Advertisment

ପଦ୍ମପୁର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର, ବର୍ଷାଙ୍କୁ ସତ୍ୟବାଦୀର ବୋହୂ କହି ମାରିଲେ ତେରଛା ବାଣ

ପଦ୍ମପୁର ଜିଲ୍ଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Aparajita Sarangi

ପଦ୍ମପୁରରେ ପଦ୍ମ ଫୁଟାଇ ଉପ ନିର୍ବାଚନ ଜିତିବାକୁ ବିଜେପି ର ଜୋରଦାର କସରତ । ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମୈଦାନ୍‌ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭେଉଁରିଆ, ପୁରେଣା, ଲୁହାରପାଲି, ବାରିକେଳ ପଦ୍ମପୁର ବ୍ଲକର ଚାରି ଚାରିିଟି ସ୍ଥାନରେ ମାରଥନ ପ୍ରଚାର ଆଉ ସବୁଠି ନିଶାନାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର । ଆଉ ତା ସାଙ୍ଗକୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।

Advertisment

ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ନେଇ ରାଜ୍ୟ ସରକାରଙ୍କ ଉପରେ ଜୋର୍ଦାର ହମ୍‌ଲା କରିଛନ୍ତି ଅପରାଜିତା । ସେ କହିଛନ୍ତି, ‘ମୁଁ ଜିଲ୍ଲାପାଳ ଥିଲା ବେଳେ ପଦ୍ମପୁରକୁ ଜିଲ୍ଲା ଦାବି ଯଥାର୍ଥ ଥିବା ଅନୁଭବ କରିଥିଲି ।୨୨ ବର୍ଷ ବିତିଗଲାଣି, ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କଲେ ନାହିଁ ।ନିକଟରେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁସ୍ୱତନ୍ତ୍ର ଜିଲ୍ଲା କରାଯିବ ବୋଲି କହିଥିଲେ । ହେଲେ ଗତକାଲି ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ଏନେଇ ବର୍ତ୍ତମାନ କିଛି ପ୍ରସ୍ତାବ ନଥିବା କହି ଏହାକୁ ସଫା ସଫା ମନା କରିଛନ୍ତି ।ଲୋକଙ୍କୁ ଆଉ କେତେଦିନ ଭୁତାଇବେ ବୋଲି ପ୍ରଶ୍ନ କରି ବର୍ଷକ ୩୬୫ ଦିନରୁ ମୁଖ୍ୟମନ୍ତ୍ରୀ ୧୪୭ ବିଧାନସଭା କ୍ଷେତ୍ର ବୁଲି ଲୋକଙ୍କ କଥା ବୁଝିବା କଥା କହି ଟାର୍ଗେଟ୍ କରିଛନ୍ତି ।ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର ଯିଏ ଆମ କଥା ବୁଝୁଥିବ ବୋଲି କହିଛନ୍ତି ଅପରାଜିତା ।

କେବଳ ସେତିକି ନୁହେଁ, ସାଂସଦ ଜୁଏଲ୍ ଓରାମ୍‌ଙ୍କ ପରେ ବର୍ଷାଙ୍କ ନାଁ ନ ନେଇ ତାଙ୍କୁ ତେରଛା ବାଣ ଛାଡ଼ିଛନ୍ତି । କହିଛନ୍ତି, ଝିଅଟେ ବାହା ହେଲା ପରେ ସେ ଶାଶୁଘରର ବୋହୂ । ଅନ୍ୟର ବୋହୂ ଶାଶୁଘର ପାଇଁ କହିବ ନା ବାପଘର ପାଇଁ କହିବ ?ଝିଅ ଶାଶୁଘରକୁ ଚାଲି ଯାଇଛି । ତେଣୁ ଆମକୁ ଏବେ ପୁଅକୁ ଜିତାଇବାର ଅଛି ବୋଲି କହି ପ୍ରଦୀପ ପୁରୋହିତଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ଅପରାଜିତା ।

Advertisment

ମୁଖ୍ୟମନ୍ତ୍ରୀ ଙ୍କୁ ଅପରାଜିତାଙ୍କ ସିଧା ନିଶାନା ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଉପରେ ତେରଛା ନିଶାନାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । କହିଛି, ମୁଖ୍ୟମନ୍ତ୍ରୀ କେବଳ କାମ କଥା କୁହନ୍ତି । ବର୍ଷା ସିଂ ବରିହାଙ୍କ ବାପଘର ଶାଶୁ ଘର କଥା ଉଠାଇବା ଭୋକ ବିକଳରେ ତାଟିଆ କାମୁଡିବା ସହ ସମାନ । ସେପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଆଜି ମାଣ୍ଡୋସିଲରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ନିର୍ବାଚନୀ ସଭା କରି ଭୋଟ୍ ମାଗିଛନ୍ତି ।

BJD BJP Congress Odisha Politics
Advertisment
Advertisment