/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690282651.jpg)
Banakalagi Niti
ଆସନ୍ତା ଗୁରୁବାର ଶ୍ରୀମନ୍ଦିରରେ କରାଯିବ ଶ୍ରୀଜୀଉଙ୍କ ବନକ ଲାଗି । ଏହି ସୂଚନା ଦେଇଛନ୍ତି ଠାକୁରଙ୍କ ଏହି ଗୁପ୍ତ ନୀତି ସଂପାଦନ କରୁଥିବା ଦତ୍ତ ମହାପାତ୍ର ସେବକ । ଦତ୍ତ ମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତଙ୍କ ସୂଚନା ଅନୁସାରେ- ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି । ତେଣୁ ଆଗାମୀ ଗୁରୁବାର ବନକଲାଗି ପାଇଁ ଆମେ ପ୍ରଶାସନକୁ ନିବେଦନ କରିଛୁ ।
ମନ୍ଦିରରେ ଭିଡ଼ ଥିଲେ ଏହି ନୀତି ଦିନକ ଆଗରୁ ଅର୍ଥାତ୍ ବୁଧବାର ବି କରାଯାଏ, ହେଲେ ଏବେ ସେଭଳି କିଛି ଭିଡ଼ନଥିବାରୁ ଗୁରୁବାର ବନକଲାଗି କରାଯିବ । ଯେହେତୁ ପ୍ରାକୃତିକ ରଙ୍ଗ ବୁଧବାର ପ୍ରସ୍ତୁତ କରିବା କଷ୍ଟକର ତେଣୁ ଆଗାମୀ ଗୁରୁବାର ପାଇଁ ବନକଲାଗି କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଦତ୍ତମହାପାତ୍ର ନିଯୋଗ ସଂପାଦକ ।
ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଗତ ନିଳାଦ୍ରୀ ବିଜେ ପରଠାରୁ ଆଉ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇନାହିଁ । ଭକ୍ତମାନେ ଠାକୁରଙ୍କ ମଳିନ ମୁଖକୁ ଦର୍ଶନ କରି ଫେରୁଛନ୍ତି ।....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)