Advertisment

‘୨୫ ବର୍ଷ ହେଲା ଓଡ଼ିଶା ଚାଷୀ ହତାଶ, ନକଲି ମଞ୍ଜି ଦେଉଛନ୍ତି ରାଜ୍ୟ ସରକାର’

ଗତ ୨୫ ବର୍ଷ ହେଲା ଓଡ଼ିଶାର ଚାଷୀ ହତାଶ ହୋଇ ରହିଛନ୍ତି। ରାଜ୍ୟରେ ଜଳସେଚିତ ଜମି କମ୍। ସରକାର ଯେଉଁ ମଞ୍ଜି ଦେଉଛନ୍ତି, ତାହା ମଧ୍ୟ ନକଲି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pratap Sarangi

BJP MP Pratap Sarangi Targets Odisha Govt

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଚାଲିଥିବା ବିଜେପି ର ସତ୍ୟାଗ୍ରହ ଅଷ୍ଟମ ଦିନରେ ପହଞ୍ଚିଛି। ଆଜି ଏହି ସତ୍ୟାଗ୍ରହରେ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ ଅଭିଯୋଗ କରିଛନ୍ତି, ଓଡ଼ିଶା ର ଚାଷୀ ଆତ୍ମହତ୍ୟା କରୁଛନ୍ତି। ଚାଷୀ ଚାଷ କରୁଛି ସିନା, ହେଲେ ନିଜେ ଅନାହାରରେ ରହୁଛି। ହେଲେ ଏହି ଆତ୍ମହତ୍ୟାକୁ ସରକାର ପ୍ରେମଜ ନିତ ଆତ୍ମହତ୍ୟା ବୋଲି ଦର୍ଶାଉଛନ୍ତି ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

Advertisment

ପ୍ରତାପ ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ, ଗତ ୨୫ ବର୍ଷ ହେଲା ଓଡ଼ିଶାର ଚାଷୀ ହତାଶ ହୋଇ ରହିଛନ୍ତି। ରାଜ୍ୟରେ ଜଳସେଚିତ ଜମି କମ୍। ସରକାର ଯେଉଁ ମଞ୍ଜି ଦେଉଛନ୍ତି, ତାହା ମଧ୍ୟ ନକଲି। କେନ୍ଦ୍ର ସରକାର ସାର ଯୋଗାଇଲେ, ଓଡ଼ିଶା ସରକାର ତାକୁ ଅଧିକ ଦାମ୍‌ରେ ବିକ୍ରି କରୁଛନ୍ତି। ଏଠିକାର ସ୍ଥିତି ଏମିତି ଯେ, ଦଲାଲ୍‌ ମାଲେମାଲ୍, ଚାଷୀ ବେହାଲ୍‌।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚାଷୀଙ୍କ ତାଲିକା ଦେଇନଥିବା ପ୍ରତାପ ଷଡ଼ଙ୍ଗୀ ସଙ୍ଗୀନ ଅଭିଯୋଗ କରିଛନ୍ତି।  ଏଠାରେ ବଡ଼ ଜାଲିଆତି ଶାସନ ଚାଲିଥିବା ନେଇ ସେ କଡ଼ା ସମାଲୋଚନା କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।  

Advertisment
Pratap Sarangi Odisha Politics
Advertisment
Advertisment