• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ପୁରୀବାସୀ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା  ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ତେବେ ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ସୂଚନା ମିଳିଛି ।

କୋଭିଡ ମହାମାରୀ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା । ଏବେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାରହିବ । ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ବେଳେ ପ୍ରବଳ ଭିଡ଼ ହେଉଥିବାରୁ ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି ଜୋର ଧରିଥିବା ବେଳେ ପ୍ରଶାସନ ଆଜିଠୁ ପଶ୍ଚିମ ଦ୍ୱାର ଖୋଲିଛି ।

ତେବେ ଶ୍ରୀମନ୍ଦିର ପ୍ରରିକ୍ରମା ପ୍ରକଳ୍ପ କାମ ଚାଲିଥିବା ଦର୍ଶାଇ ଅନ୍ୟ ଦୁଇ ଦ୍ୱାର ଖୋଲାଯାଇନାହିଁ । ପରେ ଏନେଇ ବିଚାର କରାଯିବ ବୋଲି କୁହାଯାଇଛି । ଗତକାଲି ଚାରିଦ୍ୱାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଟ୍ୱିଟ୍‌ କରିଥିଲେ । ସିଂହଦ୍ୱାରକୁ ବାଦ ଦେଲେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କାମରେ ଆଉ ଏକ ଦ୍ୱାର ଖୋଲିବାକୁ ସେ କହିଥିଲେ ।