• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦ୍ମପୁରରେ ନବୀନଙ୍କ ମାରାଥନ୍ ପ୍ରଚାର । ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ନବୀନଙ୍କ ନିର୍ବାଚନୀ ସଭା । ନିକଟ ଅତୀତରେ ହୋଇଥିବା ଏକାଧିକ ବାଏ ଲେକସନ୍‌ରେ ନବୀନ ପ୍ରଚାର କରିନଥିଲେ । ତେବେ ପ୍ରାୟ ୩ ବର୍ଷ ପରେ ମଇଦାନକୁ ଓହ୍ଲାଇଥିବା ବେଳେ ପଦ୍ମପୁରରେ ଜୋରଦାର ଢଙ୍ଗରେ ପ୍ରଚାର କରିଛନ୍ତି ।

ଆଜି ପଦ୍ମପୁରର ବିଭିନ୍ନ ସ୍ଥାନରେ ଦଳ ପୁରା ଶକ୍ତି ପ୍ରଦର୍ଶନ କରିଛି । ଝାରବନ୍ଧ ସଭାରେ ଉପସ୍ଥିତ ରହି ନବୀନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ତେବେ ମଞ୍ଚରେ ତାଙ୍କ ଭିଡିଓ ବାର୍ତ୍ତା ପରିବେଶଣ ହୋଇଥିଲା । ଯେଉଁଥିରେ ସେ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ । କେନ୍ଦୁପତ୍ରରେ ୧୮ ପ୍ରତିଶତ ଜିଏସ୍‌ଟି, ଫସଲ ବୀମା ଯୋଜନା, ଏମ୍ଏସ୍‌ପି, ଧାନକିଣା, ସାର ଯୋଗାଣ, ଓ ଚାଷୀ ଋଣ କ୍ଷେତ୍ରରେ କେନ୍ଦ୍ର ଅବହେଳା କରୁଥିବା ନବୀନ ଅଭିଯୋଗ କରିଛନ୍ତି ।

ଆବାସ ଯୋଜନାରେ ରାଜ୍ୟକୁ ଘର ନ ମିଳିବା ନେଇ ନବୀନ, ବିଜେପି ନେତାଙ୍କ ଉପରେ ବର୍ଷିଥିଲେ । ଅନ୍ୟପକ୍ଷରେ ପଦ୍ମପୁର ଦେଇ ଯିବାକୁ ଥିବା ପ୍ରସ୍ତାବିତ ବରଗଡ଼-ନୂଆପଡା ରେଳ ପ୍ରକଳ୍ପକୁ ନେଇ ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ । କେବେ ସର୍ଭେ ହୋଇଥିଲା, କେଉଁ ଗାଁ ଦେଇ ରେଳ ଲାଇନ୍ ଯିବ ଓ ଡିପିଆର୍ ପ୍ରସ୍ତୁତ ହୋଇଛି କି ବୋଲି ସେ ପ୍ରଶ୍ନ କରିଥିଲେ । ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ବିରୁଦ୍ଧରେ ସୋସିଆଲ ମିଡିଆ କ୍ୟାମ୍ପେନକୁ ନବୀନ ନିନ୍ଦା କରିଛନ୍ତି । ପଦ୍ମପୁରକୁ ୨୦୨୩ ସୁଦ୍ଧା ଜିଲ୍ଲା କରାଯିବା ସହ ପ୍ରତି ପଞ୍ଚାୟତକୁ କୋଟିଏ ଲେଖାଏଁ ଟଙ୍କା ଦିଆଯିବ ବୋଲି ନବୀନ କହିଛନ୍ତି ।

ଏପଟେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନବୀନଙ୍କ ଅଭିଯୋଗର ଗୋଟି ଗୋଟି କରି ଜବାବ ଦେଇଛି । କଂଗ୍ରେସ ମଧ୍ୟ ନିର୍ବାଚନୀ ସଭାରେ ନବୀନ ଦେଇଥିବା ପ୍ରତିଶ୍ରୁତିକୁ ସମାଲୋଚନା କରିଛି । ଆସନ୍ତାକାଲି ସରୁଛି ପଦ୍ମପୁର ଉପନିର୍ବାଚନ ପ୍ରଚାର । ୫ ତାରିଖେରେ ଭୋଟ ଓ ୮ରେ ହେବ ଗଣିତ ।