ବଲାଙ୍ଗିର ବିଧାୟକ କହିଛନ୍ତି, ନିରଂଜନ ଲଢୁନଥିଲେ, ନାଟକ କରୁଥିଲେ । ତେବେ ଏନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନି ।
ୟୁଏଇ ଓଡ଼ିଆ ସମାଜ ତରଫରୁ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ହେଲେ ଏନେଇ ତାରିଖ ଚୂଡାନ୍ତ ହୋଇନଥିବା ବେଳେ ଏଇ ମାସରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ ।
ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ । ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ
ନୂଆ ମନ୍ତ୍ରୀ, ନୂଆ ଚ୍ୟାଲେଞ୍ଜ୍। ରବିବାର ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ଥିବାରୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗରେ ପାରଦର୍ଶିତା ଆଣିବେ ତା’ ଉପରେ ରହିବ ଫୋକସ୍।
ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଦେଶ ଗସ୍ତ । ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା କହୁଛି, ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ଦୁବାଇ ଯିବେ ଏବଂ ଏହିଦିନ ଇପିକଲ୍, ଫିକି ଓ ଦୁବାଇ ସ୍ଥିତ ଇଣ୍ଡିଆନ୍ କନ୍ସୋଲେଟ୍ ପକ୍ଷରୁ ସେଠାରେ ଆୟୋଜିତ ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗ ଦେବେ ।
ମନ୍ତ୍ରୀମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ । ଦିନ ୧୦ଟା ବେଳେ ନବୀନ ନିବାସରେ ପହଞ୍ଚିଥିଲେ ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ଜଣେ ପରେ ଜଣେ ନେତା ।
ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନ୍ଭେଷ୍ଟମେଣ୍ଟ ହବ୍ ହୋଇଥିବାରୁ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ।
୧୦ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ନବୀନ । ୨୦୨୪ ନିର୍ବାଚନକୁ ଆଖିରେ ରଖି ସଂଗଠନ ମଜବୁତ୍ ପାଇଁ ପରାମର୍ଶ ।
ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପୂର୍ବ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୨୧ ଥିଲା ବେଳେ ଏହା ସର୍ବୋଚ୍ଚସୀମା ୨୨କୁ ସଂପ୍ରସାରିତ ହୋଇଛି ।
ଅତନୁ ସବ୍ୟସାଚୀ ନାୟକ ହୋଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ମନ୍ତ୍ରୀ । ପ୍ରଦୀପ ଅମାତଙ୍କୁ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ଓ ପରିବେଶ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିଛି ।
ପାଓ୍ୱାର କରିଡରରେ ଏବେ ଜୋରଦାର ଚର୍ଚ୍ଚା ଏହି ୩ ଜଣଙ୍କ ବ୍ୟତିତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ ଓ ପଦ୍ମନାଭ ବେହେରାଙ୍କ ଭଳି ୧୧ ଜଣଙ୍କ ମନ୍ତ୍ରିପଦ ଯାଇଛି ।
ନୂଆମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କୁ ମିଳିଲା ଉଚ୍ଚଶିକ୍ଷା । ବିଭାଗ ବଜାୟ ରଖିଲେ ଅଶୋକ, ସମୀର, ପ୍ରଫୁଲ୍ଲ, ନବ ଓ ନିରଞ୍ଜନ । କ୍ୟାବିନେଟ୍ ପାହ୍ୟାକୁ ଜଗନ୍ନାଥ ଓ ଅଶୋକଙ୍କୁ ପଦୋନ୍ନତି ।
ଟାଣୁଆ ମନ୍ତ୍ରୀ ସୁଶାନ୍ତ ସିଂ ମନ୍ତିମଣ୍ଡଳରୁ ବାଦ୍ ପଡିଥିଲେ ମଧ୍ୟ ତାଙ୍କୁ ବଡ଼ ସାଙ୍ଗଠନିକ ଦାୟିତ୍ୱ ମିଳିବା ଚର୍ଚ୍ଚା ହେଉଛି ।
ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବା ଟୁକୁନି ସାହୁଙ୍କୁ ରିପିଟ୍ କରାଯାଇଛି । ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଭାବେ ଏଥର ବିଜେପୁର ବିଧାୟିକା ରୀତା ସାହୁ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ସାମିଲ କରାଯାଇଛି ।
ବ୍ରଜରାଜନଗର ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟକୁ ନେଇ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ କରିଛନ୍ତି। ଏଭଳି ପରାଜୟ ପଛରେ ନିଜ ଦଳର ଆତ୍ମଘାତୀ କାର୍ଯ୍ୟ ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି।
କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ।
ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି ।
ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି । ଯେଉଁଥିରେ ମହିଳା, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗ ଭଳି ସବୁ ବର୍ଗରୁ ପ୍ରତିନିଧିତ୍ୱର ସୁଯୋଗ ଉପକୂଳ ଓ ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି ।
ଓଡ଼ିଶାରୁ ରାଜ୍ୟସଭାକୁ କିଏ କିଏ ଯିବେ? ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପ୍ରଶ୍ନ ଉଙ୍କି ମାରୁଛି । ରେସ୍ରେ ଅନେକ ନାଁ ଥିଲେ ମଧ୍ୟ ୪ ଆସନ ମଧ୍ୟରୁ ଦୁଇ ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଛି ।
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିସହିତ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ବଡ଼ ପ୍ରଶ୍ନ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ ସ୍ଥାନରେ କିଏ କିଏ ପାଇବେ ଟିକଟ୍? କାହା ଉପରେ ଭରସା କରିବେ ନବୀନ?
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ରାଜ୍ୟସଭା ପ୍ରାର୍ଥୀ ପାଇଁ ନାମାଙ୍କନ ପ୍ରକ୍ରିୟା । ବିଜେଡି ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି ।