Advertisment

BJDକୁ NDAରେ ମିଶିବାକୁ ଅଠାୱାଲେଙ୍କ ଆହ୍ୱାନ ପରେ ସରଗରମ ରାଜନୀତି, ଦେବି ମିଶ୍ର କହିଲେ..

ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

author-image
Satyendu Shekher Mishra
ramdas athawale

ramdas athawale

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ NDAରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଆହ଼୍ବାନ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ନବୀନଙ୍କୁ ଆଦୌ ବିଜେପି ଗ୍ରହଣ କରିବନି । ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

Advertisment

ସେପଟେ ବିଜେଡି ୯ ବର୍ଷ କାଳ ବିଜେପି ସହ ରହିଲା । ବିଜେଡି ଶକ୍ତିଶାଳୀ ହେବା ପରେ ବିଜେପିଠାରୁ ଅଲଗା ହୋଇଥିଲା । ଏବେ ସିବିଆଇ, ଇଡି ଭଳି ସଂସ୍ଥା ଦ୍ୱାରା ବିଜେଡିକୁ କେନ୍ଦ୍ର ସରକାର ନିୟନ୍ତ୍ରଣରେ ରଖୁଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ଏସବୁକୁ ନେଇ ବିଜେଡି ବି ପ୍ରତିକ୍ରିୟା ରଖିଛି। ଦଳର ଆଭିମୁଖ୍ୟ ସ୍ପଷ୍ଟ । କେବଳ ରାଜ୍ୟ ଓ ଦେଶର ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ଏନ୍‌ଡିଏକୁ ସମର୍ଥନ କରୁଛି ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।

ଏନ୍‌ଡିଏରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଭରେ ରହିବେ, ତେଣୁ ତାଙ୍କୁ ଏନ୍‌ଡିଏରେ ମିଶିବାକୁ ଆହ୍ୱାନ କରିଥିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ।

Advertisment
BJP BJD Jayanarayan Mishra Politics
Advertisment
Advertisment