• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାର୍ଲାମେଣ୍ଟ ପରିସରରେ ମୁଖ୍ୟମନ୍ତ୍ରୀ । ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ସାଂସଦମାନଙ୍କ ସହ ସାକ୍ଷାତ କରିଛନ୍ତି । ଏଥିସହ ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡିକୁ ସଂସଦରେ ଉପସ୍ଥାପିତ କରିବାକୁ ସେ ବିଜେଡି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।

Naveen Patnaik At ParliamentNaveen Patnaik At Parliament

ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡିର ଅନ୍ୟ ସାଂସଦମାନେ ମଧ୍ୟ ପାର୍ଲାମେଣ୍ଟ ପରିସରରେ ଉପସ୍ଥିତ ଥିଲେ । ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଉପରେ ବିଜେଡି କିଛି ଚିନ୍ତା କରିନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ନବୀନ । ତା ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ପାଇନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ନବୀନଙ୍କୁ ଭେଟିଛନ୍ତି ।

Naveen Patnaik At ParliamentNaveen Patnaik At Parliament

ତେବେ ଏହାରି ଭିତରେ ଏକ ଫଟୋ ଏବେ ଭାଇରାଲ ହୋଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଞ୍ଜାମ ସାଂସଦ ପ୍ରମିଳା ବିଶୋଇ ସ୍ନେହ କରୁଥିବା ଦେଖାଯାଇଛି । ସାଂସଦ ପ୍ରମିଳା ନିଜ ଆଦର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଦେଖାଉଥିବା ଏଥିରେ ଜଣାପଡ଼ୁଛି ।

Naveen Patnaik At ParliamentNaveen Patnaik At Parliament

ତେବେ ସବୁଠାରୁ ବଡ଼ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ଏଭଳି ହଠାତ ଦିଲ୍ଲୀ ଗସ୍ତ କାହିଁକି ? ହଠାତ୍‌ ସଂସଦ ଭବନରେ କାହିଁକି ଆକ୍ଟିଭ୍‌ ହେଲେ ନବୀନ । ଯେଉଁ ନେତା ନିଜ ରାଜ୍ୟର ଲୋକସେବା ଭବନକୁ ସମୟ ଦେବାକୁ କୁଣ୍ଠାବୋଧ କରନ୍ତି, ସେହି ନେତା ସଂସଦ ଭବନକୁ କାହିଁକି ବଳାଇଲେ ଆଗ୍ରହ ? ଏଭଳି ପ୍ରଶ୍ନ ଏବେ ରାଜନୈତିକ ମହଲରେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ଆଗକୁ ରାଜ୍ୟସଭା ନିର୍ବାଚନ ଓ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହା ଏକ ପଲିଟିକାଲ ଷ୍ଟଣ୍ଟ ହୋଇପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।