୨୯ ତାରିଖରେ ଅଫିସିଆଲ ବିଜନେସ ଓ ୩୦ ତାରିଖରେ ୨୦୨୨-୨୩ର ବଜେଟ ଉପସ୍ଥାପନ ହେବ।
ଧର୍ମେନ୍ଦ୍ରଙ୍କ କୋର୍ଟରୁ ପ୍ରଣବଙ୍କୁ କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ ରାଜ୍ୟର ଆଇନ୍ଶୃଙ୍ଖଳାକୁ ନେଇ ପ୍ରଣବଙ୍କୁ କାଉଣ୍ଟର କରିଥିବା ବେଳେ ଧର୍ମେନ୍ଦ୍ରଙ୍କ ପାଇଁ ଡିଫେଣ୍ଡ କରିଛନ୍ତି ।
ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୟାପଲ୍ଲୀ ୱାର୍ଡ ନଂ ୩୯ ଅନ୍ତର୍ଗତ ଏକ ବୁଥ୍ରେ ମତଦାନ କରିଛନ୍ତି । ସେ ସାଧାରଣ ଜନତାଙ୍କ ମଧ୍ୟରେ ଛିଡା ରହି ମତଦାନ କରିଥିବାର ଦେଖିବାକୁ ମିଳିଛି ।
ଟଙ୍କା ନିଅ, ଭୋଟ୍ ଦିଅ। ନ ହେଲେ ମାଡ଼ ଖାଅ। ପୌର ନିର୍ବାଚନ ପୂର୍ବରୁ କେନ୍ଦୁଝରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଛି।
ବାଣପୁର ବ୍ଲକ ଅଫିସ ସାମ୍ନାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଥିଲେ ବିଧାୟକ ।
ବିଜେଡିର ଚିନ୍ତା ବଢାଉଛନ୍ତି ରିବେଲ୍ କ୍ୟାଣ୍ଡିଡେଟ୍ । ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ସିଧାସଳଖ ଚାଲେଞ୍ଜ ଦେଉଛନ୍ତି ।
ବିଜେଡି ନେତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ଭୋଟ୍ ଦେଲେ ନାହିଁ ବୋଲି ଅପହରଣ କଲେ ଆଉ ମାଡ଼ ମାରିଲେ। ନିର୍ବାଚନ ସମୟରେ କାହିଁକି ତାଙ୍କ ପାର୍ଟିକୁ ଭୋଟ୍ ନଦେଇ ଅନ୍ୟ ପାର୍ଟି ସପକ୍ଷରେ ମତଦାନ କରିଥିବା ଅଭିଯୋଗ ଆଣି ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ।
ବିଜେଡି ନେତା ଶାନ୍ତନୁ କୁମାର ଥାଟୀ ଏବଂ ତାଙ୍କର କିଛି ସମର୍ଥକ କଣ୍ଟାମାଳ ବ୍ଲକର ସହାୟକ ଯନ୍ତ୍ରୀ ସ୍ମୁତି ରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଏକ ଭୁଜାଲିରେ ଆକ୍ରମଣ କରିଥିଲେ ବିଜେଡି ନେତା ଓ ତାଙ୍କର ସମର୍ଥକ।
ପୌର ନିର୍ବାଚନ ପ୍ରଚାରରେ କଂପୁଛି ସହରର ଗଳିକନ୍ଦି । ନେତା ଓ ସମର୍ଥକଙ୍କୁ ଧରି ଭୋଟରକୁ ମନାଇବାକୁ ମଇଦାନରେ ପ୍ରାର୍ଥୀ । ପଞ୍ଚାୟତ ପରେ କଣ ହେବ ପୌର ନିର୍ବାଚନ ଫଳାଫଳ ।
୨୪ ତାରିଖରେ ପଡିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ୬ ଦିନ । ତେଣୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ସବୁ ଦଳ । ତେବେ ପଞ୍ଚାୟତ ନିର୍ବାଚନ ପରେ କଣ ହେବ ପୌର ନିର୍ବାଚନର ଫଳାଫଳ ?
୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି ।
ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ବୋଲି କହି, ଏତେ ବଡ଼ କାଣ୍ଡ ଭିଆଇଥିବା ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଦଳ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ଏଭଳି କାଣ୍ଡକୁ ସମ୍ବିତ ତୀବ୍ର ନିନ୍ଦା କରିଛନ୍ତି ।
ସାରା ଓଡ଼ିଶାର ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବିଜେଡିର ବାଜିମାତ୍
ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି।
ନିର୍ବାଚନରେ ପରାଜୟ ନେଇ ସିପିଆଇ ନେତା ନାରୟଣ ରେଡ୍ଡୀ କହିଛନ୍ତି, ‘ବିଜେଡି ୭୦୦ରୁ ଅଧିକ ସିଟ୍ ଅକ୍ତିଆର କରିଛି। ଏହା କିଭଳି ସମ୍ଭବ ହେଉଛି, ଏହା ଆମେ ସମସ୍ତେ ଜାଣୁ।’
ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ବିଜେଡି କରୁଛି ଘୋଡ଼ା ବେପାର। ଶାସକ ଦଳକୁ ଟାର୍ଗେଟ କରିବା ସହ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।
ଓଟିଭିରେ ପଞ୍ଚାୟତ ରାୟ ଡିବେଟ ଚାଲିଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।
ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ବିଜୟର ଏକ ପ୍ରକାର ସୁନାମି ଚାଲିଥିବା ଦେଖିବାକୁ ମିଳିଛି। ଗୋଟିଏପଟେ ବିରୋଧୀ ଦଳ ସଙ୍କୁଚିତ ହେଉଥିବା ବେଳେ ଅନ୍ୟପଟେ ଶାସକ ଦଳ ନିଜର ଗାଦି ମଜବୁତ୍ କରିବାରେ ଲାଗିଛି।
ଏଥର ପଞ୍ଚାୟତ ନିର୍ବାଚନର ଟ୍ରେଣ୍ଡ୍କୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ୍ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି।
୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବିଜେଡି ବାଜି ମାରିଥିଲା।
୨୦୨୨ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କାରଣ ଏବେ ଦଳରେ କୁହୁଳୁଛି ଗୋଷ୍ଠୀ କନ୍ଦଳ ନିଆଁ । କ୍ୟାନ୍ସର୍ ଭଳି ମାଡ଼ିଗଲାଣି ଦଳୀୟ କନ୍ଦଳ ରୋଗ । କେହି କାହାକୁ ଛାଡ଼ିବାକୁ ନାରାଜ ।
ବିଜେଡି ପ୍ରଚାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ବର୍ଷା ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି
ପ୍ରଚାର ବେଳେ ମୁହାଁମୁହିଁ ହେଲେ ବିଜେଡି-କଂଗ୍ରେସ କର୍ମୀ । ରଣକ୍ଷେତ୍ର ପାଲଟିଲା କୋରାପୁଟ ଡୁମ୍ବାଗୁଡା ସାପ୍ତାହିକ ହାଟ ।