Advertisment

ବିଜେଡିକୁ କ’ଣ ସବୁ ମାଫ୍‌ ? ସେଲିବ୍ରେସନ୍‌ ବେଳେ ଅଟକି ରହିଲା ଆମ୍ବୁଲାନ୍ସ, ଚୁପ୍‌ ରହିଲା ପୋଲିସ୍ !!

ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଂଟ୍‌ ଆୱାର୍ଡ ପରେ ଭୁବନେଶ୍ୱର ଫେରିଲେ ନବୀନ। ବାସ୍‌...ରାଜଧାନୀର ରାଜରାସ୍ତା ଏମିତି ଜାମ୍‌ ହେଲା ଯେ ଟ୍ରାଫିକ୍‌ ଅବସ୍ଥା ପୂରା ବେହାଲ ହୋଇଗଲା। ଛକ ଛକରେ ଫସିରହିଲା ଆମ୍ବୁଲାନ୍ସ। ସାଇରନ୍‌ ମାରୁଥିଲେ ବି ଯିବାକୁ ନଥିଲା ରାସ୍ତା। ଏତେ ଲୋକ ଆସିବା ନେଇ ସୂଚନା ଥିବା ପରେ ବି କାହିଁକି ଆମ୍ବୁଲାନ୍ସ ପାଇଁ କରାଯାଇନଥିଲା ଗ୍ରୀନ କରିଡର? ରୋଗୀଙ୍କ ଜୀବନ ସହ ଖେଳିବାକୁ ୟାଙ୍କୁ ଅନୁମତି ଦେଲା କିଏ?

author-image
Manoranjan Behera
ଅଦ୍ୟତନ ହୋଇଛି
Serious Traffic Jam

Serious Traffic Jam

ବିଜେଡି ସେଲିବ୍ରେସନ ପାଇଁ ଟ୍ରାଫିକ୍‌ ଜାମ୍‌ । ରାସ୍ତାରେ ଅଟକି ରହିଲା ୧୦ ରୁ ଅଧିକ ଆମ୍ବୁଲାନ୍ସ । ଜୀବନ ସହ ସଂଘର୍ଷ କରୁଥିଲେ ରୋଗୀ । ସାଇରନ ବାଜୁଥିଲା କିନ୍ତୁ ଆମ୍ବୁଲାନ୍ସ ଗଡୁନଥିଲା । ରୋଗୀଙ୍କ ଜୀବନ ସହ ଖେଳିବାକୁ ବିଜେଡି କର୍ମୀଙ୍କୁ ଅନୁମତି ଦେଲା କିଏ? ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀ ଭୁବନେଶ୍ୱରରେ ।

Advertisment

ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପାଇ ଓଡ଼ିଶା ଫେରିବା ପରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ଆୱାର୍ଡ ନେଇ ଫେରିବା ପରେ ରାଜଧାନୀର ରାଜରାସ୍ତାରେ ଖଚାଖଚ ଟ୍ରାଫିକ୍‌ ଜାମ୍‌ । ଭିଡ଼ ଏତେ ଥିଲା ଯେ ଇଞ୍ଚେ ଘୁଂଚିବା ବି କଷ୍ଟକର ହୋଇପଡ଼ିଥିଲା । ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଛାଇ ଯାଇଥିଲା ନବୀନଙ୍କ ବଡ଼ବଡ଼ ହୋଡିଂ, ପ୍ରସ୍ତୁତ ହୋଇଥିଲା ମଂଚ । ଆଉ ଯୁଆଡେ ଦେଖିବେ କେବଳ ଲୋକାରଣ୍ୟ ଆଉ ଗାଡି ମଟରର କେଁ କାଁ ଶବ୍ଦ।

କୋଉ ରାସ୍ତାକୁ କେମିତି ଟ୍ରାଫିକ୍‌ କ୍ଲିଅର କରିବେ ସେନେଇ ପୋଲିସ ବାଲାଙ୍କ ଅକଲ ବି ଗୁଡୁମ । ୨୦୧୮ରେ ନବୀନ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଯେଉଁଭଳି ରାଲି କରାଯାଇଥିଲା, ଠିକ୍ ସେହି ଢାଞ୍ଚାରେ ଏଥର ବି ବଡ଼ ଆୟୋଜନ କରିଥିଲା ଦଳ । ଟ୍ୱିଟ କରି ଚୁପ୍‌ ବସିଗଲେ ଡିସିପି, ଜାଣିଥିଲେ ୫୦ ହଜାର ବିଜେଡି ସମର୍ଥକ ଆସିବେ । ହେଲେ ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ହେଲାନି କାହିଁକି?

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ କଥା ହେଲା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ନେତା ଏମିତି ରାସ୍ତା ଜାମ୍‌ କରିଦେଲେ ଯେ ରାଜଧାନୀରେ ସ୍ୱାସ୍ଥ୍ୟ ସେବା ବି ବାଧାପ୍ରାପ୍ତ ହେଲା । ଏମିତିକି ରାସ୍ତା ଉପରେ ଅଟକି ରହିଥିଲା ୧୦ ରୁ ଅଧିକ ଆମ୍ବୁଲାନ୍ସ । ସାଇରନ ମାରି ଆଗକୁ ବଢିବାକୁ ଉଦ୍ୟମ କରୁଥିଲେ ଡ୍ରାଇଭର, ହେଲେ ଆଗକୁ ବଢିବା ସମ୍ଭବ ବି ନଥିଲା । କାରଣ ଆଗରେ ଲାଇନ୍‌ରେ ଛିଡା ହୋଇଥିଲା ହଜାର ହଜାର ଗାଡି । ଆଉ ଜୀବନ ସହ ଲଢେଇ କରୁଥିଲେ ରୋଗୀ ।

ରାଜଧାନୀ ଏଜି ଛକର ସ୍ଥିତି ଏମିତି ହୋଇଥିଲା ଯେ, କେବଳ ସାଇରନ ମାରି ମାରି ରାସ୍ତାରେ ଅଟକିଥିଲା ଆମ୍ବୁଲାନ୍ସ । ରାସ୍ତା ଜାମ୍‌ ପାଇଁ କ୍ୟାପିଟାଲ ହସ୍ପିଟାଲ ଛକରେ ସାଇରନ ମାରି ମାରି ଥକି ପଡ଼ିଥିଲା ଆମ୍ବୁଲାନ୍ସ । ହେଲେ ଆଗକୁ ପାଦେ ଗଡ଼ି ପାରୁନଥିଲା । ସେପଟେ ବାରମ୍ବାର ଫୋନ୍‌ ବାଜୁଛି, ରୋଗୀ ଭଲ ନାହିଁ ଜଲଦି ପହଞ୍ଚ ବୋଲି ରୋଗୀଙ୍କ ସମ୍ପର୍କୀୟ ଅପେକ୍ଷା କରି ରହିଥିଲେ ।

ରୋଗୀ ସେବା ଯେମିତି ବ୍ୟାହତ ନହେବ ସେନେଇ ବାରମ୍ବାର କହିଆସିଛନ୍ତି ମୁଖ୍ୟମନ୍ତ୍ରୀ । ଏମିତିକି ଭିଭିଆଇପି ଗସ୍ତ ସମୟରେ ବି ଆମ୍ବୁଲାନ୍ସ କୌଣସି ପରିସ୍ଥିତିରେ ନଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏମିତିକି ଖୋଦ୍‌ ନବୀନ ବି ପୂର୍ବରୁ ଅନେକ ଥର ଆମ୍ବୁଲାନ୍ସ ପାଇଁ ନିଜ କାରକେଡ୍‌ ଅଟକାଇଥିବା ଦେଖାଯାଇଛି । ହେଲେ ଗତକାଲି ସବୁ ନିୟମକୁ ଯେମିତି ଜଳାଜଂଳୀ ଦେଇଥିଲେ ନବୀନ।

ଏଠାରେ ପ୍ରଶ୍ନ ଉଠୁଛି ଦଳୀୟ ପାୱାର ସୋ’ ପାଇଁ ସାଧାରଣ ଜନତା ହନ୍ତସନ୍ତ ହେବେ କାହିଁକି, ଆମ୍ବୁଲାନ୍ସ ଅଟକିବ କାହିଁକି? ଟ୍ରାଫିକ ପୋଲିସ କରୁଥିଲା କଣ? ଯଦି ଗତକାଲି କୌଣସି ରୋଗୀଙ୍କର କିଛି ଅସୁବିଧା ହୋଇଥାଆନ୍ତା ତେବେ ସେଥି ପାଇଁ ଦାୟୀ କିଏ ହୋଇଥାନ୍ତା ? 

Special Story Serious Traffic Jam BJD CM Naveen Patnaik
Advertisment
Advertisment