ମମିତ ମାହେର ହତ୍ୟା ଘଟଣାକୁ ନେଇ ୫ ଦିନ ହେଲା ଗୃହ ଅଚଳ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ବିଜେଡି କିନ୍ତୁ ବିରୋଧୀଙ୍କୁ କର୍ଣ୍ଣପାତ ବି କରୁନି ।
ମମିତା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ଜାରି ରହିଛି । ବିରୋଧୀ ମମିତା ପ୍ରସଙ୍ଗରୁ ପଛକୁ ହଟୁନଥିବା ବେଳେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଛି ବିଜେଡି ।
ମମିତା ହତ୍ୟା ମାମଲାରେ ମୋହନ ମାଝୀଙ୍କ ପ୍ରଶ୍ନରେ ଦିବ୍ୟଶଙ୍କରଙ୍କ ଉତ୍ତର । ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଲେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ।
୨୨ ବର୍ଷର ଶାସନ କାଳରେ ଏଭଳି ସ୍ଥିତି ହଟେଇ ପାରିଲେନି ବିଜେଡି ସରକାର । ଡିଏମ୍ଏଫ୍ ଫଣ୍ଡ ଆଦିବାସୀଙ୍କ କ୍ଷେତ୍ରରେ ଖର୍ଚ୍ଚ ହେଉ ନାହିଁ କହିଲେ ରବି ନାଏକ । ରାଜ୍ୟର ୩୩ଟି ନିର୍ବାଚନ ମଣ୍ଡଳୀ ସହ ଆଦିବାସୀ ଅଞ୍ଚଳରେ ଆନ୍ଦୋଳନ ନେଇ ଚେତାବନୀ ଦେଲେ ରବି ନାଏକ ।
ପ୍ରଥମ ଦିନ ପ୍ରବେଶ ପଥରେ ତାଲା ମାରିଲେ । ଦ୍ୱିତୀୟ ଦିନ ବ୍ୟାନର୍ ଓ ପୋଷ୍ଟର ଦେଖାଇଲେ । ତୃତୀୟ ଦିନ ବିଜେପି ଗୋବର ଓ ଗଙ୍ଗା ପାଣି ଛିଞ୍ଚିଲା । ଆଉ ତାପରେ ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ଦେଲେ ।
ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ସେମାନଙ୍କର ଏକମାତ୍ର ଦାବି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ । ଦିବ୍ୟଶଙ୍କରଙ୍କୁ ବହିଷ୍କାର ନକଲା ଯାଏଁ ବିରୋଧ ଜାରି ରହିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଚେତାବନୀ ଦେଇଛନ୍ତି ।
ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ବେଳେବେଳେ ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲି ସିଧାସଳଖ ଆକ୍ରମଣ କରନ୍ତି । ପୁଣି କେତେବେଳେ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଉତ୍ତର ନଦେଇ ପାଲଟା ପ୍ରଶ୍ନ ପଚାରି ପ୍ରସଙ୍ଗରୁ ଏଡାଇ ଯିବାକୁ ଚାହାନ୍ତି ।
ଗୃହରେ ବିରୋଧୀ, ବାହାରେ ଶାସକ କଲେ ପ୍ରତିବାଦ । ବିଜେପି ଦେଖାଇଲା କଳାଗାମୁଛା । ବାଚସ୍ପତିଙ୍କୁ ଟାର୍ଗେଟ୍ କଲା ବିଜେପି ।
ଲୋକସେବା ଭବନକୁ କାହିଁକି ସାମ୍ବାଦିକଙ୍କୁ ମନା ? ଯୋଦ୍ଧା ଘୋଷଣା କଲେ କିନ୍ତୁ ଯୁଦ୍ଧ ଭଳି ସ୍ପିଡ୍ରେ ନ୍ୟୁଜ ସଂଗ୍ରହ କରିବାକୁ ସୁଯୋଗ ଦେଉନାହାନ୍ତି ସରକାର । ଜାଣନ୍ତୁ କଣ ରହିଛି କାରଣ ?
ଚିଲିକାରେ ଏଥର ବିଜେଡି କର୍ମୀ କର୍ମୀ ଲଢେଇ । ଆଗରେ ରହିବେ ନେତା । ଯିଏ ଜିତିବ ସିଏ ଆଗକୁ ବଢିବ । ଆଉ ଯିଏ...
ଶୀତ ଦିନିଆ ପରିବେଶ ଥଣ୍ଡା, ହେଲେ ପଲିଟିକାଲ୍ ମାହୋଲ୍ ଗରମ । ତାତିବ ବିଧାନସଭାର ଶୀତ ଅଧିବେଶନ । ଯାହାର ଝଲକ୍ ଦେଖିବାକୁ ମିଳିଛି ଅଧିବେଶନ ପୂର୍ବର ସର୍ବଦଳୀୟ ବୈଠକରେ ।
ବିରୋଧୀଙ୍କ ପାଖରେ ପୁଳାଏ ପ୍ରସଙ୍ଗ । ଏଥର ଉଠିବ ପଡ଼ିବ ବିଧାନସଭା । ଏଥର ପ୍ରଶ୍ନକାଳରେ ହୋହାଲ୍ଲା କରିବେ ନାହିଁ ବିଧାୟକ ।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ଏହି ୧୫ ଜଣିଆ କୋର୍ ଟିମ ଗଠନ କରିଛି ।
ପ୍ରଥମ ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟର ରହିବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି ।
ପୂର୍ବରୁ ସମ୍ପାଦକୀୟ ଲେଖି ସରକାର ଓ ଦଳକୁ ଘାଇଲା କରିଥିବା ସୌମ୍ୟ ଏବେ ଦଳ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ପଚାରିବାରୁ ପାଲଟା କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି ସୌମ୍ୟ ।
ପରୀ ଠାରୁ ମମିତା ଯାଏଁ ସବୁ ଘଟଣାରେ ରାଜ୍ୟ ସରକାର ନିରବ ବୋଲି ସୁରେଶ ଅଭିଯୋଗ କରିଛନ୍ତି । ତା’ସହ ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ ମଧ୍ୟ ସଂସଦରେ ଉଠାଇବ ଦଳ ।
ବଲାଙ୍ଗୀର ଜିଲ୍ଲାର ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ ।
ଆଜିର ଘଟଣା ବିରୋଧ ନୁହେଁ ବରଂ ଅଭିମାନ ଓ ଅଳି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । ସେ ଭୁବନେଶ୍ୱରର ସାଂସଦ, ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ କିଛି କାରଣ ପାଇଁ ଅଭିମାନ ରହିଛି ।
ଗ୍ରୀଲ ବାଡ଼େଇ ଶହ ଶହ ସଂଖ୍ୟାରେ ଶାସକ ଦଳର କର୍ମୀ ସାଂସଦ ଥିବା ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ଥାଇ ବି ନଥିଲା ଭଳି । ରଣକ୍ଷେତ୍ର ପାଲଟିଯାଇଥିଳା ଆଚାର୍ଯ୍ୟ ବିହାର ଅଞ୍ଚଳ ।
"ମୁଁ ସୁରକ୍ଷିତ ନୁହେଁ, ମତେ ସୁରକ୍ଷା ଦରକାର" ଏମିତି କହିଲେ ଅପରାଜିତା। ଏହାସହ ଅଭିଯୋଗ କଲେ ଥରେ ମୋ ଅଫିସ ସିଲ୍ କରିଥିଲେ ଏବେ ନିଜ ଦଳର କର୍ମୀମାନଙ୍କୁ ପଠାଇ ଆକ୍ରମଣ କଲେ ।
କେତେବେଳେ ବିଜେପି-ବିଜଡିକୁ ତ କେତେବେଳେ କଂଗ୍ରେସ ବିଜେପିକୁ, ପୁଣି କେତେବେଳେ କଂଗ୍ରେସ ବିଜେଡିକୁ ଅଣ୍ଡା ମାଡ଼ କରୁଛି । ତେବେ ଏହାରି ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସଂପଦ, ଶକ୍ତି, ବିଦ୍ୟାଳୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରହିଛନ୍ତି ।
ରାଜ୍ୟରେ ବଢୁଛି କି ଆକ୍ରମଣାତ୍ମକ ରାଜନୀତି ? ପଂଚାୟତ ଭୋଟ୍ ପୂର୍ବରୁ ଆଗ୍ରେସିଭ୍ ମୁଡରେ ବିରୋଧୀ। ମମିତା-ଚାଷୀ-ବେକାରୀ ପ୍ରସଙ୍ଗରେ ତୀବ୍ର ହେବ ଆନ୍ଦୋଳନ ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଘମାସାନ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ, ବଢୁଥିବା ଦୁର୍ନୀତି ଭଳି ଘଟଣାକୁ ନେଇ ସରକାର ବ୍ୟାକ୍ଫୁଟ୍ରେ ଥିବା ବେଳେ ବିଜେଡିକୁ କାଠଗଡ଼ାକୁ ଟାଣିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି ।
କହିଥାନ୍ତି ଦେବତୁଲ୍ୟ, କହିଦେଲି ଠାକୁର ! ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିବାଦକୁ ଆସିବା ପରେ ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ ।