• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଦ୍ମପୁରରେ ବିପୁଳ ବିଜୟ ପରେ ପୂରା ଜୋସରେ ବିଜେଡି । ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ ହଜାରରୁ ଅଧିକ ଭୋଟରେ ବିଜେପିକୁ ମାତ୍ ଦେବା ପରେ ବଢିଛି ଦଳର ଆତ୍ମବିଶ୍ୱାସ । ତେବେ ଶାସକ ଦଳର ଏହି ବିପୁଳ ବିଜୟ ରାଜ୍ୟ ରାଜନୀତିକୁ କେତେ ପ୍ରଭାବିତ କରିବ, ତାକୁ ନେଇ ବି ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ଧାମନଗରରେ ପରାଜୟ ପରେ ବ୍ୟାକ୍ ଫୁଟରେ ଥିଲା ବିଜେଡି । ମାତ୍ର ପଦ୍ଣପୁର ବିଜୟ ଦଳକୁ ଦେଇଛି ବୁଷ୍ଟର ଡୋଜ୍ । ତେଣୁ ଏହି ଫଳାଫଳ ୨୪ ପାଇଁ ବାଟ କଢେଇ ନେବ କି, ତାକୁ ନେଇ ଆରମ୍ଭ ହୋଇଛି ବିତର୍କ ।

ତେବେ ୨୪ ନିର୍ବାଚନ ଅପେକ୍ଷା ବିଜେଡି ଦଳ ଉପରେ ଏହାର ଅଧିକ ପ୍ରଭାବ ରହିବ ବୋଲି କୁହାଯାଉଛି । ସରକାର ବିରୋଧୀ ହାଓ୍ୱା ଓ ଦଳରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବାରେ ଏହା କିଛିଟା ସହାୟକ ହୋଇପାରେ । ତେଣେ ପଦ୍ମପୁରରେ ନବୀନ ନିଜେ ମଇଦାନକୁ ଓହ୍ଲାଇବା ପରେ ଭୋଟର ଦଳ ମୁହାଁ ହୋଇଥିବା କୁହାଯାଉଛି । ତେଣୁ ଆଗାମୀ ଦିନରେ ଏଭଳି ସଫଳତା ପାଇବାକୁ ହେଲେ ନବୀନଙ୍କୁ ପ୍ରତ୍ୟେକ୍ଷ ଭାବେ ପ୍ରଚାରକୁ ଓହ୍ଲାଇବାକୁ ପଡିବ । 

ମାତ୍ର ସବୁ ନିର୍ବାନମଣ୍ଡଳୀ ଯାଇ ସଭା କରିବା ନବୀନଙ୍କ ପକ୍ଷେ କେତେଦୂର ସମ୍ଭବ ହେବ ତାକୁ ନେଇ ବି ଉଠିଛି ପ୍ରଶ୍ନ । ଅନ୍ୟପକ୍ଷରେ କଂଗ୍ରେସ ଭୋଟ ବ୍ୟାଙ୍କ ଭାଙ୍ଗୁଥିବାରୁ ଆଗକୁ ବିଜେଡି-ବିଜେପି ଭିତରେ ହିଁ ମୁଖ୍ୟତଃ ଲଢେଇ ହେବ । ତେବେ ଆଗାମୀ ଦିନ ରାଜନୀତିରେ ପଦ୍ମପୁର ଉପନିର୍ବାଚନର କୌଣସି ପ୍ରଭାବ ରହିବ ନାହିଁ ବୋଲି କଂଗ୍ରେସ ଓ ବିଜେପି କହିଥିବା ବେଳେ ବିଜେଡି ଓଲଟା ମତ ଦେଇଛି ।

ପଦ୍ମପୁର ଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ମହିଳା କାର୍ଡ ଖେଳିବା ସହ ମହିଳାଙ୍କୁ ଅସମ୍ମାନ କଲେ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମାନେ ପଦ୍ଣପୁରବାସୀଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଓଡିଶାର ମଙ୍ଗଳ ପାଇଁ କେନ୍ଦ୍ର ଓ ରାଜ୍ୟ ମିଶି କାମ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି । ତେବେ କେନ୍ଦ୍ର-ରାଜ୍ୟ ଏକାଠି ହେବା ନେଇ ନବୀନଙ୍କ ଆହ୍ୱାନର ସ୍ପଷ୍ଟ ଜବାବ ମିଳିନଥିଲେ ବି ବାକି ଅଭିଯୋଗର ଜବାବ ରଖିଛି ।

ଧାମନଗର ହେଉ କି ପଦ୍ଣପୁର ସବୁଠି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସିଧା ନବୀନଙ୍କୁ ଟାର୍ଗେଟ କରିଥିଲେ । ଆଉ ପଦ୍ଣପୁରର ଜିତିବା ପରେ ପ୍ରତି ଆକ୍ରମଣ କରିଛନ୍ତି ନବୀନ । ତେବେ ଆଗାମୀ ଦିନରେ ବିଜେଡି-ବିଜେପି ସଂପର୍କ କେଉଁ ମୋଡ ନେଉଛି ଓ ୨୪ ନିର୍ବାଚନରେ ରାଜନୈତିକ ସମୀକରଣ କଣ ରହୁଛି ଏବେ ତା ଉପରେ ନଜର ।