର ସଠିକ୍ ପ୍ରମାଣ ଦେଇପାରୁନାହାନ୍ତି । ତାଙ୍କ ବାପା ବି ସାର୍ଟିଫିକେଟ୍ ଜାଲିଆତି କରିଥିଲେ । ସେଥିପାଇଁ ନିନ୍ଦିତ ହୋଇଛନ୍ତି । ଏବେ ଅନୁଭବ କହିଲେଣି, ତାଙ୍କ ପତ୍ନୀ ବର୍ଷା ବି କାଗଜପତ୍ର ଜାଲିଆତି କରିଛନ୍ତି ।
ନିର୍ବାଚନ ପୂର୍ବରୁ ଯୋଜନା ପରେ ଯୋଜନା କରିବାରେ ବ୍ୟସ୍ତ ରାଜ୍ୟ ସରକାର, ହେଲେ କେତେ ହେଉଛି କାର୍ଯ୍ୟକାରୀ ?
ବଦଳିଗଲାଣି ରାଜନେତାଙ୍କ ଚରିତ୍ର । ସେତେବେଳର ଓ ବର୍ତ୍ତମାନର ରାଜନୀତି ଓ ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ? OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।
ଆଗାମୀ ନିର୍ବାଚନରେ କେମିତି ରହିବ ଋଣନୀତି, OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।
ପଞ୍ଚାୟତ ନିର୍ବାଚନ ପ୍ରଥମ ସଂରକ୍ଷଣ ତାଲିକା ବାତିଲ ହୋଇ ନୂଆ ଚିଠା ତାଲିକା ଆସିବା ପରେ ବଢିଛି ବିବାଦ । କାରଣ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ପୂର୍ବ ତାଲିକା ତୁଳନାରେ ନୂଆ ତାଲିକାରେ ଘଟିଛି ଅନେକ ପରବର୍ତ୍ତନ ।
ରାଜ୍ୟରେ ୫୪ ପ୍ରତିଶତ ପଛୁଆବର୍ଗ ଲୋକ ଥିଲେ ବି ସରକାର ସେମାନଙ୍କୁ ନିଜ ପରିବାର ବୋଲି ଭାବୁନାହଁନ୍ତି । ରାଜ୍ୟପାଳଙ୍କ ନିକଟରେ ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେପି ।
ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।
ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି । ଓବିସିଙ୍କୁ ସାମ୍ୱିଧାନିକ ଅଧିକାର ନଦେଇ ବିଜେଡି କେବଳ ରାଜନୀତି କରୁଛି ବୋଲି ସେ କହିଛନ୍ତି ।
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଗରିବୀ କମାଇବା ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ମିଛ ବୋଲି କହିଛି ବିଜେପି ।
ଆସନ୍ତା ୨୭ ତାରିଖରେ ସଂରକ୍ଷଣର ସାନି ତାଲିକା ପ୍ରକାଶ ପାଇବ । ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରିଛି ପଂଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନ ବି ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଖବରକାଗଜ ହକରଙ୍କ ଲାଗି ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିସି ମାଧ୍ୟମରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଡ଼ା ସମାଲୋଚନା କରିବା ସହ ତାତ୍ସଲ୍ୟ କରିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦିନରେ ଲଣ୍ଠନ ଦେଖାଇବା ଭଳି ।
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ମାଳ ମାଳ ଯୋଜନା ଘୋଷଣା କରୁଛନ୍ତି ବିଜେଡ଼ି ସରକାର । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଶିକ୍ଷକଙ୍କୁ ଥୋପ ପକାଇଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଥିବାବେଳେ କାଉଣ୍ଟର କରିଛି ବିଜେଡି ..
୨୦୧୫ ବ୍ୟାଚ୍ର ଓଡ଼ିଶା କନିଷ୍ଠ ଶିକ୍ଷକ ଲୋୟର ପିଏମ୍ଜିରେ ଗର୍ଜୁଛନ୍ତି। ଏମାନଙ୍କ ଦାବି ନିୟମିତ କରାଯାଉ। ଏଭଳି ସ୍ଥିତିରେ ଗୋଟିଏ ପଟେ ଠିକାରେ ନିଯୁକ୍ତି ଦେଇ ରାଜ୍ୟ ସରକାର ବାହାବା ନେଉଛନ୍ତି।