• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

verta
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ:

କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଟି-୨୦ ଏବଂ ଦିନିକିଆ ଟିମର ଘୋଷଣା କରାଯାଇଛି। ବିରାଟ୍ କୋହଲି ପୁଣିଥରେ ସୀମିତ ଓଭର ଟିମକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ନେଇଥିବା କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ପୁଣିଥରେ ଟିମର ନେତୃତ୍ୱ ନେବେ। ତେବେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମରେ ସ୍ଥାନ ମିଳିନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ତିନୋଟି ଟି-୨୦ ଏବଂ ତିନୋଟି […]

  • Friday, 23 July 2021
dhawan
ଡାକ୍ତରଖାନାରେ ଟିମ୍‌ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତୀୟ ଦଳର ଘୋଷଣା ପୂର୍ବରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ ହୋଇଛନ୍ତି। ସୟଦ ମୁସ୍ତାକ୍ ଅଲୀ ଟ୍ରଫିର ସୁପର୍ ଲିଗ୍ ମୁକାବିଲାରେ ଝାରଖଣ୍ଡ ବିପକ୍ଷ ମ୍ୟାଚରେ ଧୱନଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଧୱନ ଆଣ୍ଠୁର ଉପରିଭାଗରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ଏବଂ ଏଥିରୁ ରକ୍ତସ୍ରାବ ମଧ୍ୟ ହେଉଥିଲା। ଆହତ କାରଣରୁ ଗ୍ରାଉଣ୍ଡରେ ତାଙ୍କର ଉପଚାର କରାଯାଇଥିଲା। ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଆହତ କାରଣରୁ ସେ ସପ୍ତାହକ […]

  • Friday, 23 July 2021
ff
କୋହଲିଙ୍କୁ ପେଟା ଇଣ୍ଡିଆର ‘ପର୍ସନ୍ ଅଫ୍ ଦି ଇୟର୍‌’ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପିପଲ୍ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ୍ ଆନିମଲ୍ସ (ପେଟା) ପକ୍ଷରୁ ପର୍ସନ୍ ଅଫ୍ ଦି ଇୟର୍ ଭାବେ ବିବେଚିତ କରାଯାଇଛି। ପେଟା ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ପଶୁଙ୍କ ସହ ଭଲ ବ୍ୟବହାର କରିବା ପାଇଁ କୋହଲି ଲଗାତାର ପ୍ରୟାସ କରିଛନ୍ତି। କୋହଲି ଅମ୍ବର ଦୁର୍ଗରେ ଆରୋହଣ ପାଇଁ ବ୍ୟବହୃତ ହେଉଥିବା ହାତୀ ମାଲତୀକୁ ଛାଡ଼ିବା ପାଇଁ ପେଟା ଇଣ୍ଡିଆ ପକ୍ଷରୁ ଅଫିସିଆଲ୍ସକୁ ଚିଠି ଲେଖିଥିଲେ। […]

  • Friday, 23 July 2021
indiatoday
ଐତିହାସିକ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଖାସ୍ ପ୍ରସ୍ତୁତି

କୋଲକାତା: ଦିନକ ପରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ଆୟୋଜିତ ହେବାକୁ ଯାଉଛି। ଏହି ଐତିହାସିକ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଖାସ୍ ପ୍ରସ୍ତୁତି କରିଛି। ମ୍ୟାଚ୍ ପୂର୍ବରୁ ବିସିସିଆଇ ଏକ ୧୭ ସେକେଣ୍ଡ ଭିଡିଓ କ୍ଲିପ୍ ତା’ର ଅଫିସିଆଲ୍ ଟ୍ୱିଟରରେ ପୋଷ୍ଟ କରିଛି। ଏହି ଭିଡିଓରେ ଇଡେନ୍ ଗାର୍ଡେନ୍ସର ଭିତର ଏବଂ ବାହାର ପରିବେଶ ଗୋଲାପମୟ (ପିଙ୍କ୍) ଦେଖାଯାଉଛି। ଏଥିରେ କ୍ୟାପସନ୍ ଦିଆଯାଇଛି ଯେ ପିଙ୍କ୍ ବଲ୍ […]

  • Friday, 23 July 2021
bi
ରେକର୍ଡ ମ୍ୟାନ୍‌ ବିରାଟଙ୍କ ଆଉ ଏକ ରେକର୍ଡ; ଏଥର ଧୋନିଙ୍କୁ ପଛରେ ପକାଇଲେ

ଇନ୍ଦୋର: ହୋଲକର ଷ୍ଟାଡିୟମରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ହରାଇବା ସହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଛି। ସର୍ବାଧିକ ଟେଷ୍ଟ ଇନିଂସ୍ ବିଜୟ ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ତା’ର ଦଶମ ଇନିଂସ୍ ବିଜୟ ହାସଲ କରିଛି। ତେବେ ଧୋନିଙ୍କ ନାଁରେ ୯ଟି ଇନିଂସ୍ ଥିଲା। ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ୮ ଏବଂ ସୌରଭ […]

  • Friday, 23 July 2021
india11
ଇନ୍ଦୋର ପ୍ରଥମ ଟେଷ୍ଟ ଇଣ୍ଡିଆ ଜିତିଲା

ଇନ୍ଦୋର: ଏଠାରେ ଚାଲିଥିବା ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନକୁ ଆଧାର କରି ବିରାଟ୍ ବ୍ରିଗେଡ୍ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୨୨ ତାରିଖରୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହେବ। ଇଡେନରେ ଭାରତ ତା’ର ପ୍ରଥମ ଦିବାରାତ୍ର […]

  • Friday, 23 July 2021
sehwag
ଶିଶୁ ଦିବସରେ ବାଜି ରାଉତଙ୍କୁ ମନେ ପକାଇଲେ ସେହ୍ୱାଗ୍

ନୂଆଦିଲ୍ଲୀ: ଆଜି ପବିତ୍ର ଶିଶୁ ଦିବସ। ଏହି ଦିବସ ଶିଶୁମାନଙ୍କ ପାଇଁ ସମର୍ପିତ। ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ସହିଦ୍ ବାଜି ରାଉତଙ୍କୁ ସ୍ମରଣ କରିଛନ୍ତି। ସେହ୍ୱାଗ ସୋଶାଲ ମିଡିଆରେ ବାଜି ରାଉତଙ୍କ ଗାଥା ବଖାଣିବା ସହ ଶିଶୁ ଦିବସରେ ଏଭଳି ଜଣେ ମହାନ୍ ସଂଗ୍ରାମୀ ବାଳକଙ୍କୁ ଆମେ ସ୍ମରଣ କରିବା ଦରକାର ବୋଲି କହିଛନ୍ତି। Vaise toh each day , we should remember such […]

  • Friday, 23 July 2021
virat-1
ପିଲାଙ୍କ ସହ ରାସ୍ତାରେ କ୍ରିକେଟ୍‌ ଖେଳୁଥିଲେ ବିରାଟ; ବ୍ୟାଟ୍ ଧରି ଦୌଡ଼ି ପଳାଇଲେ

ଇନ୍ଦୋର: ସହର କିଛି ପିଲା କାଠ ପଟାକୁ ଷ୍ଟମ୍ପ କରି କ୍ରିକେଟ୍‌ ଖେଳୁଥିଲେ। ତାଙ୍କ ସହି କ୍ରିକେଟ୍ ଖେଳୁଥିଲେ ଭାରତୀୟ ଦଳର କ୍ୟାପ୍ଟେନ୍‌ ବିରାଟ କୋହଲି। ବିରାଟ୍‌ ସହର ଗଳିରେ କ୍ରିକେଟ୍‌ ଖେଳୁଥିବା ବେଳେ ହଠାତ୍‌ ପିଲାଙ୍କ ବ୍ୟାଟ୍ ଧରି ଦୌଡ଼ି ପଳାଇ ଯାଉଥିଲେ। ଆଉ ବ୍ୟାଟ୍ ଦିଅ ବ୍ୟାଟ୍‌ ଦିଅ କହି ତାଙ୍କୁ ଗୋଡ଼ାଉଥିଲେ ପିଲା। ହେଲେ ପିଲାଙ୍କଠାରୁ ଅଧିକ ବାଟ ଯାଇପାରିଲେନି ବିରାଟ ଶେଷରେ ବ୍ୟାଟ୍ ଫେରାଇଦେଲେ। ଏମିତି ଏକ କମେଡି ଭିଡିଓ ସୌଭିକ […]

  • Friday, 23 July 2021
tudu
ଋଣ ସୁଝୁଛନ୍ତି ଏହି ଆନ୍ତର୍ଜାତିକ ମହିଳା ବାସ୍କେଟବଲ ଖେଳାଳି

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ଆନ୍ତର୍ଜାତିକ ବାସ୍କେଟବଲ ଖେଳାଳି ସୀତାମଣୀ ଟୁଡୁ। ମୟୂରଭଂଜ ବାହଲଦା ବ୍ଲକ ବିଞ୍ଛୁଆ ଅଞ୍ଚଳର ସୀତାମଣି ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲର ଋଣ ପରିଶୋଧ କରୁଛନ୍ତି। ପରିଶୋଧ ବାବଦକୁ ଜୁନିୟର ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇ ଆନ୍ତର୍ଜାତିକ ମ୍ୟାଚ ଖେଳି ଯାହା ଅଭିଜ୍ଞତା ହାସଲ କରିଛନ୍ତି ତାହାକୁ ସେୟାର କରୁଛନ୍ତି ଏହି ବାସ୍କେଟ୍‌ ବଲ୍‌ ଖେଳାଳି। ୨୦୦୬ରେ ସୀତାମଣି ବାସ୍କେଟ ବଲ୍ ପ୍ରତିଭା ଭାବେ ଚିହ୍ନଟ ହୋଇ  ଭୁବନେଶ୍ୱର ସ୍ପୋର୍ଟସ […]

  • Friday, 23 July 2021
f
ରେକର୍ଡ ମ୍ୟାନ ରୋହିତଙ୍କ ଆଉ ଏକ ରେକର୍ଡ

ଅହମଦାବାଦ: ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଆଜି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏକ ରେକର୍ଡ ଯୋଡ଼ିଯାଇଛି। ସେ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଏହି ଛୋଟିଆ ଫର୍ମାଟରେ ୧୦୦ତମ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି। ସେହିପରି ପାକିସ୍ତାନର ସୋଏବ ମାଲିକ(୧୧୧ ମ୍ୟାଚ୍‌)ଙ୍କ ପରେ ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ରୋହିତ ୧୦୦ ମ୍ୟାଚ୍‌ ଖେଳିବା କ୍ଲବରେ ସାମିଲ ହୋଇଛନ୍ତି। ରୋହିତ ଏହି […]

  • Friday, 23 July 2021
ad
ବିରାଟ୍‌ଙ୍କଠାରୁ ଫାଷ୍ଟ୍; ଗାଙ୍ଗୁଲି ଓ ସିଦ୍ଧୁଙ୍କୁ ବି ପଛରେ ପକାଇଲେ ସ୍ମୃତି

ଆଣ୍ଟିଗୁଆ: ଆହତରୁ ଫେରି ଭାରତୀୟ ମହିଳା ଟିମ୍‌ ପାଇଁ ମ୍ୟାଚ୍‌ ୱିନିଂ ଇନିଂସ ଖେଳିଥିବା ସ୍ମୃତି ମନ୍ଧାନା ଏବେ ଟିମ୍‌ ଇଣ୍ଡିଆ ପୁରୁଷ ଟିମ୍‌ର ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ପଛରେ ପକାଇଛନ୍ତି। ବୁଧବାର ରାତିରେ ମନ୍ଧାନା ୱେଷ୍ଟଇଣ୍ଡିଜ୍‌ ବିକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ୨୦୦୦ ହଜାର ରନ୍‌ ପୂରଣ କରିଛନ୍ତି। ସେ ଏପରି ଦ୍ରୁତ ୨୦୦୦ ରନ୍‌ ସଂଗ୍ରହ କରିବାରେ ବିଶ୍ୱର ୩ୟ […]

  • Friday, 23 July 2021
f
ନୋ-ବୋଲ୍‌ ଚେକ୍‌ ପାଇଁ ରହିବେ ଆଉ ଜଣେ ଅତିରିକ୍ତ ଅମ୍ପାୟାର୍

ମୁମ୍ବାଇ: ଆଇପିଏଲରେ ନୋ-ବୋଲ୍‌ ବିବାଦର ସମାଧାନ ପାଇଁ ଏବେ ନୂଆ ବ୍ୟବସ୍ଥା ହେବ। ମ୍ୟାଚ୍‌ ବେଳେ ଦୁଇ ଫିଲ୍ଡ ଅମ୍ପାୟାରଙ୍କ ବ୍ୟତୀତ ଜଣେ ଅତିରିକ୍ତ ଅମ୍ପାୟାର ରହିବେ। ଏହି ଅମ୍ପାୟାର ଜଣଙ୍କ କେବଳ ନୋ-ବୋଲଗୁଡ଼ିକୁ ଚେକ୍‌ କରିବେ। ଆଜି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଏ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ପୂର୍ବତନ ଟେଷ୍ଟ କ୍ରିକେଟର ବ୍ରିଜେଶ ପଟେଲଙ୍କ ଅଧ୍ୟକ୍ଷତାରେ ବସିଥିବା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏସବୁ ବିଷୟରେ ଆଲୋଚନା ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। […]

  • Friday, 23 July 2021
virat-1
ଜନ୍ମଦିନରେ ୧୫ ବର୍ଷ ବୟସ୍କ ଚିକୁଙ୍କୁ ଚିଠି ଲେଖିଲେ ବିରାଟ୍‌ କୋହଲି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲି ଆଜି ତାଙ୍କର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିରାଟ ଭାବବିହ୍ଵଳ ହୋଇ ୧୫ ବର୍ଷ ବୟସ୍କ ଚିକୁଙ୍କୁ ଏକ ଏକ ଚିଠି ଲେଖିଛନ୍ତି। ଏହି ଚିଠିକୁ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଚିକୁ ହେଉଛି ବିରାଟଙ୍କ ଡାକ ନାମ। ଚିଠିରେ ବିରାଟ ଲେଖିଛନ୍ତି, ପ୍ରିୟ ଚିକୁ, ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ। ମୁଁ ଜାଣେ ଭବିଷ୍ୟତକୁ ନେଇ ତୁମର ଅନେକ […]

  • Friday, 23 July 2021
dwaili
ଏମିତି ଦୀପାବଳି ଶୁଭକାମନା ଜଣାଇଲେ କ୍ରିକେଟ୍‌ ଷ୍ଟାର୍

ନୂଆଦିଲ୍ଲୀ: ଆଜି ପବିତ୍ର ଦୀପାବଳି। ଏହି ଅବସରରେ ଭାରତୀୟ କ୍ରୀଡ଼ା ଜଗତର କିଛି ପ୍ରମୁଖ କ୍ରୀଡ଼ାବିତ୍ ଦୀପାବଳିର ଶୁଭକାମନା ଜ୍ଞାପନ କରିଛନ୍ତି। କ୍ରିକେଟର୍ ସଚିନ ତେନ୍ଦୁଲକର ଏକ ଖାସ୍ ଭିଡିଓ ପୋଷ୍ଟ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ଏହି ଭିଡିଓରେ ମରାଠୀ ଭାଷାରେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। सर्वांना दिवाळीच्या हार्दिक शुभेच्छा. A very happy diwali to everyone. pic.twitter.com/CwHdCjj3R6 — Sachin Tendulkar (@sachin_rt) October 27, 2019 ସେହିପରି […]

  • Friday, 23 July 2021
viirat
ଅନେକଙ୍କର କ୍ରିକେଟ୍‌ ହିରୋ ବିରାଟ୍‌, ହେଲେ ତାଙ୍କର ସୁପର ହିରୋ କିଏ ଜାଣିଛନ୍ତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ରନ୍‌ ମେସିନ ତଥା ଅଧିନାୟକ ବିରାଟ କୋହଲି ଏବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିପାରିଛନ୍ତି। ପିଲାଟି ବେଳୁ କେମିତି ସଂଘର୍ଷ କରି ବିରାଟ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି, ସେକଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଅନେକ ଯୁବକଙ୍କ ପାଇଁ ବିରାଟ ହେଉଛନ୍ତି ସୁପର ହିରୋ। ହେଲେ ବିରାଟ୍‌ଙ୍କ ସୁପର ହିରୋ କିଏ? ବିରାଟ କାହାକୁ ମାନନ୍ତି? ହୁଏତ ଏକଥା ବହୁତ କମ ଲୋକ ଜାଣିଥିବେ। ତେବେ ବିରାଟ୍‌ ଏବେ ତାଙ୍କ ସୁପର […]

  • Friday, 23 July 2021
_6abb624e-f6dd-11e9-800c-f2f87dfa36aa
ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍

କାନବେରା: ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍। ଅଷ୍ଟ୍ରେଲିଆ ମାନୁକା ଓଭାଲ୍‌ଠାରେ ଗୁରୁବାର ପ୍ରାଇମିନିଷ୍ଟର୍ ଏକ୍ସଆଇ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚ୍‌ରେ ମୋରିସନ୍‌ଙ୍କୁ ୱାଟର୍‌ ବୟ ଭୂମିକାରେ ଦେଖିବାକୁ ମିଳିଥିଲା। ମୋରିସନ୍ ପାଣି ଓ ଅନ୍ୟ ମୃଦୁପାନୀୟ ନେଇ ୱାଟର୍ ବୟ ଭଳି ପଡ଼ିଆ ଭିତରେ ଦୌଡ଼ି ଦୌଡ଼ି ଖେଳାଳିମାନଙ୍କୁ ଦେଇ ଆସୁଥିଲେ। ଯାହାର ଫଟୋ ଏବେ ଶୋସାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଦେଶର ଏତେବଡ଼ ପଦାଧିକାରୀ ହୋଇ […]

  • Friday, 23 July 2021
ffdff
ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ଟିମ୍ ଇଣ୍ଡିଆ ଖେଳାଳି ଘୋଷଣା

ମୁମ୍ବାଇ: ନଭେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ଓ ଇଣ୍ଡିଆ ଟିମ୍‌- ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଖେଳାଳି ଚୟନ କରାଯାଇଛି। ବିସିସିଆଇ ଚୟନକମିଟି ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ନଭେମ୍ବର ୩ ତାରିଖରୁ ବାଂଲାଦେଶ ବିପକ୍ଷ ଆରମ୍ଭ ହେବାକୁଥିବା ଟି-୨୦ ସିରିଜ୍ ପାଇଁ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା କେରଳ […]

  • Friday, 23 July 2021
cm
ପ୍ରମୋଦଙ୍କୁ ଓଡ଼ିଶାର ଗର୍ବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଡେନମାର୍କରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ -୨୦୧୯ ପ୍ରତିଯୋଗିତାର ଡବଲସରେ ଏବଂ ଏସଏଲ୍‌ ଥ୍ରୀ ସିଙ୍ଗଲସର ବ୍ରୋଞ୍ଜ ଜିତିଥିବା ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ପ୍ରମୋଦଙ୍କୁ ଓଡ଼ିଶାର ଗର୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ସଫଳ ହୁଅନ୍ତୁ ବୋଲି କାମନା କରିଛନ୍ତି ନବୀନ। ଏହାସହ ରାଜ୍ୟ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଯାଇଛି। Congratulate #Odisha‘s pride and star […]

  • Friday, 23 July 2021
Accident1
ବସ୍‌ ଓଲଟିପଡ଼ିବାରୁ ସେଥିରେ ଥିବା ୨୦ ଜୁଡୋ ଖେଳାଳି ଆହତ

ଇମ୍ଫାଲ: ଦୁର୍ଘଟଣାରେ ଓଡ଼ିଆ ଜୁଡୋ ଖେଳାଳି ଆହତ। ମଣିପୁର ଇମ୍ଫାଲରେ ଏକ ବସ୍ ଓଲଟି ୨୦ ଜୁଡୋ ଖେଳାଳି ଆହତ ହୋଇଛନ୍ତି।  ଏହି ବସ୍‌ରେ କୋଚ, ମ୍ୟାନେଜର ଓ ଖେଳାଳିଙ୍କ ସହ ମୋଟ ୨୮ ଜଣ ଥିଲେ। ଇମ୍ଫାଲରୁ ଦିମାପୁର ବସ୍  ଫେରିବା ବାଟରେ କୌଣସି କାରଣରୁ ବସ୍‌ଟି ଓଲଟି ପଡ଼ିଥିଲା। ଆହତ ହୋଇଥିବା ଖେଳାଳିମାନେ ଗତ ୧୪ ତାରିଖରୁ ଜାତୀୟ ସବ୍ ଜୁନିୟର ଓ କ୍ୟାଡେଟ ଜୁଡୋ ଚାମ୍ପିୟନସିପରେ ଭାଗ ନେଇଥିଲେ। ଏହି ଚାମ୍ପିୟନସିପ ଗତ […]

  • Friday, 23 July 2021
papu-1
ବିହାରରେ ଜନ୍ମ ଓ ପଶ୍ଚିମବଙ୍ଗରେ ଘର କିନ୍ତୁ ଓଡ଼ିଶା ପକ୍ଷରୁ ଖେଳୁଛନ୍ତି; ଏବେ ଆଇପିଏଲ୍‌ ଯିବେ

ମୁମ୍ବାଇ: ଓଡ଼ିଶା ପକ୍ଷରୁ ରଣଜୀ ଖେଳୁଥିବା ବାମ ହାତୀ ସ୍ପିନର ପପୁ ରାୟଙ୍କୁ ୨୦୨୦ ଆଇପିଏଲ୍‌ରେ ଦେଖିବାକୁ ମିଳିପାରେ। ତାଙ୍କୁ ୪ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଟ୍ରାଏଲ ପାଇଁ ଡାକିଥିବା ଜଣାପଡ଼ିଛି। ଆସନ୍ତା ୨୨ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରାଏଲ ମ୍ୟାଚ୍‌ ଆୟୋଜନ କରିବ। ଏଥିରେ ଖେଳିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଯଦି ପପୁ ଏଠାରେ ଭଲ ପ୍ରଦର୍ଶନ କରିବେ, ତା’ହେଲେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ନିଜ ସହ […]

  • Friday, 23 July 2021
satfarj
କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

କରାଚି: ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର ହେଲେ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର କରିଛି। କେବଳ ଏତିକି ନୁହେଁ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ସର୍ଫରାଜଙ୍କୁ ମଧ୍ୟ ଟେଷ୍ଟ ଓ ଟି-୨୦ ଟିମରୁ ବାଦ୍ ଦିଆଯାଇଛି। ଏହାପରେ ସର୍ଫରାଜ ଅହମ୍ମଦଙ୍କୁ ନେଇ ଚାଲିଥିବା ସବୁ ଚର୍ଚ୍ଚାରେ ବ୍ରେକ୍ ଲାଗିଛି। ସର୍ଫରାଜଙ୍କ ସ୍ଥାନରେ ଆଝାର ଅଲୀଙ୍କୁ […]

  • Friday, 23 July 2021
sobali
ଦିନେ ସୋନାଲୀ ବେନ୍ଦ୍ରେଙ୍କୁ କିଡ୍‌ନାପ୍‌ କରିବାକୁ ଚାହୁଁଥିଲେ ଶୋଏବ୍‌ ଅଖତର !

ଭୁବନେଶ୍ୱର: ପାକିସ୍ତାନୀ ବୋଲର୍‌ ଶୋଏବ ଅଖତର୍‌। ଦେଖିବାକୁ ଡେଙ୍ଗା ଯେମିତି ଶୀରରେ ଫୂର୍ତ୍ତି ବି ସେମିତି। ତାଙ୍କ କ୍ରିକେଟ୍‌ କ୍ୟରିୟର୍‌ରେ ଖୁବ୍ ଦ୍ରୁତ ବୋଲିଂ କରୁଥିବା ଏହି ବୋଲରକୁ ଦୁନିଆ ରାୱଲ୍‌ପିଣ୍ଡି ଏକ୍ସପ୍ରେସ୍‌ ନାଁରେ ଜାଣେ। ପଡ଼ିଆରେ ବଡ଼ ବଡ଼ ବ୍ୟଟ୍ସମ୍ୟାନ୍‌ଙ୍କୁ ବୋଲ୍ଡ କରୁଥିବା ଏହି ପାକିସ୍ତାନୀ ବୋଲର କିନ୍ତୁ ଦିନେ ଇଣ୍ଡିଆର ଜଣେ ହିରୋଇନ୍‌ଙ୍କ ଆଖିର ଗୁଗ୍‌ଲୀରେ ବୋଲ୍ଡ ହୋଇଯାଇଥିଲେ। ତାଙ୍କ ପ୍ରେମରେ ଏମିତି ଦିୱାନା ହୋଇଯାଇଥିଲେ ଯେ ସେ ତାଙ୍କୁ କିଡ୍‌ନାପ୍ କରିବାକୁ ଚାହୁଁଥିଲେ। […]

  • Friday, 23 July 2021
dhoni
କ୍ୟାପ୍ଟେନ୍ କୁଲ୍‌ଙ୍କ କୁଲ୍‌ ମନ୍ତ୍ର; କେମିତି ଏତେ ଶାନ୍ତ ଓ ଧୀର ରୁହନ୍ତି ଧୋନି ଜାଣନ୍ତୁ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ‘କ୍ୟାପଟେନ୍ କୁଲ୍’ ଭାବେ ପରିଚିତ। ମଇଦାନରେ କିପରି ନିଜ ଆବେଗକୁ ନିୟନ୍ତ୍ରଣ କରିବାକୁ ହୁଏ, ତାହା ହୁଏତ ଧୋନିଙ୍କଠାରୁ ଭଲଭାବେ କେହି ଜାଣି ନଥିବେ। କୌଣସି ପରିସ୍ଥିତିକୁ ସେ ସହଜରେ ହ୍ୟାଣ୍ଡଲ୍ କରିପାରନ୍ତି। ତେବେ କ୍ରିକେଟ୍ ମଇଦାନରେ ସବୁ ପରିସ୍ଥିତିରେ ନିଜକୁ ଏତେ ନିୟନ୍ତ୍ରଣ କେମିତି କରନ୍ତି, ତାହା ଖୋଦ୍ ମାହି ଖୁଲାସା କରିଛନ୍ତି। ଧୋନି କହିଛନ୍ତି, “ମୁଁ ବି ଅନ୍ୟମାନଙ୍କ ଜଣେ ସାଧାରଣ ମଣିଷ, […]

  • Friday, 23 July 2021
lara
ପୁଣି କ୍ରିକେଟ୍ ଖେଳିବେ କିମ୍ବଦନ୍ତୀ କ୍ରିକେଟର୍; ସଚିନ, ଲାରା, ଜଣ୍ଟି ରୋଡ୍ସ ଓ ବ୍ରେଟ୍‌ ଲି

ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପୁଣିଥରେ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଭାରତରେ ସଡ଼କ ସୁରକ୍ଷା ଅବସରରେ ୱାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦେଶର ଯଥା ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜର ଅବସରପ୍ରାପ୍ତ ଖେଳାଳି ଭାଗ ନେବେ। ଭାରତର ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରାଙ୍କ ବ୍ୟତୀତ ବୀରେନ୍ଦ୍ର ସେହୱାଗ, ଅଷ୍ଟ୍ରେଲିଆର ବ୍ରେଟ୍ ଲି’, ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍ […]

  • Friday, 23 July 2021
hockey-4
ଭୁବନେଶ୍ୱରରେ ପହଞ୍ଚିଲା ପୁରୁଷ ହକି ଟିମ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ରୁଷ୍ ବିପକ୍ଷ ଅଲିମ୍ପିକ୍ କ୍ୱାଲିଫାୟର୍ସ ମ୍ୟାଚ୍ ପାଇଁ ୨୨ ଜଣିଆ ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି। ଏହି ମ୍ୟାଚ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ପ୍ରଶିକ୍ଷଣ ଶିବିର ଆରରମ୍ଭ ହୋଇଥିଲା। ଏଥିପାଇଁ ସୋମବାର ପୁରୁଷ ଟିମର ଖେଳାଳିମାନେ ରାଜଧାନୀରେ ପହଞ୍ଚିଛନ୍ତି। ଭାରତୀୟ ଦଳ କୋଚ୍ ଗ୍ରାହାମ୍ ରିଡଙ୍କ ତତ୍ତ୍ୱାବଧାନରେ ଏହି ଶିବିରରେ ଭାଗ ନେବେ। ଏହି ଶିବିର ପାଇଁ ଭାରତୀୟ […]

  • Friday, 23 July 2021