• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦ୍ମପୁରରେ ଗୁଣ୍ଡାରାଜ କରୁଛି କିଏ ? ପଦ୍ମପୁର ରାଜନୀତିରେ ଯୋଡି ହେଲା ନୂଆ ଥିଓରି । ମୂଳ ପ୍ରସଙ୍ଗକୁ ଛାଡି ଗୁଣ୍ଡାଗର୍ଦ୍ଦିର ଅଭିଯୋଗ ଆଣି ମୁହାଁମୁହିଁ ଦୁଇ ଦଳ ବିଜେପି ବନାମ ବିଜେଡି । ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ । ବିଜେଡିର ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି । ଯାହା ପଛରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ର ଅନେକ କର୍ମୀଙ୍କ ଉପରକୁ ଆକ୍ରମଣ ସହ ସେମାନଙ୍କ ଘର ଭାଙ୍ଗି ଦିଆଯାଇଛି । ଏହା ସହ ପଦ୍ମପୁରରେ ଆତଙ୍କ ଖେଳାଇ ଶାସକ ଦଳ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଆଉ ପୋଲିସ ସେହି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ବିଜେପି । ଏନେଇ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ବିଜେଡି ଏହାକୁ ଖଣ୍ଡନ କରିଛି ।

ଅଧିକ ପଢ଼ନ୍ତୁ: ପଦ୍ମପୁର ଭୋଟ୍ ପୂର୍ବରୁ ଚାଷୀଙ୍କୁ ବଶ କରିବାକୁ ଶାସକ ଦଳର ଚାଲ୍‌

ଅନ୍ୟ ପଟେ ବିଜେପି ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ । ଏକ ସାଧାରଣ ସଭାରେ ବିଜେପିର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ସୁଶାନ୍ତ । ଫେସବୁକରେ ଜୟ ନାରାୟଣଙ୍କ ସମର୍ଥକ ତାଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଖଣ୍ଡନ କରି ଓଲଟା ସୁଶାନ୍ତ ସିଂ ଅପରାଧିକ ମାମଲାରେ ସଂପୃକ୍ତି ଥିବା କହିଛନ୍ତି ଜୟ ନାରାୟଣ ।

ବରଗଡ଼ ରାଜନୀତିରେ ହିଂସା ନୂଆ ନୁହେଁ । ୨୦୧୮ ବିଜେପୁର ଉନିର୍ବାଚନ ପୂର୍ବରୁ ସୁଶାନ୍ତ ସିଂଙ୍କ ଭାଇ ଏବଂ ଅନ୍ୟ ୪ ଜଣଙ୍କ ଉପରକୁ ହୋଇଥିଲା ଗୁଳିମାଡ଼ । ଏବେ ଦେଖିବାର କଥା ପଦ୍ମପୁର ଉପନିର୍ବାଚନରେ ଏ ଗୁଣ୍ଡାଗର୍ଦ୍ଦି ଥିଓରୀ କେଉଁ ପ୍ରଭାବ ପକାଉଛି ।