• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଘୋଷଯାତ୍ରା ଶେଷ କରି ରତ୍ନବେଦୀରେ ଶ୍ରୀଜିଉ। ଏବେ ବଡ଼ ଦେଉଳର ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଆଜିଠୁ ସ୍ୱାଭାବିକ ଭାବେ ଶ୍ରୀମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଛି । ଆଜିଠୁ ପୁଣି ଭକ୍ତଙ୍କ ପାଇଁ ଉପଲବ୍ଧ ହେବ ନୀଳାଚଳ ଅବଢ଼ା । ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି।

ଗତକାଲି ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରିଥିଲେ ଚତୁର୍ଦ୍ଧାମୂରତି । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କୁ ପହଣ୍ଡିରେ ଶ୍ରୀମନ୍ଦିର ନିଆଯାଇଥିଲା । ପରେ ଭଉଣୀ ସୁଭଦ୍ରା ଏବଂ ପରେ ପରେ ମହାପ୍ରଭୁ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ହୋଇଥିଲା। ଶ୍ରୀଜୀଉଙ୍କ ନିଳାଦ୍ରୀବିଜେ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।

ନବଦିନାତ୍ମକ ଯାତ୍ରା ଶେଷ ପରେ ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି ଶ୍ରୀଜୀଉ । ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି ଶ୍ରୀଜିଉ । ମାନଭଞ୍ଜନ ପରେ ନୀଳକନ୍ଦରରେ ପ୍ରବେଶ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଲୀଳାପୁରୁଷ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ରଥଯାତ୍ରାର ଅଷ୍ଟମ ତଥା ଶେଷ ଚରଣ । ଗୁଣ୍ଡିଚା ମଣ୍ଡପରେ ଜନ୍ମବେଦୀ ମହୋତ୍ସବ ଲୀଳା ଭିଆଇ ବାହୁଡ଼ାଦଶମୀରେ ନୀଳାଦ୍ରିକୁ ଫେରିଛନ୍ତି ଶ୍ରୀମନ୍ଦିରର ଅଧିଷ୍ଠାତା ନୀଳାଦ୍ରିବିହାରୀ ନୀଳାଦ୍ରୀଶ ନୀଳଶୈଳଶିରୋମଣି ।