• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହୋ-ହଲ୍ଲା ମଧ୍ୟରେ ଆଜି ବି ଆରମ୍ଭ ହୋଇଛି ବିଧାନସଭା । ରାଜ୍ୟ ସରକାରଙ୍କୁ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ନେଇ ବିରୋଧୀ ଘେରିବାକୁ ଚେଷ୍ଟା କରିଛନ୍ତି । ଗୋଟିଏ ପଟେ ଶ୍ରୀମନ୍ଦିର ଚାରିପଟେ କାହା ଆଦେଶରେ ଖନନ କାର୍ଯ୍ୟ ଚାଲିଛି ବୋଲି ବିଜେପି ପ୍ରଶ୍ନ ଉଠାଇ ସରକାରଙ୍କୁ ଘାଇଲା କରିଥିବା ବେଳେ କଂଗ୍ରେସ ଖଣି ଦୁର୍ନୀତି କଥା ଉଠାଇଛି । ରାଜ୍ୟରୁ ଖଣି ଚୋରି ହୋଇଥିବା କହି ସରକାରଙ୍କୁ ଜୋରଦାର ଆଟାକ୍‌ କରିଛି କଂଗ୍ରେସ ।

ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ । ୧୦୪ ଖଣି ମାଲିକ ଓଡ଼ିଶାର ସମ୍ପତ୍ତିକୁ ହରିଲୁଟ କରିଛନ୍ତି । ସହଶ୍ର ଟ୍ରକ ଖଣିଜ ପଦାର୍ଥ ବାହାରକୁ ଚାଲାଣ କରିଛନ୍ତି । ଏହି କଂପାନି ମାନଙ୍କ ବିରୋଧରେ ଆକ୍ସନ ନେବାକୁ ଗୃହରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ତେବେ ଖଣି ଦୁର୍ନୀତି ନେଇ ବିଧାନସଭାରେ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲେ ବି ଏହାକୁ ବାଚସ୍ପତି ଗ୍ରହଣ କରିନଥିଲେ । ପ୍ରସ୍ତାବ ଗ୍ରହଣ ନହେବା ପଛରେ ବି କଂଗ୍ରେସ ଦଳ ଅଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ତେବେ ତାରା କହିଛନ୍ତି ଏଥିରେ କଂଗ୍ରେସ ସାମିଲ ଅଛି ବୋଲି ଯଦି ବିଜେପି ପ୍ରମାଣ ଦେବ ତେବେ ମୁଁ ରାଜନୀତି ଛାଡ଼ି ଦେବି । ଅନ୍ୟପଟେ ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ପ୍ରସଙ୍ଗ ନଥିଲେ ବିରୋଧୀ ଖଣି ପ୍ରସଙ୍ଗ ଉଠାନ୍ତି । ଏହା ତାଙ୍କର ଚିରାଚରିତ ପ୍ରସଙ୍ଗ ବୋଲି ଶାସକ ଦଳ କହିଛି ।

ସେପଟେ ରାଜ୍ୟରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟରେ ଗତ ୨୨ ବର୍ଷ ହେବ ଗୋଟିଏ ସରକାର ଚାଲିଥିବା ବେଳେ ଲୋକ ମୌଳିକ ସୁବିଧା ମଧ୍ୟ ପାଇପାରୁ ନାହାନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ମୋହନ ମାଝି । ଏହାର ଜବାବ ମଧ୍ୟ ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।